କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ତଦନ୍ତ ବେଳେ ଆରଜି କର ମେଡିକାଲ କଲେଜରେ ହୋଇଥିବା ଅର୍ଥନୈତିକ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଥିଲା। ଏହି ଘଟଣାରେ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ନିଲମ୍ବିତ କରିଛି। ସନ୍ଦୀପଙ୍କୁ ସଦସ୍ୟତା ପଦରୁ ନିଲମ୍ବିତ କରାଯାଇଛି।ପ୍ରକାଶ ଯେ, ଦୁର୍ନୀତି ଅଭିଯୋଗରେ ସିବିଆଇ ସନ୍ଦୀପଙ୍କ ନାଁରେ ମାମଲା ରୁଜୁ କରିବା ସହ ତାଙ୍କ ଘାରେ ଚଢ଼ଉ କରିଥିଲା। ଏଥିସହ କୋଲକାତାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର ସମେତ ୧୪ଟି ସ୍ଥାନରେ ଚଢଉ କରିଥିଲା। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ସିବିଆଇକୁ ଦୁର୍ନୀତି ମାମଲାରେ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲା।


