ଭୁବନେଶ୍ୱର(ଓଡ଼ିଶା ୱେୟାର):୨୦୦୫ ବ୍ୟାଚ୍ ଆଇପିଏସ ଅଫିସର ଜୟନାରାୟଣ ପଙ୍କଜଙ୍କୁ କେନ୍ଦ୍ରାଂଚଳ ପୁଲିସ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି । ସେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ ।
ଆଜି ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏସଟିଏଫ ଡିଆଇଜି ଶ୍ରୀ ପଙ୍କଜଙ୍କୁ ଅତିରିକ୍ତ ଭାବେ କେନ୍ଦ୍ରାଂଚଳ ଡିଆଇଜି ରୂପେ କାର୍ଯ୍ୟ କରିବାକୁ କୁହାଯାଇଛି । ଗତକାଲି କେନ୍ଦ୍ରାଂଚଳ ଡିଆଇଜି ଆଶିଷ କୁମାର ସିଂଙ୍କୁ ଅଚାନକ ଅବକାରୀ କମିଶନର ଭାବେ ବଦଳି କରାଯାଇଥିଲା । ଶ୍ରୀ ସିଂଙ୍କ ସ୍ଥାନରେ ସ୍ଥାୟୀ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଶ୍ରୀ ପଙ୍କଜଙ୍କୁ କେନ୍ଦ୍ରାଂଚଳ ଡିଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି ।


