Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଏନଏମଏ ବାଇ-ଲ’କୁ ନେଇ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ୱେୟାର): ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନଏମଏ)ର ଡ୍ରାଫ୍ଟ ବାଇ-ଲ’ ପ୍ରସଙ୍ଗକୁ ନେଇ ରାଜ୍ୟବାସୀଙ୍କୁ ଶାସକ ବିଜେଡି ଓ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି ବୋଲି ରାଜ୍ୟ ବିଜେପି ଆଜି ଅଭିଯୋଗ କରିଛି । ଏହି ଏନଏମଏ ପ୍ରସଙ୍ଗରେ ବିଜେଡି ଏବେ ସ୍ଥାନୀୟ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରୁଛି ।
ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଆଜି ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଲିଙ୍ଗରାଜ ମନ୍ଦିର ପରିପ୍ରେକ୍ଷୀରେ ଜାତୀୟ ଐତିହ୍ୟ ପ୍ରାଧିକରଣଙ୍କର ଡ୍ରାଫ୍ଟ ବାଇ–ଲ ପ୍ରତ୍ୟାହାର କରିବା ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିବା ପ୍ରସଙ୍ଗରେ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ଡ୍ରାଫ୍ଟ ବାଇ-ଲ’ର କାର୍ଯ୍ୟାନ୍ୱୟନ ପ୍ରକ୍ରିୟାରେ ରାଜ୍ୟ ବିଜେପିର ମଧ୍ୟ ଆପତ୍ତି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀ ଲିଙ୍ଗରାଜ ହେଉଛନ୍ତି ଜୀବନ୍ତ ଠାକୁର । ଏ ପ୍ରସଙ୍ଗରେ କିଛି କରାଯିବା ପୂର୍ବରୁ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜ, ସେବାୟତ, ମନ୍ଦିର ପ୍ରଶାସନ ଇତ୍ୟାଦିଙ୍କ ସହ ଆଲୋଚନା କରିବା ଉଚିତ୍ ଥିଲା । କିନ୍ତୁ ତାହା ନକରି ରାଜ୍ୟ ସରକାର ଏବେ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନଏମଏ) ସଂସଦର ଆକ୍ଟ ଦ୍ୱାରା ଗଠନ କରାଯାଇଥିବା ଏକ ସରକାରୀ ବ୍ୟବସ୍ଥା । ଏହି ବ୍ୟବସ୍ଥା ଅନୁସାରେ ଏଏସଆଇ ମଧ୍ୟ କାମ କରୁଛି । ପୁରୀ- କୋଣାର୍କ- ଲିଙ୍ଗରାଜ ଆଦି ପୁରୁଣା ପ୍ରତ୍ନତାତ୍ତ୍ୱିକ କୀର୍ତ୍ତିରାଜି ପୁରାତନ ଐତିହ୍ୟ ସଂରକ୍ଷଣ ଆକ୍ଟ ଅନୁସାରେ ପରିଚାଳିତ । ଓଡିଶାର କିଛି ପୁରାତନ କୀର୍ତ୍ତିରାଜିର ସୁରକ୍ଷା ନେଇ ଜାତୀୟ ଐତିହ୍ୟ ପ୍ରାଧିକରଣ ଏକ ଚିଠା (ଡ୍ରାଫ୍ଟ) ବାଇ-ଲ’ ପ୍ରସ୍ତୁତ କରି ଜନସାଧାରଣଙ୍କ ଅବଗତି ନିମନ୍ତେ ସର୍ବଜନୀନ କରିଛନ୍ତି । ଏହି ବାଇ-ଲ’ ପ୍ରସଙ୍ଗରେ କେନ୍ଦ୍ର ସରକାର ସମ୍ବେଦନଶୀଳ ଅଛନ୍ତି । ଏହି ପ୍ରସଙ୍ଗ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ବ୍ୟକ୍ତିଗତ ଭାବେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ କଥା ହୋଇ ଏହାର ପୁନର୍ବିଚାର ନିମନ୍ତେ ପ୍ରଥମ ଦିନରୁ ଅନୁରୋଧ କରିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ଓଡ଼ିଶା ବିଜେପିର ପ୍ରତିନିଧି ଦଳ ଓ ପୁରୀର ସେବାୟତମାନେ ସିଧାସଳଖ ଏହି ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହଙ୍କୁ ଭେଟିଥିଲେ । ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗରେ ଏହି ବାଇ – ଲ’କୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର ପାଇଁ ଘୋଷଣା କରିଥିଲେ । ତେଣୁ ଲିଙ୍ଗରାଜ ମନ୍ଦିରକୁ ନେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବା କାର୍ଯ୍ୟରୁ ରାଜ୍ୟ ସରକାର ବିରତ ହେବା ଉଚିତ୍ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୁରାତନ କୀର୍ତ୍ତିରାଜି ହେଉଛି ଓଡ଼ିଶାର ପରିଚୟ । ପୁରୀ ଶ୍ରୀମନ୍ଦିର ନିର୍ମାଣର ୧୦୦ ବର୍ଷ ପୂର୍ବରୁ ଲିଙ୍ଗରାଜ ମନ୍ଦିର ପ୍ରତିଷ୍ଠା ହୋଇଛି । ଲିଙ୍ଗରାଜ ମନ୍ଦିରରେ ଶହେ ବର୍ଷ ପୂର୍ବରୁ ପୁରୁଣା ଭୁବନେଶ୍ୱରରେ ରହିଛି ଶୁକ – ଶାରୀ ମନ୍ଦିର । ଏସବୁ କୀର୍ତ୍ତିରାଜର ସୁରକ୍ଷା ଜରୁରୀ । କିନ୍ତୁ ମିଛ ଖଣ୍ଡିଆ ଭୂତକୁ ଦେଖାଇ ଓଡ଼ିଆ ଲୋକଙ୍କ ମନରେ କାହିଁକି ରାଜ୍ୟ ସରକାର ଭୟ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଲିଙ୍ଗରାଜ ମନ୍ଦିର ପାଶ୍ୱର୍ ଖନନ ନେଇ ଇନଟାକ୍ କ’ଣ ରିପୋର୍ଟ ଦେଇଛି ତାହା ରାଜ୍ୟ ସରକାରଙ୍କ ପାଖରେ ଅଛି । ଇନଟାକ୍ କ’ଣ ସୁପାରିଶ ଏବଂ ମତ ଦେଇଛନ୍ତି ଥରେ ପଢ଼ନ୍ତୁ । ଇନଟାକର ପ୍ରତିଷ୍ଠାତା ସଦସ୍ୟ ତ ନିଜେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ରାଜ୍ୟ ସରକାର ଏତେ ତରବର କାହିଁକି ବୋଲି ଡ. ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ପୁରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ନାଁରେ ପୁରାତନ କୀର୍ତ୍ତିରାଜିକୁ ଧ୍ୱଂସ କରାଯିବାକୁ ନେଇ ବିଜେପି ଆପତ୍ତି ଉଠାଇବା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛି ଯେ, ପୁରୀରେ ଲଙ୍ଗୁଳି ମଠ, ଏମାର ମଠ, ବଡଛତା ମଠ, ରଘୁନନ୍ଦନ ଲାଇବ୍ରେରୀ ପରି ପୁରାତନ କୀର୍ତ୍ତିରାଜକୁ ଧ୍ୱଂସ କରିଦିଆଯାଇଛି । ସୌନ୍ଦର୍ଯ୍ୟକରଣ ନାଁରେ ଏହିପରି କାର୍ଯ୍ୟ ଗ୍ରହଣୀୟ ନାଁ ନୁହେଁ, ସମାଜରେ ଭିନ୍ନ ମତ ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସି ଗୁରୁ ନାନକ ଦେବ ହୁଅନ୍ତୁ କିମ୍ବା ଶ୍ରୀଚୈତନ୍ୟ ଯେଉଁ ମଠରେ ନିବାସ କରିଥିଲେ, ସେ ପବିତ୍ର ସୌଧକୁ ଧ୍ୱଂସ କରିବା ଆମେ କିପରି ସମ୍ମତି କରିପାରିବା? ପୁରାତନ ସୌଧ ତ୍ୱରାନ୍ୱିତ କରି ରାସ୍ତା ଉପରେ ଟାଇଲ ବିଛାଇ, ଆଲୋକୀକରଣ କରି କୃତ୍ରିମ ଗଛ ଲଗାଇବା କ’ଣ ଏହି ଐତିହ୍ୟର ସୁରକ୍ଷା ବୋଲି ଡ.ସାମନ୍ତସିଂହାର କଟାକ୍ଷ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top