Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଚାଷୀଙ୍କୁ ସନ୍ତୁଷ୍ଟ ପାଇଁ ୨୫୦କୋଟି

ଭୁବନେଶ୍ୱର  : ରାଜ୍ୟ ସରକାର କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ମୋଟ ୧୬ହଜାର ୭୬୫କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଚଳିତ କୃଷି ବଜେଟ୍ରେ ଚାଷୀଙ୍କ ପାଇଁ କୌଣସି ନୂଆ ଘୋଷଣା ନଥିଲେ ମଧ୍ୟ ପ୍ରାଇସ୍,ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ କିଛିବର୍ଷ ଧରି ଆନ୍ଦୋଳନ କରୁଥିବା ରାଜ୍ୟର ଚାଷୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଜ୍ୟ ସରକାର ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍ରେ ୨୫୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ଅର୍ଥ କୃଷକଙ୍କ କଲ୍ୟାଣଙ୍କ ପାଇଁ ଖର୍ଚ୍ଚ ହେବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି । ତେବେ ଏହାର ବିସ୍ତୃତ କାର୍ଯ୍ୟାବଳୀକୁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବଭାଗ ଯଥାସମୟରେ ଘୋଷଣା କରିବ ବୋଲି ସେ କହିଛନ୍ତି । ସେହିପରି ବିଜେପୁର ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ୧୨୪୭କୋଟି ଟଙ୍କାର ଗଙ୍ଗାଧର ମେହେରା ଉଠା ଜଳସେଚନ ପ୍ରକଳ୍ପ ନିମନ୍ତେ ବଜେଟ୍ରେ ଅର୍ଥବରାଦ ହୋଇଥିବା ଅର୍ଥମନ୍ତ୍ରୀ ନିଜ ବଜେଟ୍ ଭାଷଣରେ ସୂଚନା ଦେଇଥିଲେ ମଧ୍ୟ ବାସ୍ତବ ପକ୍ଷେ ମାତ୍ର ୨୦୦କୋଟି ଟଙ୍କା ୨୦୧୮-୧୯ ଆର୍ଥିକ ବର୍ଷରେ ବରାଦ ହୋଇଛି ।ଭୁବନେଶ୍ୱର  : ରାଜ୍ୟ ସରକାର କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ମୋଟ ୧୬ହଜାର ୭୬୫କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଚଳିତ କୃଷି ବଜେଟ୍ରେ ଚାଷୀଙ୍କ ପାଇଁ କୌଣସି ନୂଆ ଘୋଷଣା ନଥିଲେ ମଧ୍ୟ ପ୍ରାଇସ୍,ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ କିଛିବର୍ଷ ଧରି ଆନ୍ଦୋଳନ କରୁଥିବା ରାଜ୍ୟର ଚାଷୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଜ୍ୟ ସରକାର ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍ରେ ୨୫୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହି ଅର୍ଥ କୃଷକଙ୍କ କଲ୍ୟାଣଙ୍କ ପାଇଁ ଖର୍ଚ୍ଚ ହେବ ବୋଲି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି । ତେବେ ଏହାର ବିସ୍ତୃତ କାର୍ଯ୍ୟାବଳୀକୁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବଭାଗ ଯଥାସମୟରେ ଘୋଷଣା କରିବ ବୋଲି ସେ କହିଛନ୍ତି । ସେହିପରି ବିଜେପୁର ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ୧୨୪୭କୋଟି ଟଙ୍କାର ଗଙ୍ଗାଧର ମେହେରା ଉଠା ଜଳସେଚନ ପ୍ରକଳ୍ପ ନିମନ୍ତେ ବଜେଟ୍ରେ ଅର୍ଥବରାଦ ହୋଇଥିବା ଅର୍ଥମନ୍ତ୍ରୀ ନିଜ ବଜେଟ୍ ଭାଷଣରେ ସୂଚନା ଦେଇଥିଲେ ମଧ୍ୟ ବାସ୍ତବ ପକ୍ଷେ ମାତ୍ର ୨୦୦କୋଟି ଟଙ୍କା ୨୦୧୮-୧୯ ଆର୍ଥିକ ବର୍ଷରେ ବରାଦ ହୋଇଛି । ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, କୃଷି ବଜେଟ୍ରେ ଜଳସମ୍ପଦ ବିଭାଗ ପାଇଁ ସର୍ବାଧିକ ୧୦ହଜାର ୧୯୬କୋଟି ୫ଲକ୍ଷ ଟଙ୍କା ବରାଦ ହୋଇଥିବାବେଳେ ସମବାୟ ବିଭାଗ ପାଇଁ ୧୧୬୩.୯୭କୋଟି ଟଙ୍କା, କୃଷି ଓ କୃଷକ କଲ୍ୟାଣ ବିଭାଗ ପାଇଁ ୪୫୧୧.୧୬କୋଟି ଟଙ୍କା, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପାଇଁ ୮୯୩.୪୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଅର୍ଥମନ୍ତ୍ରୀ ନିଜର ବଜେଟ୍ ଅଭିଭାଷଣରେ କହିଥିଲେ ଯେ, ଗଙ୍ଗାଧର ମେହେର କେନାଲ ଉଠା ଜଳସେଚନ ଯୋଜନା ପାଇଁ ୧୨୪୭କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସେହିପରି ଚାଲୁ ରହିଥିବା ସେଚ ପ୍ରକଳ୍ପଗୁଡ଼ିକର ଆଧୁନିକୀକରଣ ନିମନ୍ତେ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ମାଧ୍ୟମରେ ୬୩୫କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତେବେ ବଜେଟ୍ ପୁସ୍ତିକା ଅନୁସାରେ ଗଙ୍ଗାଧର ମେହେର ଉଠା କେନାଲ ପ୍ରଣାଳୀ ପାଇଁ ଚଳିତ ବଜେଟ୍ରେ ମାତ୍ର ୨୦୦କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ  ମଧ୍ୟ ୧୩୮କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନାରେ ୨ହଜାର ଆଡ଼ିବନ୍ଧ ନିର୍ମାଣ ନିମନ୍ତେ ୩୪୪.୧୫କୋଟି ଟଙ୍କା, ପାର୍ବତୀଗିରି ବୃହତ୍ ଉଠାଜଳସେଚନ ଯୋଜନାରେ ୧୮୦୨କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଭାଗଚାଷୀ,ଭୂମିହୀନ,ନାମମାତ୍ର ଚାଷୀ ଅବା ଲିଜ୍ ସୂତ୍ରରେ ଜମି ନେଇ ଚାଷ କରଉଥିବା ଚାଷୀଙ୍କୁ ବିନା ବନ୍ଧକରେ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ସରକାର ଘୋଷଣା କରିଛନ୍ତି । ସେହିପରି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୭୫୦କୋଟି ଟଙ୍କା, ମୃତ୍ତିକା ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ୬୦୨କୋଟି ଟଙ୍କା, ଜଳଛାୟା ଉନ୍ନୟନ ପ୍ରକଳ୍ପ ପାଇଁ ୧୫୫କୋଟି, ପରମ୍ପରାଗତ କୃଷି ବିକାଶ ଯୋଜନା ପାଇଁ ୩୦କୋଟି, ବିହନ ଯୋଗାଣ ପାଣ୍ଠି ପାଇଁ ୧୦୦କୋଟି, ଜାତୀୟ କୃଷି ସମ୍ପ୍ରସାରଣ ଓ ବୈଷୟିକ ମିଶନ ପାଇଁ ୩୫୦କୋଟି, କ୍ଷେତ ଯାନ୍ତ୍ରିକରଣ ଯୋଜନା ପାଇଁ ୪୫୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି ବୋଲି ଶ୍ରୀ ବେହେରା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top