Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଦେଶ- ବିଦେଶ

କେନ୍ଦ୍ରରେ ଓଡ଼ିଶାରୁ ୨ ମନ୍ତ୍ରୀ, ଜୁଏଲ ବାଦ୍ ପଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସରକାରରେ ଓଡ଼ିଶାରୁ ପୁଣିଥରେ ୨ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ତେବେ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦି ସରକାରରେ ୨ଥର ଆଦିବାସୀ ବ୍ୟାପାରର କ୍ୟାବିନେଟ୍ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ଜୁଏଲ ଓରାମ ବାଦ୍ ପଡ଼ିଛନ୍ତି। ଓଡ଼ିଶାରେ ବିଜେପିର ଚେହେରା ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାବେଳେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ଧର୍ମେନ୍ଦ୍ରଙ୍କୁ କ୍ୟାବିନେଟ୍ ଓ ପ୍ରତାପଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି। ଧର୍ମେନ୍ଦ୍ର ଓ ପ୍ରତାପଙ୍କ ମାଧ୍ୟମରେ ବିଜେପି ଓଡ଼ିଶାରେ ନିଜର ସଂଗଠନକୁ ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।
ରାଜନୀତିକ ବିଶ୍ଲେଷକଙ୍କ ମତରେ, ଓଡ଼ିଶାରେ କ୍ରମାଗତ ଭାବେ ବିଜେପିର ଭୋଟ ହାର ସହ ସିଟ୍ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଥିବାବେଳେ ଶାସକ ବିଜେଡି ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ କଂଗ୍ରେସକୁ ପଛରେ ପକାଇ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପାଲଟିଥିବାବେଳେ ଗତ ପଞ୍ଚାୟତ ନିର୍ବାଚନ ଓ ଏବେ ସାଧାରଣ ନିର୍ବାଚନରେ ଦଳ ଆଖିଦୃଶିଆ ପ୍ରଦର୍ଶନ କରିପାରିଛି। ଦଳର ଏହି ପ୍ରଦର୍ଶନ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରମୁଖ ଭୂମିକା ରହିଥିବା ଚର୍ଚ୍ଚା ହେଉଛି। ଯଦିଓ ରାଜ୍ୟରେ ବିଜେପିର ଭୋଟହାର ବୃଦ୍ଧି ଦିଗରେ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତଥାପି ଦଳର ରାଜ୍ୟ ସଂଗଠନରେ ଏକ ବୃହତ୍ ଗୋଷ୍ଠୀ ସହ ମତଭେଦ ଓ କନ୍ଦଳ ଯୋଗୁ ଚଳିତ ସାଧାରଣ ନିର୍ବାଚନରେ ବିଜେପି ଯେଭଳି ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା, ତାହା ସମ୍ଭବପର ହୋଇପାରିଲା ନାହିଁ। ବିଜେପି ଦୀର୍ଘ ୫ବର୍ଷ ଧରି ରାଜ୍ୟରେ ଧର୍ମେନ୍ଦ୍ରଙ୍କୁ ଦଳର ଚେହେରା କରିଥିଲେ ମଧ୍ୟ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିପାରିଲା ନାହିଁ। ରାଜ୍ୟରେ ବିଜେଡି ସରକାର ପ୍ରତି ଶାସନବିରୋଧୀ ହାୱା ଥିବା ସତ୍ତେ୍ୱ ବିଜେପି ଭିତରେ ଥିବା କନ୍ଦଳର ଫାଇଦା ବିଜେଡିକୁ ମିଳିଥିଲା। ଜୁଏଲ କେନ୍ଦ୍ରମନ୍ତ୍ରୀ ଥିଲେ ମଧ୍ୟ ସମାନ୍ତରାଳ ଭାବେ ଦଳୀୟ ସଂଗଠନକୁ ନିଜ ପାଖରେ ରଖିପାରି ନଥିଲେ କିମ୍ବା ଅସନ୍ତୁଷ୍ଟ ଥିବା ଗୋଷ୍ଠୀକୁ ବୁଝାସୁଝା କରି ନିର୍ବାଚନ ସମୟରେ ଏକଜୁଟ କରାଇ ନଥିଲେ।
ତେଣୁ ଏହାକୁ ଦୃଷ୍ଟିରେ ରଖି ବିଜେପି ଏଥର ସୁଚିନ୍ତିତ ରଣନୀତି ଆଧାରରେ ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ ପଦରେ ଆସୀନ କରାଇଛି। ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ଶ୍ରୀ ଷଡ଼ଙ୍ଗୀ ଦୀର୍ଘବର୍ଷ ଧରି ଆରଏଏସର ପ୍ରଚାରକ ଭାବେ କାର୍ଯ୍ୟ କରିବା ସହ ୨୦୦୪ ଓ ୨୦୦୯ରେ ଦୁଇଥର ବିଧାୟକ ମଧ୍ୟ ରହିଛନ୍ତି। ଚଳିତଥର ବାଲେଶ୍ୱରରେ ବିଜେଡି ଓ କଂଗ୍ରେସର ଦୁଇ ହେଭିୱେଟଙ୍କୁ ପରାଜିତ କରି ସେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କର ସରଳତା ଓ ନିରାଡ଼ମ୍ବର ଜୀବନଶୈଳୀ ଆଗରେ ବିରୋଧୀ ପ୍ରାର୍ଥୀମାନଙ୍କର ଅର୍ଥବଳ ଓ ବାହୁବଳ ଫେଲ୍ ମାରିଛି।
ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓଡ଼ିଶା ଗସ୍ତରେ ଆସିଲେ ଶ୍ରୀ ଷଡ଼ଙ୍ଗୀଙ୍କୁ ଦଳର ‘ସଚ୍ଚା ଓ ପୁରୁଣା ସିପାହୀ’ କହିବାକୁ ପଛାନ୍ତି ନାହିଁ। ନିଜର ସ୍ପଷ୍ଟ ଓ ରୋକଠୋକ୍ କଥା ପାଇଁ ପରିଚିତ ଶ୍ରୀ ଷଡ଼ଙ୍ଗୀଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସାମିଲ କରି ବିଜେପି ଭବିଷ୍ୟତରେ ତାଙ୍କୁ ରାଜ୍ୟରେ ଦଳର ଚେହେରା ଭାବେ ଉପସ୍ଥାପନ କରିବାର ବିକଳ୍ପ ଖୋଲା ରଖିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top