ଭୁବନେଶ୍ୱର((ଓଡ଼ିଶା ୱେୟାର)): ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବାକୁ ଗୋଡ଼ ଟେକି ବସିଥିବା ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଆଜି ନିଜର ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନଙ୍କୁ ବିଜେଡି ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି।
ମିଳିଥିବା ସୂଚନା ଅନୁସାରେ, ପୂର୍ତ୍ତ ସଚିବ ଶ୍ରୀ ପ୍ରଧାନ ନିଜର ଇସ୍ତଫା ପତ୍ର ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ପ୍ରଦାନ କରିଛନ୍ତି। ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତିି। ଉଲ୍ଲେଖଯୋଗ୍ୟ, ପୂର୍ତ୍ତ ସଚିବ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟକାଳ ୨୦୧୮ ମାର୍ଚ୍ଚ ମାସରେ ଶେଷ ହୋଇଥିଲା। ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତିି। ଉଲ୍ଲେଖଯୋଗ୍ୟ, ପୂର୍ତ୍ତ ସଚିବ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟକାଳ ୨୦୧୮ ମାର୍ଚ୍ଚ ମାସରେ ଶେଷ ହୋଇଥିଲା। ସେ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ସେତେବେଳେ ରାଜ୍ୟ ସରକାର ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ମାତ୍ର ମାସକ ପୂର୍ବରୁ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର କାର୍ଯ୍ୟକାଳ ବୃଦ୍ଧିକୁ ଚ୍ୟାଲେଞ୍ଜ କରି ମଧ୍ୟ ଏବେ କୋର୍ଟରେ ମାମଲା ବିଚାରାଧୀନ ରହିଛି ଓ ରାଜ୍ୟ ବିଜେପି ମଧ୍ୟ ତାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲା। ବିଜେଡିର ନିର୍ବାଚନୀ ପାଣ୍ଠି ସଂଗ୍ରହ ପାଇଁ ସରକାରୀ ଚାକିରିରୁ ଅବସର ସତ୍ତେ୍ୱ ଶ୍ରୀ ପ୍ରଧାନଙ୍କ କାର୍ୟ୍ୟକାଳ ବୃଦ୍ଧି କରାଯାଇଛି ବୋଲି ବିଜେପି ଅଭିଯୋଗ କରିଥିଲା।
ବିଜେଡି ତାଙ୍କୁ ଆଗାମୀ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରୁଥିବାରୁ ସେ ଗତ ଏକବର୍ଷ ଧରି ପୂର୍ତ୍ତ ସଚିବ ଭାବେ ବିଜେଡିକୁ ଫାଇଦା ଦେବାକୁ ପ୍ରୟାସ କରୁଥିଲେ ବୋଲି ଚର୍ଚ୍ଚା ହେଉଛି।


