Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କେନ୍ଦ୍ରକୁ ଚିଠି ଲେଖିବାରେ ପିଏଚଡି କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ନୁହେଁ ବରଂ କେବଳ ଚିଠି ଲେଖିବାରେ ପିଏଚଡି କରିଛନ୍ତି ବୋଲି ବିଜେପି କହିବା ସହ କେନ୍ଦ୍ର ସରକାରଙ୍କୁ ପଠାଇଥିବା ଚିଠିର ନକଲକୁ ବିଜେପି ନେତାମାନେ ସର୍ବସମ୍ମୁଖରେ ଚିରି ପ୍ରତିବାଦ ଜଣାଇଛନ୍ତି ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କ୍ଷମତା ଓ ପ୍ରଶଂସା ପାଗଳ ସରକାର ରାଜ୍ୟବାସୀଙ୍କ ସହ ପ୍ରତାରଣା କରିଛନ୍ତି । ରାଜ୍ୟ ସରକାର ଗୁମାସ୍ତା ପରି କେନ୍ଦ୍ରୀୟ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପରିବର୍ତ୍ତେ ମାଲିକ ସାଜି ନେମପ୍ଲେଟ୍ ଲଗାଇ ବାହାବା ନେବାର ଅପଚେଷ୍ଟା ଚଳାଇଛନ୍ତି । ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ଚାଲିଛି । ସାଧାରଣ ଲୋକଙ୍କର ଜନ ଜୀବନ ସୁରକ୍ଷା ଯୋଗାଇ ଦେବା ସରକାରଙ୍କର ନୈତିକ ଦାୟିତ୍ୱ ଥାଏ । କିନ୍ତୁ କ୍ଷମତା ଓପ୍ରଶଂସା ପାଗଳ ସରକାର ରାଜ୍ୟବାସୀଙ୍କ ସହ ପ୍ରତାରଣ କରିଛନ୍ତିା ଗତ ୨୦୧୯ ମସିହାରେ ୨୭ ଲକ୍ଷ ଗ୍ରାମୀଣ ଲୋକଙ୍କ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ କହିଥିଲେ । ଏହି ଯୋଜନାରେ ୭ ଲକ୍ଷରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀ ଏବଂ ଦଳୀୟ କର୍ମୀଙ୍କୁ ଘର ଦିଆଯାଇଥିଲା । ଏହା ବିରୁଦ୍ଧରେ ରାଜ୍ୟ ବିଜେପି କେନ୍ଦ୍ର ପଂଚାୟତରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଅବଗତ କରାଇବା ପରେ ରାଜ୍ୟସରକାରଙ୍କୁ ସାଧାରଣ ଜନତା କାଠଗଡ଼ାରେ ଛିଡ଼ା କରାଇଥିଲେ । ରାଜ୍ୟ ସରକାର ଫେବୃଆରୀ ୭ ତାରିଖରେ ଆଉଥରେ ହିତାଧିକାରୀ ଚୟନ ପାଇଁ ନିର୍ଦ୍ଦେଶ ଦେଲେ ଏବଂ ପ୍ରତି ବ୍ଲକ ଅଫିସରେ ସାନି ଆବେଦନ କରିବା ପାଇଁ ଏକ ବାକ୍ସ ରଖାଗଲା । ୨୫ ଫେବୃଆରୀ ସୁଦ୍ଧା ପ୍ରତ୍ୟେକ ଗ୍ରାମ ପଂଚାୟତରେ ହିତାଧିକାରୀ ଚୟନ ତାଲିକା ମାରିବା ନେଇ ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଆବେଦନ ପତ୍ରକୁ ଫେବୃଆରୀ ମାସରୁ ଏଯାବତ୍ ବ୍ଲକଗୁଡ଼ିକରେ ଥିବା ବାକ୍ସ ଭିତରୁ ବାହାର କରାଯାଇନାହିଁ । ରାଜ୍ୟସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ୫-ଟି ରେ ସାମିଲ କରାଇଛନ୍ତି । ଏହା କ\’ଣ ୫-ଟି ର କାର୍ଯ୍ୟାନ୍ୱୟନ? ୧୦ ମାସ ପରେ ହିତାଧିକାରୀ ତାଲିକାକୁ ରାଜ୍ୟ ସରକାର ଗ୍ରହଣ କରିନଥିବାରୁ ସ୍ପଷ୍ଟ ଜଣାପଡୁଛି କି, ଗରିବ ଲୋକ ଘର ଖଣ୍ଡେ ପାଉ ବୋଲି ରାଜ୍ୟସରକାର ଚାହୁଁ ନାହାଁନ୍ତି । ଏବେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଆବାସ ସଂପର୍କିତ ଚିଠି ଲେଖି କେବଳ ଡ୍ରାମା କରୁଛନ୍ତି । ୨୦୧୭-୧୮ରେ କେନ୍ଦ୍ର ସରକାର ୬୨୧୮ କୋଟି ଟଙ୍କା ଦେଇଥିବାବେଳେ ବିଜୁ ପକ୍କା ଘର ଯୋଜନାରେ ମାତ୍ର ୬୬୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି ମାତ୍ର ୧୦ ପ୍ରତିଶତ ଥିଲା । ସେହିପରି ୨ ୦୧୮-୧୯ରେ କେନ୍ଦ୍ର ସରକାର ୪୯୨୫ କୋଟି ଦେଇଥିବାବେଳେ ରାଜ୍ୟ ସରକାର ୮୩୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଯାହାକି ମାତ୍ର ୧୫ ପ୍ରତିଶତ । ୨୦୧୯-୨୦ରେ କେନ୍ଦ୍ର ସରକାର ୨୭୬୫ କୋଟି ଟଙ୍କା ଅନୁଦାନ ପଠାଇଥିବା ସମୟରେ ରାଜ୍ୟସରକାର ୨୦୮ କୋଟି ଯାହା ମାତ୍ର ୭ ପ୍ରତିଶତ ।
ଗୋଟିଏ ଗରିବ ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନମିଳିବା ପର୍ଯ୍ୟନ୍ତ ଏ ଲଢ଼େଇ ଜାରି ରହିବ । ରାଜ୍ୟସରକାର ତୁରନ୍ତ ଯୋଜନା ଚୋରି ଓ ଷ୍ଟିକରିଂ ବନ୍ଦ କରି ନିଜର ବ୍ରାଣ୍ଡିଂ କରିବା ଛାଡ଼ନ୍ତୁ । ଗତ ୧୦ ମାସ ଭିତରେ ଗରିବ ଲୋକଙ୍କୁ ପକ୍କା ଘର ମିଳିବା ପାଇଁ କୌଣସି ବ୍ୟବସ୍ଥା ନହେବା ପ୍ରତିବାଦରେ ଆସନ୍ତା ୨୮ ତାରିଖରେ ରାଜ୍ୟର ସମସ୍ତ ବ୍ଲକ ଅଫିସ ଆଗରେ ବିଜେପି କାର୍ଯ୍ୟକର୍ତାଙ୍କ ସମେତ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କ ଚିଠି ଫାଡିବେ ଏବଂ ପୋଡ଼ିବେ । ଆସନ୍ତା ୨୯ ତାରିଖରେ ରାଜ୍ୟର ସମସ୍ତ ଥାନାରେ ସିଆରପିସି ସେକସନ ୪୨୦ ଧାରାରେ ସରକାରଙ୍କ ନାଁରେ ଏତଲା ଦିଆଯିବ । ୨୦୨୨ ସୁଦ୍ଧା ଓଡିଶାର ପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବାର ଲକ୍ଷ୍ୟ ଦିଗରେ ବିଜେପି କାର୍ଯ୍ୟ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ର, ଠାକୁର ରଂଜିତ ଦାସ, ଶାରଦା ପ୍ରଧାନ ଏବଂ ଅମର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top