Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଖରାପ ଅର୍ଥନୀତି ସତ୍ୱେ ଓଡ଼ିଶାର ଅଭିବୃଦ୍ଧି ହାର ବଢ଼ିଚାଲିଛି : ଅମର

ଭୁବନେଶ୍ୱର(ଓଡବ୍ଲ୍ୟୁ): ଦେଶର ଅର୍ଥନୀତି ଖରାପ ଥିବାସତ୍ୱେ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ହାର ବେଶ୍ ଭଲ ରହିଛି ବୋଲି ବିଜେଡି କହିଛି ।
ବିଜେଡି ମୁଖପାତ୍ର ଡଃ ଅମର ପଟ୍ଟନାୟକ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କେନ୍ଦ୍ର ସରକାର ନିଜର ଭୁଲ ଅର୍ଥନୈତିକ ନିଷ୍ପତ୍ତିଗୁଡିକୁ ଘୋଡ଼ାଇବା ପାଇଁ ଏବଂ ଅଭିବୃଦ୍ଧି ହାରକୁ ଚଞ୍ଚକତା କରି ଅତିରଞ୍ଜିତ କରିବା ପାଇଁ ମୂଳ ବର୍ଷକୁ ରାଷ୍ଟ୍ରୀୟ ଆକାଉଣ୍ଟିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି । ଆଗରୁ ମୂଳ ବର୍ଷକୁ ୨୦୦୪-୦୫ ଆର୍ôଥକ ବର୍ଷ ଭାବରେ ନିଆଯାଉଥିବା ବେଳେ ଏହାକୁ ପରିବର୍ତ୍ତନ କରି ୨୦୧୧-୧୨ ଆର୍ôଥକ ବର୍ଷକୁ ମୂଳ ବର୍ଷ ଭାବରେ ନେବା ପଛରେ ଏନ୍‍ଡିଏ ସରକାରର ଅବଧିରେ ଆର୍ôଥକ ଅଭିବୃଦ୍ଧିକୁ ଅତ୍ୟଧିକ କରିବା ପାଇଁ କୃତ୍ରିମ ପ୍ରଚେଷ୍ଟା ରହିଛି । ୧୭ ଅଗଷ୍ଟ ୨୦୧୮ରେ କେନ୍ଦ୍ର ସରକାରଙ୍କ ଅନୁମୋଦିତ ଏକ କମିଟି ଦ୍ୱାରା ଯେଉଁ ଆର୍ଥିକ ଅଭିବୃଦ୍ଧି ହାରର ତଥ୍ୟ ପଦାକୁ ଆସିଲା ତାହା କେନ୍ଦ୍ର ସରକାରକୁ ହରଡ଼ଘଣାରେ ପକାଇଲା । ଅଭିବୃଦ୍ଧି ହାର ବଢ଼ୁଥିବା ସ୍ଥାନରେ ଉପା ସମୟର ଅଭିବୃଦ୍ଧି ହାର ଠାରୁ ହ୍ରାସ ପାଉଥିବା ଦେଖାଗଲା । ୨୦୦୦ରୁ ୨୦୦୪ ମଧ୍ୟରେ ଭାରତବର୍ଷର ଅଭିବୃଦ୍ଧି ହାର ୬.୧% ଥିଲାବେଳେ ଓଡ଼ିଶାରେ ଅଭିବୃଦ୍ଧି ୮.୩%କୁ ବଢ଼ିଥିଲା । ୨୦୦୫-୦୯ ଅବଧି ମଧ୍ୟରେ ଭାରତବର୍ଷର ଅଭିବୃଦ୍ଧି ହାର ୮.୫% ଥିଲାବେଳେ ଓଡ଼ିଶାରେ ୯% ଥିଲା, ଯାହାକି ଦେଶର ଅଭିବୃଦ୍ଧି ହାର ଠାରୁ ଯଥେଷ୍ଟ ଅଧିକ । ୨୦୧୫-୧୬ ଆର୍ôଥକ ବର୍ଷରେ ଭାରତବର୍ଷର ଅଭିବୃଦ୍ଧି ହାର ୬.୬% ହୋଇଥିବା ବେଳେ ଓଡ଼ିଶା ତାହାଠାରୁ ଯଥେଷ୍ଟ ଆଗରେ ରହି ୧୦.୪% ଅଭିବୃଦ୍ଧି ହାରରେ ଉନ୍ନତି ପଥରେ ଆଗେଇ ଚାଲିଥିଲା ।
