ଭୁବନେଶ୍ୱର: “ଓଡ଼ିଶା ଏବେ ବୈଷମବିହୀନ, ସାମୁହିକ ସାମାଜିକ ଓ ଅର୍ଥନୀତିକ ବିକାଶର ଉନ୍ମୁକ୍ତ ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଛି । ରାଜ୍ୟର ସବୁ ବର୍ଗର ଲୋକଙ୍କ ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରୟାସ ଏବେ ଜାତୀୟସ୍ତରରେ ସଂଖ୍ୟାଧିକ କୀର୍ତ୍ତିମାନ ସ୍ଥାପନ କରିଛି । ” ରାଜ୍ୟପାଳ ଡଃ ଏସ୍.ସି.ଜମିର ନିଜ କାର୍ଯ୍ୟକାଳର ଶେଷଦିନରେ ଆଜି ବିଧାନସଭାର ବଜେଟ୍ ଅଧିବେଶନରେ ଅଭିଭାଷଣ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ଭୂୟଂସୀ ପ୍ରଶଂସା କରିଛନ୍ତି । ତେବେ ବର୍ତ୍ତମାନର ପ୍ରମୁଖ ପ୍ରସଙ୍ଗ ଉପରେ ଗୁରୁତ୍ୱ ନଦେଇ ରାଜ୍ୟପାଳ କେବଳ ସରକାରଙ୍କ ପ୍ରଶଂସା କରିଥିବାରୁ କଂଗ୍ରେସ ସଦସ୍ୟମାନେ ଏହାର ପ୍ରତିବାଦ କରି କକ୍ଷତ୍ୟାଗ କରିଥିଲେ । ବିଧାନସଭାରେ ଆଜି କଂଗ୍ରେସ ବିଧାୟକମାନେ ପ୍ରଥମେ କକ୍ଷତ୍ୟାଗ ଓ ପରେ ପୋଡ଼ିୟମ ନିକଟରେ ଛିଡ଼ା ହୋଇ ଗୃହରେ ହଟ୍ଟଗୋଳ କରିଥିଲେ ।ଭୁବନେଶ୍ୱର: “ଓଡ଼ିଶା ଏବେ ବୈଷମବିହୀନ, ସାମୁହିକ ସାମାଜିକ ଓ ଅର୍ଥନୀତିକ ବିକାଶର ଉନ୍ମୁକ୍ତ ପଥରେ ଦ୍ରୁତ ଗତିରେ ଅଗ୍ରସର ହେଉଛି । ରାଜ୍ୟର ସବୁ ବର୍ଗର ଲୋକଙ୍କ ସଶକ୍ତିକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରୟାସ ଏବେ ଜାତୀୟସ୍ତରରେ ସଂଖ୍ୟାଧିକ କୀର୍ତ୍ତିମାନ ସ୍ଥାପନ କରିଛି । ” ରାଜ୍ୟପାଳ ଡଃ ଏସ୍.ସି.ଜମିର ନିଜ କାର୍ଯ୍ୟକାଳର ଶେଷଦିନରେ ଆଜି ବିଧାନସଭାର ବଜେଟ୍ ଅଧିବେଶନରେ ଅଭିଭାଷଣ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକୁ ଭୂୟଂସୀ ପ୍ରଶଂସା କରିଛନ୍ତି । ତେବେ ବର୍ତ୍ତମାନର ପ୍ରମୁଖ ପ୍ରସଙ୍ଗ ଉପରେ ଗୁରୁତ୍ୱ ନଦେଇ ରାଜ୍ୟପାଳ କେବଳ ସରକାରଙ୍କ ପ୍ରଶଂସା କରିଥିବାରୁ କଂଗ୍ରେସ ସଦସ୍ୟମାନେ ଏହାର ପ୍ରତିବାଦ କରି କକ୍ଷତ୍ୟାଗ କରିଥିଲେ । ବିଧାନସଭାରେ ଆଜି କଂଗ୍ରେସ ବିଧାୟକମାନେ ପ୍ରଥମେ କକ୍ଷତ୍ୟାଗ ଓ ପରେ ପୋଡ଼ିୟମ ନିକଟରେ ଛିଡ଼ା ହୋଇ ଗୃହରେ ହଟ୍ଟଗୋଳ କରିଥିଲେ । ଆଜିଠୁ ଆରମ୍ଭ ହୋଇଥିବା ବିଧାନସଭାର ବଜେଟ୍ ଅଧିବେଶନରେ ଆରମ୍ଭରେ ରାଜ୍ୟପାଳ ଡଃ ଜମିର ନିଜର ଅଭିଭାଷଣରେ ରାଜ୍ୟ ସରକାର କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା, ଭିତ୍ତିଭୂମି ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ ଆଦି କ୍ଷେତ୍ରରେ ସଫଳ ହୋଇଛନ୍ତି ବୋଲି ଗୃହକୁ ଅବଗତ କରିଥିଲେ । ଏହା ସହିତ ଓଡ଼ିଶା ଏବେ ସୁଦୃଢ଼ ଲୋକାଭିମୁଖୀ ସୁଶାସନ ପଥରେ ଅଗ୍ରସର ହେଉଛି । ଦାରିଦ୍ର୍ୟ ଦୂରୀକରଣ ଯୋଜନା, ବିକାଶ ପ୍ରକ୍ରିୟାରେ ଜନଜାତି ଓ ମହିଳାଙ୍କ ସାମିଲ ଓ ଦୁର୍ନୀତିବିରୋଧୀ କାର୍ଯ୍ୟକ୍ରମ ଜାତୀୟସ୍ତରରେ ଉଦାହରଣ ପାଲଟିଛି ବୋଲି କହିଛନ୍ତି । ରାଜ୍ୟରେ ୨୦୧୭-୧୮ ଆର୍ଥିକ ବର୍ଷରେ ଖାଦ୍ୟଶସ୍ୟ ଉତ୍ପାଦନ ୧୦୭ ଲକ୍ଷ ମେଟ୍ରିକ ଟନ୍ରେ ପହଞ୍ôଚବ ବୋଲି ଆକଳନ କରାଯାଇଥିବାବେଳେ ୨୦୧୮-୧୯ରେ ଏହା ୧୨୨ଲକ୍ଷ ମେଟ୍ରିକ ଟନ୍ରେ ପହଞ୍ଚାଇବା ପାଇଁ ଯୋଜନା ହୋଇଛି । କୃଷି ଉତ୍ପାଦନ ଓ କୃଷକଙ୍କ ଆୟ ଦ୍ୱିଗୁଣିତ କରାଯାଇଛି । ୮ ନିୟୁତ ଅଧିକ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉଦ୍ଧ୍ୱର୍କୁ ଅଣାଯାଇ ପାରିଛି । ଗ୍ରାମାଞ୍ଚଳରେ ୧୫.୫୦ଲକ୍ଷ ପକ୍କାଘର କାର୍ଯ୍ୟ ଶେଷ ହୋଇଥିବାବେଳେ, ଗ୍ରାମ୍ୟ ଗୃହ ନିର୍ମାଣ କାର୍ଯ୍ୟକ୍ରମ ଓ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଜମି ଓ ସମ୍ପତ୍ତି ଅଧିକାର ପ୍ରଦାନରେ ଓଡ଼ିଶା ସର୍ବାଗ୍ରେ ରହିଛି ବୋଲି କହିଥିଲେ । ଏହା ସହିତ ରାଜ୍ୟରେ ଶିଶୁ ମୃତ୍ୟୁହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ଓ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ମଡେଲ୍ ବିଶ୍ୱସ୍ତରୀୟ ସାବ୍ୟସ୍ତ ହେବା ସହ ଆନ୍ତର୍ଜାତିକସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିବା କହିଛନ୍ତି । ସେହିପରି ଜଙ୍ଗଲ ଅଧିକାର ସତ୍ତ୍ୱ ପ୍ରଦାନରେ ଓଡ଼ିଶା ଦେଶରେ ସର୍ବପ୍ରଥମ ଓ ୪.୧୧ଲକ୍ଷରୁ ଊଦ୍ଧ୍ୱର୍ ଜନଜାତିଙ୍କୁ ବ୍ୟକ୍ତିଗତ ସ୍ୱତ୍ତ୍ୱ ପ୍ରଦାନ କରାଯାଇଛି ବୋଲି ସୂଚନା ଦେଇଛନ୍ତି । ସେହିପରି ସୁନ୍ଦରଗଡ଼ ଓ ଆଠଗଡ଼ରେ ୫୦୦ କଏଦର ରହିବା ଭଳି ଦୁଇଟି ମଡେଲ୍ ଜେଲ୍ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ମାଓ ହିଂସାରେ ସୁରକ୍ଷା କର୍ମୀଙ୍କ କ୍ଷେତ୍ରରେ ଅନୁକମ୍ପାମୂଳକ ସହାୟତା ରାଶିକୁ ୨ଲକ୍ଷ ଟଙ୍କାରୁ ୪ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସୁରକ୍ଷା କର୍ମୀଙ୍କ ଚିକିତ୍ସା ସହାୟତା ନାମକ ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି । ସାଧାରଣ ନାଗରିକଙ୍କ କ୍ଷେତ୍ରରେ ମୃତ୍ୟୁ ପରବର୍ତ୍ତୀ ଅନୁକମ୍ପାମୂଳକ ସହାୟତା ରାଶି ୧ଲକ୍ଷରୁ ୩ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଗତବର୍ଷ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତ ଥିବାବେଳେ କୌଣସି ସାମ୍ପ୍ରଦାୟିକ ଦଙ୍ଗା ଘଟିନାହିଁ । ବାମପନ୍ଥୀ ଉଗ୍ରବାଦ ବି ରାଜ୍ୟରେ ହ୍ରାସ ପାଇଛି ବୋଲି ରାଜ୍ୟପାଳ କହିଛନ୍ତି । ସେହିପରି ୨୦୧୮ ନଭେମ୍ବର ମାସରେ ପୁଣିଥରେ ‘ମେକ୍ ଇନ୍ ଓଡ଼ିଶା’ର ପରବର୍ତ୍ତୀ ସଂସ୍କରଣ ଆରମ୍ଭ କରି ରାଜ୍ୟ ସରକାର ପୁଞ୍ଜିନିବେଶ ପରିମାଣକୁ ବୃଦ୍ଧି କରିବେ ବୋଲି ରାଜ୍ୟପାଳ ଡଃ ଜମିର ସୂଚନା ଦେଇଛନ୍ତି । ଶିଳ୍ପ ଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରିତାରେ ଓଡ଼ିଶା ଭାରତବର୍ଷରେ ପ୍ରଥମ ରାଜ୍ୟ । ସେହିପରି ଆସନ୍ତା ୫ବର୍ଷ ମଧ୍ୟରେ ୧୦ଲକ୍ଷ ୧୦ହଜାର ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ୨୦୧୮-୧୯ରେ ବିଭିନ୍ନ ଯୋଜନାରେ ଅଧିକ ୧୫୦ଟି ପୋଲ ଓ ୧୪,୨୩୦ କିମି ଗ୍ରାମ୍ୟ ରାସ୍ତା ଓ ବିଭିନ୍ନ ବିଭାଗର ୫୪୦ଟି କୋଠାବାଡ଼ି ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ସେିହପରି ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ୩୪୩ଟି ସେତୁ, ୯ଟି ଓଭରବ୍ରିଜ ଓ ୩ଟି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।ରାଜ୍ୟପାଳଙ୍କ ତାଙ୍କ ଅଭିଭାଷଣରେ ଓଡ଼ିଶା ଦେଶର କ୍ରୀଡ଼ା ରାଜଧାନୀ ଓ ମହାନଦୀ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କ ସ୍ୱାର୍ଥରକ୍ଷା କରିବାକୁ ସରକାର ଯେକୌଣସି ଉଦ୍ୟମରୁ ବିରତ ହେବେ ନାହିଁ ବୋଲି କହିଛନ୍ତି । ପୋଲାଭରମ ପ୍ରସଙ୍ଗରେ ଓଡ଼ିଶା ସରକାର ଠିକ୍ ମାର୍ଗରେ ଅଗ୍ରସର ହେଉଛନ୍ତି ବୋଲି ରାଜ୍ୟପାଳ ଡଃ ଜମିର କହିଛନ୍ତି ।


