Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପିଅନ୍ତୁ ସଜନା ଛୁଇଁ ସୁପ୍, ରହିବେ ଫିଟ

ଅନେକ ପ୍ରକାର ରୋଗର ଚିକିତ୍ସା ପାଇଁ ସଜନା ଛୁଇଁକୁ ବ୍ୟବହାର କରାଯାଏ। ଥଣ୍ଡା, କାଶ, ଗଳା ଦରଜ କିମ୍ବା ଛାତିରେ କଫ ଜମା ହୋଇଥିଲେ ସଜନା ଛୁଇଁ ବେଶ୍ ଲାଭଦାୟକ। ସଜନା ଛୁଇଁକୁ ତରକାରୀ କରି କିମ୍ବା ଏହାକୁ ସିଝାଇ ଖାଇପାରିବେ। ଏହାବ୍ୟତୀତ ଏହାକୁ ପାଣିରେ ସିଝାଇ, ଏହି ପାଣିକୁ ପିଇବା ଦ୍ବାରା ଅନେକ ଲାଭ ମିଳିଥାଏ। ଯଦି ଆପଣଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥାଏ, ତେବେ ସଜନା ଛୁଇଁ ବ୍ୟବହାର କରିପାରିବେ।
କାହିଁକି ଲାଭଦାୟକ?
ସଜନା ଛୁଇଁର ସୁପ୍ ଶରୀର ପାଇଁ ଅଧିକ ଲାଭଦାୟକ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ସି’ ରହିଛି। ଏହାବ୍ୟତୀତ ଏଥିରେ ରହିଛି ବିଟା କ୍ୟାରୋଟିନ, ପ୍ରୋଟିନ୍ ଏବଂ ଅନେକ ପ୍ରକାରର ଲବଣ। ଏଥିସହିତ ସଜନା ଛୁଇଁରେ ମାଙ୍ଗାନିଜ୍, ମ୍ୟାଗ୍ନେଶିୟମ, ପୋଟାସିୟମ ଏବଂ ଫାଇବର ରହିଛି। ଏହି ସବୁ ତତ୍ତ୍ବ ଶରୀରକୁ ପୂର୍ଣ୍ଣ ରୂପେ ବିକଶିତ କରିବା ପାଇଁ ବେଶ୍ ଦରକାରୀ।
ପ୍ରସ୍ତୁତି ପ୍ରଣାଳୀ
ସଜନା ଛୁଇଁ ସୁପ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଛୁଇଁକୁ ଛୋଟ କରି କାଟି ଦିଅନ୍ତୁ। ଦୁଇ କପ୍ ପାଣିରେ ଧିମା ଆଞ୍ଚରେ ଫୁଟାନ୍ତୁ। ପାଣିରେ ବାମ୍ଫ ଆସିଗଲା ପରେ ସଜନା ଛୁଇଁ ପକାନ୍ତୁ। ଆପଣ ଚାହିଁଲେ ଏଥିରେ ସଜନା ପତ୍ର ବି ପକାଇ ପାରିବେ। ପାଣି ଫୁଟି ଅଧା ହୋଇଗଲା ପରେ ସେଥିରୁ ଛୁଇଁର ଉପରି ଭାଗ ବାହାର କରିଦିଅନ୍ତୁ। ଏଥିରେ ଅଳ୍ପ ଲୁଣ ଓ ଗୋଲ ମରିଚ ଗୁଣ୍ଡ ପକାଇ ପିଅନ୍ତୁ।
ଫାଇଦା ଅନେକ
ସଜନା ଛୁଇଁର ସୁପ୍ ପିଇବା ଦ୍ବାରା ଅନେକ ଫାଇଦା ରହିଛି। ଯଦି ଥକାପଣ ଲାଗି ବୈବାହିକ ଜୀବନରେ ସୁଖକୁ ଅନୁଭବ କରିପାରୁ ନାହାନ୍ତି, ତେବେ ସଜନା ଛୁଇଁରେ ପ୍ରସ୍ତୁତ ସୁପ୍ ପିଇବା ଲାଭଦାୟକ ହୋଇପାରେ। ନିୟମିତ ଭାବେ ସଜନା ଛୁଇଁ ସୁପ୍ ପିଇବା ଦ୍ବାରା ଆସ୍ଥମା ରୋଗ ମଧ୍ୟ ଦୂର ହୋଇଥାଏ।
ଥଣ୍ଡା, କାଶ ଏବଂ କଫରୁ ମୁକ୍ତି ପାଇବା ଲାଗି ସଜନା ଛୁଇଁରେ ପ୍ରସ୍ତୁତ ସୁପ୍‌କୁ ଘରୋଇ ଔଷଧ ଭାବେ ବ୍ୟବହାର କରାଯାଏ। ସଜନା ସୁପ୍ ହଜମ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ମଧୁମେହକୁ ନିୟନ୍ତ୍ରିତ କରିବା ପାଇଁ ସଜନା ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଏ। ରକ୍ତ ସଫା କରିବା ପାଇଁ ମଧ୍ୟ ଏହା କାମ କରେ। ଏଥିରେ ଥିବର ଆଣ୍ଟି ବାକ୍ଟେରିଆଲ ଗୁଣ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଏଥିରେ ଥିବା ଭିଟାମିନ୍ ସି ଇମ୍ୟୁନ୍ ସିଷ୍ଟମ୍‌କୁ ବୁଷ୍ଟ କରିଥାଏ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top