Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ପରାଜୟର ପୋଷ୍ଟମର୍ଟମ କଲା ରାଜ୍ୟ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଆଜି କଂଗ୍ରେସ ଭବନରେ ଦଳର ନେତା ପରାଜୟର କାରଣ ଖୋଜିବା ସହ ନିର୍ବାଚନୀ ଫଳାଫଳର ସମୀକ୍ଷା କରିଛନ୍ତି । ପ୍ରଥମଥର ପାଇଁ କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇଥିବାରୁ ଦଳର ବରିଷ୍ଠ ନେତାମାନେ ଉଦବେଗ ପ୍ରକାଶ କରିବା ସହ ବ୍ୟାପକ ପୁନର୍ଗଠନ ଓ ଅତିକମରେ ୩୦ ପ୍ରତିଶତ ଭୋଟ୍ ଶେୟାର ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ଦଳର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ବରିଷ୍ଠ ନେତା ଟିଏସ୍ ସିଂହଦେଓ ଆଜି ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କ ସହ ରୁଦ୍ଧ ଦ୍ୱାର ବୈଠକ କରି ନିର୍ବାଚନ ପରାଜୟର କାରଣ ଖୋଜିଥିଲେ । ଏହାସହିତ ଆଗାମୀ ଦିନରେ ପିସିସିରେ ବ୍ୟାପକ ପୁନର୍ଗଠନ ହେବ ବୋଲି ସୂଚନା ଦେଇଥିଲେ । ଦଳ ପକ୍ଷରୁ ପରାଜୟର କାରଣ ଖୋଜିବା ପାଇଁ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ୨୧ଜଣିଆ କମିଟି ଗଠନ କରାଯାଇଛି । ଉକ୍ତ କମିଟି ରିପୋର୍ଟ ମିଳିବା ପରେ ଦଳ ପକ୍ଷରୁ ଆବଶ୍ୟକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି ।
ଦଳର ବରିଷ୍ଠ ନେତା ତଥା ସହପ୍ରଭାରୀ ଟିଏସ୍ ସିଂହଦେଓ କହିଛନ୍ତି ଯେ ଏବେ ରାଜ୍ୟରେ ଦଳର ଭୋଟହାର ୧୬ ପ୍ରତିଶତକୁ ଖସିଆସିଛି । ଏହାକୁ ପ୍ରଥମେ ୩୦ ପ୍ରତିଶତରେ ପଞ୍ଚାଇବା ପାଇଁ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ।
ଦଳର ବରିଷ୍ଠ ନେତା ଭକ୍ତ ଦାସ ରାଜ୍ୟରେ କଂଗ୍ରେସର ପରାଜୟ ପାଇଁ ତ୍ରୁଟିପୂର୍ଣ୍ଣ ପ୍ରାର୍ଥୀ ଚୟନକୁ ଦାୟୀ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top