Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କୋଲକତାଠାରୁ ହାରିଲା ହାଇଦ୍ରାବାଦ

ଚେନ୍ନାଇ: ୧୦ ରନରେ ସନରାଇଜର୍ସ ହାଇଦ୍ରାବାଦକୁ କୋଲକାତା ନାଇଟ ରାଇଡର୍ସ ହରାଇଛି। ପ୍ରଥମେ ବ୍ୟାଟିଂ କରି କେକେଆର ୨୦ ଓଭରରେ ୬ ଓ୍ୱିକେଟ ହରାଇ ୧୮୭ ରନ କରିଥିଲା। ଏହାପରେ ଟାର୍ଗେଟ ପିଛା କରି ପଡିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ୫ ଓ୍ୱିକେଟ ହରାଇ ୧୭୭ ରନ କରିବାରେ ସଫଳ ହୋଇଥିଲା

ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ରନ ମନୀଷ ପାଣ୍ଡେ କରିଥିଲେ। ୪୪ ବଲରେ ୨ଟି ଚୌକା ଏବଂ ୩ଟି ଛକା ମାରି ୬୧ ରନ କରି ଅପରାଜିତ ଥିଲେ ମନୀଷ ପାଣ୍ଡେ। ଜନନି ବୈରଷ୍ଟୋ ୫ଟି ଜବରଦସ୍ତ ଚୌକା ଏବଂ ୩ଟି ଛକା ମାରି ୫୫ର ନ କରିଥିଲେ। ହେଲେ କୁମିନ୍ସଙ୍କ ବଲରେ ନୀତିଶ ରାଣାଙ୍କ ଦ୍ୱାରା କ୍ୟାଚ ଆଉଟ୍ ହୋଇଥିଲେ। କେକେଆର ପକ୍ଷରୁ ପ୍ରସିଧ କ୍ରିଷ୍ଣା ୨ଟି ଓ୍ୱିକେଟ ନେଇଥିବା ବେଳେ ସକିବ ଅଲ ହାସନ, କୁମିନ୍ସ, ରସେଲ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ।

ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା ଓ ରାହୁଲ୍ ତ୍ରିପାଠୀ ବିସ୍ଫୋରକ ଇନିଂସ୍ ବଳରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୭ ରନ୍ କରିଥିଲା। ଦଳ ଏକ ସମୟରେ ସହଜରେ ୨୦୦ ରନ୍ ଅତିକ୍ରମ କରିଯିବ ବୋଲି ଲାଗୁଥିଲା। କିନ୍ତୁ ରାଣା ଓ ତ୍ରିପାଠୀଙ୍କ ଆଉଟ୍ ପରେ ଏହି ଆଶା ମଉଳି ଯାଇଥିଲା। ହେଲେ ଶେଷଆଡ଼କୁ ପୂର୍ବତନ କ୍ୟାପଟେନ୍ ଦିନେଶ କାର୍ତ୍ତିକ ଦ୍ରୁତ ରନ୍ କରି ଦଳକୁ ଏକ ମଜଭୁତ୍ ସ୍କୋରରେ ପହଞ୍ଚାଇଥିଲେ।

ନୀତୀଶ ୫୬ ବଲର ସାମ୍ନା ୮୦ ରନ୍ କରିଛନ୍ତି, ଯେଉଁଥିରେ ୯ ଚୌକା ଓ ୪ ଛକା ସାମିଲ୍ ଅଛି। ସେହିପରି ରାହୁଲ୍ ୨୯ ବଲରେ ୫ ଚୌକା ଓ ୨ ଛକା ସହ ୫୩ ରନର ଧୂଆଁଧାର ଇନିଂସ୍ ଖେଳିଛନ୍ତି। ସେହିପରି କାର୍ତ୍ତିକ ୯ ବଲରେ ୨ ଚୌକା ଓ ୧ ଛକା ସହ ଅପରାଜିତ ୨୨ ରନ୍ କରିଛନ୍ତି। କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଓ ଆନ୍ଦ୍ରେ ରସେଲଙ୍କ ଭଳି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଫେଲ୍ ମାରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ପାଇଁ ଦୁଇ ଆଫଗାନୀ ସ୍ପିନର୍ ମହମ୍ମଦ ନବି ଓ ରଶିଦ୍ ଦମଦାର ବୋଲିଂ କରି ଦୁଇଟି ଲେଖାଏ ସଫଳତା ପାଇଥିଲେ।

ସୂଚନାଯୋଗ୍ୟ, ଚଳିତ ଆଇପିଏଲ ସିଜିନର ଆଜି ତୃତୀୟ ମ୍ୟାଚ ଥିଲା। ହାଇଦ୍ରାବାଦ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Click to comment

Leave a Reply

Your email address will not be published. Required fields are marked *

Most Popular

To Top