Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କୋଭିଡ୍ ଟୀକାକରଣରେ ନବମ ସ୍ଥାନକୁ ଖସିଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ୱେୟାର): କୋଭିଡ୍‌-୧୯ ନିୟନ୍ତ୍ରଣ ଓ ଟୀକାକରଣ କରାଇବାରେ ଭଲ ପ୍ରଦର୍ଶନ କରିଥିବା ଓଡ଼ିଶା ଏବେ ବହୁ ପଛରେ ପଡ଼ିଯାଇଛି । କୋଭିଡ୍ ଟୀକାକରଣ ଆରମ୍ଭ ହେବାର ପ୍ରାରମ୍ଭିକ ସପ୍ତାହରେ ବେଶ୍ ଭଲ ପ୍ରଦର୍ଶନ କରି ସର୍ବଭାରତୀୟସ୍ତରରେ ଦ୍ୱିତୀୟ ସ୍ଥାନରେ ଥିବା ଓଡ଼ିଶା ଏବେ ନବମ ସ୍ଥାନକୁ ଖସିଆସିଛି ।
ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କୋଭିଡ୍ ଟୀକାକରଣର ସ୍ଥିତି ସଂକ୍ରାନ୍ତ ରିପୋର୍ଟ ଅନୁସାରେ, ଆଜି ସନ୍ଧ୍ୟା ୬ଟା ସୁଦ୍ଧା ସମଗ୍ର ଦେଶରେ ମୋଟ ୮୦ଲକ୍ଷ ୪୪ହଜାର ୭୮୬ଜଣ ବ୍ୟକ୍ତିଙ୍କର ଟୀକାକରଣ ହୋଇଥିବାବେଳେ ସେଥିରେ ୭୬୬୮ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟୀକା ମଧ୍ୟ ପ୍ରଦାନ କରାଯାଇଛି । ସର୍ବାଧିକ ୮ଲକ୍ଷ ୫୮ହଜାର ୬୦୨ଜଣଙ୍କର ଟୀକାକରଣ କରି ଉତ୍ତରପ୍ରଦେଶ ଶୀର୍ଷରେ ଥିବାବେଳେ ୬ଲକ୍ଷ ୭୯ହଜାର ୪୫୩ଜଣଙ୍କୁ ଟୀକାକରଣ କରି ଗୁଜୁରାଟ ଦ୍ୱିତୀୟ ଓ ୬ଲକ୍ଷ ୪୯ହଜାର ୯୬୬ଜଣଙ୍କୁ ଟୀକା ପ୍ରଦାନ କରି ମହାରାଷ୍ଟ୍ର ତୃତୀୟ ସ୍ଥାନରେ ରହିଛି । ସେହିପରି ରାଜସ୍ତାନ ୬.୦୬ଲକ୍ଷ, ମଧ୍ୟପ୍ରଦେଶ ୫.୨୬ଲକ୍ଷ, ପଶ୍ଚିମବଙ୍ଗ ୪.୯୫ଲକ୍ଷ , କର୍ଣ୍ଣାଟକ ୪.୯୫ଲକ୍ଷ ଓ ବିହାର ୪.୭୫ଲକ୍ଷ ଲୋକଙ୍କୁ ଟୀକାକରଣ କରିସାରିଛି ।
ଅନ୍ୟପକ୍ଷରେ ଓଡ଼ିଶାରେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ୪ଲକ୍ଷ ୧ହଜାର ୨୧ଜଣଙ୍କର ପ୍ରଥମ ଡୋଜ୍ ଟୀକାକରଣ ହୋଇଥିବାବେଳେ କାହାରିକୁ ଦ୍ୱିତୀୟ ଡୋଜ୍ ଟୀକା ପ୍ରଦାନ କରାଯାଇନି ।
ସୂଚନାଯୋଗ୍ୟ, ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଗୃହ, ରାଜସ୍ୱ ଓ ନଗର ଉନ୍ନୟନ ବିଭାଗର କର୍ମଚାରୀଙ୍କୁ ଟୀକାକରଣ ଦେବା ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top