ବିଜେଡି ବିଶ୍ୱାସ କରେ, ବିକାଶ ଏବଂ ପ୍ରଗତି ହେବା ଦରକାର । କିନ୍ତୁ ବିଜେପିର କେନ୍ଦ୍ର ସରକାର ଯେଉଁ ନୀତି ଆଣୁଛନ୍ତି ସେଥିରେ ଧନୀ ଅଧିକ ଧନୀ ହେଉଛି ଓ ଗରିବ ତା’ର ଜୀବନ ଜୀବିକା ହରାଉଛି । ରାଜ୍ୟ ସରକାର ଓଡ଼ିଶାର ପ୍ରତ୍ୟେକଟି ବର୍ଗ ଓ ଶ୍ରେଣୀ ପାଇଁ ସମାନ ସୁବିଧା ଯୋଗାଇବାରେ ବିଶ୍ୱାସ କରେ ଏବଂ ଅର୍ଥନୈତିକ କ୍ଷେତ୍ରରେ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗେଇ ଯିବାରେ ଲକ୍ଷ୍ୟ ରଖିଛି । କେନ୍ଦ୍ର ସରକାରଙ୍କର ଭୁଲ ଅର୍ଥନୈତିକ ନିଷ୍ପତ୍ତି ଯୋଗୁ ମାତ୍ର ୨ବର୍ଷ ମଧ୍ୟରେ ବେରୋଜଗାରୀ ସର୍ବାଧିକ ୬.୯%ରେ ପହଞ୍ôଚଛି । ବିମୁଦ୍ରାକରଣ ଯୋଗୁ ପାଖାପାଖି ୧୫ଲକ୍ଷ ଚାକିରିର ସୁଯୋଗ ଲୋକେ ହରାଇଲେ ବୋଲି ସିଏମ୍‍ଆଇ ସଂସ୍ଥା ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ଅପରପକ୍ଷେ ଓଡ଼ିଶାରେ ଭାରତ ତୁଳନାରେ ସର୍ବାଧିକ ଘର ପିଛା ଅତିକମ୍‍ରେ ଜଣେ ଚାକିରି କରୁଥିବା ବ୍ୟକ୍ତି ରହିଥିବାର ସୂଚନା ସିଏସ୍‍ଓ ସଂସ୍ଥାର ରିପୋର୍ଟରେ ଦର୍ଶାଯାଇଛି । ବେରୋଜଗାରୀ କ୍ଷେତ୍ରରେ ବିଜେପି ଶାସିତ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ଅଛି ବୋଲି ସେହି ସିଏସ୍‍ଓ ସଂସ୍ଥା ଓଡ଼ିଶା ସଂପର୍କିତ ତାଙ୍କର ବାର୍ଷିକ ରିପୋର୍ଟରେ ଟେବୁଲ ନଂ ୫ରେ ଦର୍ଶାଇଛନ୍ତି । ଓଡ଼ିଶା ବିକାଶ ଓ ପ୍ରଗତି ପଥେ ଅଗ୍ରସର ହେଉଛି ଏବଂ ମେକ୍‍-ଇନ୍‍-ଓଡ଼ିଶାର ଦ୍ୱିତୀୟ ସଂସ୍କରଣ ଯୋଗୁ ୫ଲକ୍ଷ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ଜାଗ୍ରତ ହୋଇଛି । ଯେଉଁ ୪ଲକ୍ଷ କୋଟି ଟଙ୍କା ନିବେଶର ପ୍ରତିଶ୍ରୁତି ଏହି ସଂସ୍କରଣରେ ଓଡ଼ିଶାକୁ ମିଳିଛି, ତାହାକୁ ସଫଳତାର ସହିତ ରୂପାୟନ କରିବା କ୍ଷେତ୍ରରେ ରାଜ୍ୟ ସରକାର ଚେଷ୍ଟିତ ଏବଂ ଉଦ୍ୟମରତ ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଭାରତବର୍ଷର ଅର୍ଥନୀତି ଦିଗହରା ଓ ସ୍ଥାଣୁ ପାଲଟିଥିବା ବେଳେ ଓଡ଼ିଶା ନିଜ ଉଦ୍ୟମ ବଳରେ ଓଡ଼ିଶାବାସୀଙ୍କ ପାଇଁ ବିକାଶର ଅନେକ ସୁଯୋଗ ସୃଷ୍ଟି କରିଆସିଛି ଓ କରୁଥିବ ବୋଲି ଡ. ପଟ୍ଟନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଡ. ସସ୍ମିତ ପାତ୍ର ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top