ଭୁବନେଶ୍ୱର(ଓଡ଼ିଶା ୱେୟାର): ମାଲକାନଗିରି କାଲିମେଳା ମୋଟୁରେ ସୀମା ଜଗିବେ ଶିକ୍ଷକ ଓ ଅଧ୍ୟାପକ । ୮ଟି ସ୍କୁଲର ଶିକ୍ଷକ ଓ ୭ଟି କଲେଜର ଅଧ୍ୟାପକଙ୍କୁ ଦାୟିତ୍ୱ ଦିଆଯାଇଛି । ମୋଟୁ ତଦସିଲଦାରଙ୍କ ତତ୍ତ୍ୱାବଧାନରେ ବର୍ଡର ଜଗିବେ ଶିକ୍ଷକ ଓ ୭ଟି କଲେଜର ଅଧ୍ୟାପକ । କାର୍ୟ୍ୟରେ ତୁରନ୍ତ କାର୍ୟ୍ୟରେ ନିୟୋଜିତ ପାଇଁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଡର ଦେଇ ମାଲକାନଗିରିକୁ ଆ ସୁଥିବା ପ୍ରବାସୀଙ୍କୁ ଚେକିଂ କରିବେ ଶିକ୍ଷକ । କାଯର୍ୟରେ ଅବହେଳା କଲେ ତୁରନ୍ତ କାଯର୍ୟାନୁଷ୍ଠାନ ନେବାକୁ ଈଊଙ ନିର୍ଦ୍ଦେଶ ଦେଇଛନ୍ତି । ତେବେ କରୋନା ଚେନ୍ ଭାଙ୍ଗିବା ପାଇଁ ରାଜ୍ୟ ସରକାର ପଶ୍ଚିମବଙ୍ଗ, ଛତିଶଗଡ଼ ପରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରୁଥିବା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରିଛନ୍ତି। ଏହି ଦୁଇ ରାଜ୍ୟରୁ ଫେରୁଥିବା ପ୍ରବାସୀମାନେ ନିଜ ଘରକୁ ଯିବା ପୂର୍ବରୁ ୭ରୁ ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହିବେ। ଗତକାଲି ୪ ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଥିଲା।


