Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଉତ୍ତରପ୍ରଦେଶରେ ବନ୍ୟା ବିତ୍ପାତ, ୩୫୭ ଗାଁ ପ୍ରଭାବିତ

ଲକ୍ଷ୍ନୌ: ଲଗାଣ ବର୍ଷା କାରଣରୁ ଉତ୍ତରପ୍ରଦେଶରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଚି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ପରେ ଉତ୍ତର ପ୍ରଦେଶେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ରାଜ୍ୟର ୨୧ଟି ଜିଲ୍ଲାର ପ୍ରାୟ ୩୫୭ଟି ଗାଁ ବନ୍ୟା ଘେରରେ ରହିଛଠି। ଏଥିମଧ୍ୟରେ ହାମିରପୁର, ଜାଲୌନ ଓ ବୁନ୍ଦେଲଖଣ୍ଡ ସର୍ବାଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ସେହିପରି ବଦାୟୁଁ, ଗାଜୀପୁର ଓ ବଲିଆରେ ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।
ଗଙ୍ଗା ନଦୀରେ ବନ୍ୟା ଜଳ ଆସିବାରୁ ବାରଣାସୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମଣିକର୍ଣ୍ଣିକା ଘାଟ ଓ ହରିଶ୍ଚନ୍ଦ୍ର ଘାଟରେ ବନ୍ୟା ପାଣି ପଶିଯିବାରୁ ଘରର ଛାତ ଉପରେ ଶବ ଦାହ ହେଉଥିବା ଦେଖିବାକୁ ମିଳିଛି । ସେହିପରି ମିର୍ଜାପୁରରେ ବନ୍ୟା ପରିସ୍ଥିତି ଲୋକମାନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଚାଷୀଙ୍କ ଜମିରେ ବନ୍ୟା ଜଳ ମାଡ଼ିଯାଇଛି । ଲୋକମାନେ ନିଜର ପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବା ଦେଖିବାକୁ ମିଳିଛି । ସହରର ପ୍ରମୁଖ ଘାଟରେ ବନ୍ୟାସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି ।
ବାରଣାସୀରେ ଗଙ୍ଗା ବିପଦସଂକେତର ମାତ୍ର ୮ ସେଣ୍ଟିମିଟର ତଳେ ପ୍ରବାହିତ ହେୁଛି । ରବିବାର ଗଙ୍ଗା ବନ୍ୟା ସ୍ଥିତି ୨୨ ସେଣ୍ଟିମିଟର ବୃଦ୍ଧି ପାଇଛି।ଫଳରେ ଗଙ୍ଗା ନଦୀ ଉପକୂଳରେ ବସବାସ କରୁଥିବା ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ଗଳିକନ୍ଦିରେ ବନ୍ୟା ପାଣି ମାଡ଼ିଯିବାରୁ ଲୋକମାନେ ଯିବାଆସିବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଶବଦାହରେ ସମସ୍ୟା ସୃଷ୍ଟି ହେବାରୁ ଘରର ଉପରେ ଅନ୍ତିମ ସଂସ୍କାର କରାଯାଉଥିବା ଦେଖିବାକୁ ମିଳିଛି ।
ଗାଜୀପୁରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ବନ୍ୟା ସ୍ଥିତି ଗମ୍ଭୀର ହେବାରୁ ଗାଁରେ ପାଣି ପଶିଯାଇଛି । ଏଠାରେ ଗଙ୍ଗାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଗଙ୍ଗା ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଗଙ୍ଗା ନଦୀରେ ଜଳସ୍ତର ଘଣ୍ଟାକୁ ଦୁଇ ସେଣ୍ଟିମିଟର ବୃଦ୍ଧି ପାଇବାରେ ଲାଗିଛି । ତେବେ ରବିବାର ଦ୍ୱିପ୍ରହର ସୁଦ୍ଧା ଗଙ୍ଗାର ଜଳସ୍ତର ୬୩.୮୨୦ ମିଟର ରେକର୍ଡ କରାଯାଇଥିଲା । ଗଙ୍ଗା ସହିତ ତାର ଶାଖା ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଥିବା ଜଣାପଡ଼ିଛି । ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ରହିଥିବାରୁ ଏନଡିଆରଏଫ ଓ ପ୍ରଶାସନ ଉଦ୍ଧାର କାର‌୍ୟ୍ୟ ପାଇଁ ପ୍ରସ୍ତୁତ ଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top