Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଉନ୍ମୋଚିତ ହେଲା ‘ଉତ୍କର୍ଷ ଓଡ଼ିଶା ୨୦୨୫’ ଲୋଗୋ

ଶିଳ୍ପ ସମୃଦ୍ଧ ଭାରତରେ ଓଡିଶା ବିକାଶର ଏକ ପ୍ରମୁଖ କ୍ଷେତ୍ର, ନିବେଶକଙ୍କ ପ୍ରଥମ ପସନ୍ଦ ଭାବେ ପରିଚୟ ହାସଲ କରିଛି। ପ୍ରଗତି ପଥରେ ଆଗେଇ ଚାଲିଛି ଓଡିଶା। ଓଡିଶା ସରକାରଙ୍କ ସହଜ ଶିଳ୍ପନୀତି ନିବେଶକମାନଙ୍କୁ ଆକୃଷ୍ଟ କରୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶିତା ଓ ପ୍ରଗତିଶୀଳ ଚିନ୍ତାଧାରାକୁ ନେଇ ଓଡିଶାରେ ଆୟୋଜିତ ହେଉଛି ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦ୍ୱାରା ଆଜି ଏହାର ଲୋଗୋ ଉନ୍ମୋଚନ ସମାରେହ ଭୁବନେଶ୍ୱରଠାରେ ଆୟୋଜିତ ହୋଇଯାଇଛି।

ରାଜ୍ୟକୁ ଆହୁରି ଶିଳ୍ପ ସମୃଦ୍ଧ କରିବା ପାଇଁ ଉତ୍ପାଦନ, ଭିତ୍ତିଭୂମି, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ପ୍ରମୁଖ କ୍ଷେତ୍ରଗୁଡିକରେ ବିନିଯୋଗ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ନିବେଶକଙ୍କୁ ସ୍ୱାଗତ କରାଯାଇଛି ।ଉତ୍କର୍ଷ ଓଡିଶା- ମେକ୍ ଇନ୍ ଓଡିଶା କନକ୍ଲେଭର ୨୦୨୫ ଯାହା କି ୨୮ ଓ ୨୯ ଜାନୁୟାରୀ ୨୦୨୫ରେ ଅନୁଷ୍ଠିତ ହେବା ନେଇ ନିର୍ଧାରିତ ହୋଇଛି। ଉକ୍ତ ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତି ପରିଡା, ରାଜ୍ୟ ସରକାରଙ୍କ ପ୍ରମୁଖ ମନ୍ତ୍ରୀ, ରାଜ୍ୟର ବରିଷ୍ଠ ଶିଳ୍ପପତି, ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ସାରା ବିଶ୍ୱରେ ଓଡିଶାକୁ ଏକ ପ୍ରମୁଖ ପୁଞ୍ଜି ବିନିଯୋଗ ସ୍ଥଳ ଭାବେ ପରିଣତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି, ଉତ୍କର୍ଷ ଓଡିଶା ୨୦୨୫ କେବଳ ବିନିଯୋଗର ଏକ ପ୍ରମୁଖ ସ୍ଥଳ ଭାବେ କାର୍ଯ୍ୟ କରିବ ନାହିଁ ଏହା ନିବେଶକ ମାନଙ୍କୁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ଦେବ।

ଓଡିଶାକୁ ନେଇ ଆମର ଲକ୍ଷ୍ୟ ହେଉଛି ସ୍ପଷ୍ଟ- ଏକ ସମୃଦ୍ଧ ବ୍ୟବସାୟିକ ପରିବେଶ ଗଠନ କରିବା ସହ ନିରନ୍ତର ଶିଳ୍ପ ଅଭିବୃଦ୍ଧି , ପୁଞ୍ଜି ବିନିଯୋଗ , ବିଶ୍ୱ ସ୍ତରୀୟ ନିବେଶକ ମାନଙ୍କୁ ଆକୃଷ୍ଟ କରିବା ସହ ସମୃଦ୍ଧ ଉତ୍କଳୀୟ ପରଂପରାର ବିକାଶ ପାଇଁ ପ୍ରୟାସ କରିବା। ଏହି ଲୋଗୋର ଉନ୍ନୋଚନ ଆଜି ଓଡିଶାକୁ ଭାରତର ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ପ୍ରତିପାଦିତ କରିବାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ଶ୍ରୀଯୁକ୍ତ ମାଝି ନିଜର ମତବ୍ୟକ୍ତ କରିଛନ୍ତି।ଓଡିଶାର ଦୃତ ଶିଳ୍ପାୟନର ଯାତ୍ରାକୁ ନେଇ ମନ୍ତ୍ରୀ ଶିଳ୍ପ ଏବଂ ଦକ୍ଷତା ବିକାଶ ସଂପଦ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି ଯେ , “ଆମ ଦୂରଦୃଷ୍ଟିଠାରୁ ଢେର୍ ଆଗରେ ଉତ୍କର୍ଷ ଓଡିଶା- ଆମର ଚେଷ୍ଟା ହେଉଛି ଭବିଷ୍ୟତ ପାଇଁ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହ ନୂତନ ସର୍ଜନା, ସ୍ଥାୟିତ୍ୱକୁ ନେଇ ନିବେଶକ ମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇ ଦେବା।

ବିଭିନ୍ନ ସ୍ଥାନରେ ଶିଳ୍ପ ଭିତ୍ତିଭୂମି ସୃଷ୍ଟି କରିବାରେ ଜିଲ୍ଲାପାଳ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଶ୍ରୀଯୁକ୍ତ ସ୍ୱାଇଁ ସ୍ୱୀକାର କରିବା ସହ ନିଜ ନିଜ ଅଞ୍ଚଳରେ ଥିବା ଉଦ୍ୟୋଗ ଗୁଡିକୁ ଅଧିକ କାର୍ଯ୍ୟକ୍ଷମ କରିବା ସହ ନିବେଶ ଅନୁକୂଳ ଭିତିଭୂମିର ବିକାଶ କରିବାକୁ ଅନୁରୋଧ କରିଥିଲେ। ଇଭେଣ୍ଟର ମୁଖ୍ୟ ଆକର୍ଷଣ ହେଲା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚନ । ଯାହା ରାଜ୍ୟରେ, ଶିଳ୍ପାନୁଷ୍ଠାନର ଉନ୍ନତି ସହ ଏକ ବିକଶିତ ଭବିଷ୍ୟତ ଆଡକୁ ଆଗେଇ ଯିବା ପାଇଁ ଓଡିଶାର ସଂକଳ୍ପକୁ ପ୍ରତିପାଦିତ କରିବା। ଉତ୍କର୍ଷ ଓଡ଼ିଶାର ଲୋଗୋ ଉନ୍ମୋଚିତ ହେବା ସହ, ଭାରତର ଔଦ୍ୟୋଗିକ ବିକାଶରେ ଓଡ଼ିଶା ଏକ ବଡ ଯୋଗଦାନ ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top