Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଉଦ୍ଧାର ହେଲେ ସପ୍ତଶଯ୍ୟାରେ ହଜିଯାଇଥିବା ୫ ନିଖୋଜ ଛାତ୍ର

ସପ୍ତଶଯ୍ୟା ପାହାଡ଼ରେ ନିଖୋଜ ହୋଇଯାଇଥିବା ୫ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତିରେ ଉଦ୍ଧାର କଲେ ବନ ବିଭାଗ କର୍ମଚାରୀ ଓ ପୋଲିସ । ବର୍ଷା ହେବାରୁ ରାସ୍ତା ଭୁଲି ୫ ଛାତ୍ର ପାହାଡ଼ ଉପରୁ ଫେରି ପାରି ନ ଥିଲେ ।ଉଦ୍ଧାର ପରେ ସମସ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ପରିବାରକୁ ହସ୍ତାନ୍ତର କରାଯାଇଛି ।

ସୂଚନା ମୁତାବକ, ଗତକାଲି କଟକ ଲିଙ୍କ ରୋଡ୍‌ ଅଞ୍ଚଳର ଅରଖିତ ମହାପାତ୍ର, ଶୁଭମ୍‌ ମହାପାତ୍ର, ହିମାଂଶୁ ଦାଶ, ସୁଜିତ ସାହୁ ଓ ଲକି ଦାଶ ଆଜି ସକାଳେ ଢେଙ୍କାନାଳର ସପ୍ତଶଯ୍ୟା ପାହାଡ଼ ବୁଲିବା ପାଇଁ ଯାଇଥିଲେ। ବୁଲାବୁଲି ଭିତରେ ସେମାନେ କେତେବେଳେ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ, ଜାଣିପାରିନଥିଲେ। ଆଉ ଜାଣିଲା ବେଳକୁ ସ୍ଥିତି ଅସମ୍ଭାଳ ହୋଇଯାଇଥିଲା। ଫେରିବା ବାଟ ଭୁଲି ଯାଇଥିଲେ। ଦିନ ସାରା ବାଟ ବଣା ପାହାଡ଼ରେ ବୁଲିଥିଲେ। ହେଲେ ଫେରିବାର ରାସ୍ତା ପାଇଲେ ନାହିଁ। ତେବେ ସନ୍ଧ୍ୟା ବେଳେ ସେମାନଙ୍କ ଭିତରେ ଜଣେ ନିଜ ଘରକୁ ଫୋନ୍‌ କରିଥିଲେ। ଆଉ କହିଥିଲେ, ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଆସିଥିଲୁ କିନ୍ତୁ ଫେରିବା ବାଟ ପାଉନୁ।ଏ କଥା ଶୁଣିବା ପରେ ପରିବାର ଲୋକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ପରିବାର ଲୋକେ ଏନେଇ ଢେଙ୍କାନାଳ ସଦର ଥାନା ପୁଲିସ୍‌ ଓ ସପ୍ତଶଯ୍ୟା ବନ ବିଭାଗକୁ ଖବର ଦେଇଥିଲେ। ଏହା ପରେ ତତ୍ପର ହୋଇଥିଲା ସଦର ଥାନା ପୁଲିସ୍‌ ଓ ବନ ବିଭାଗ। ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ବନ ବିଭାଗ ୩ଟି ଟିମ୍‌ ଗଠନ କରିଛି।

ସଦର ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ୩ଟି ଟିମ୍‌ ପିଲାମାନଙ୍କୁ ଖୋଜିବା ପାଇଁ ସପ୍ତଶଯ୍ୟା ଜଙ୍ଗଲ ଭିତରକୁ ଯାଇଛି। ଏଥିସହ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ଏଲିଫେଣ୍ଟ ସ୍କ୍ୱାର୍ଡଙ୍କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଛାତ୍ରମାନଙ୍କ ମୋବାଇଲ୍‌ ବନ୍ଦ ରହିଥିବାରୁ ସେମାନଙ୍କୁ ଟ୍ରାକ୍‌ କରି ହେଉନଥିଲା । ତାହାପରେ ପୁଣି ସକାଳଠାରୁ ବର୍ଷା ଲାଗି ରହିଛି। ସନ୍ଧ୍ୟାଠାରୁ ପ୍ରବଳ ବର୍ଷା ଲାଗି ରହିଛି। ଏପରି ସ୍ଥିତିରେ ଘଞ୍ଚ ଜଙ୍ଗଲରେ ଖୋଜିବା ବନ ବିଭାଗ ପାଇଁ କାଠିକର ପାଠ ହୋଇଯାଇଥିବା ବେଳେ ବିଳମ୍ବିତ ରାତିରେ ସେମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ବନ ବିଭାଗ କର୍ମଚାରୀ ଓ ପୋଲିସ

Click to comment

Leave a Reply

Your email address will not be published. Required fields are marked *

Most Popular

To Top