କାଟ୍ରା: ଶନିବାର ସକାଳେ ଜାମୁ କାଶ୍ମୀରର କାଟ୍ରା ଠାରେ ରିଚ୍ଟର ସ୍କେଲରେ ୪.୦ ମ୍ଯାଗ୍ନିଚୁ୍ଡର ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ଯାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ କାଟ୍ରା ଠାରୁ ୮୩ କିଲୋମିଟର ପୂର୍ବରେ ଥିଲା । ଭାରତୀୟ ସମୟ ୨ଟା ୫୩ ରେ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ଘଟିଛି।
ଏହାପୂର୍ବରୁ ଶୁକ୍ରବାର ବିଳମ୍ବିତ ରାତିରେ ଜାମୁ କାଶ୍ମୀରର ଡୋଡା ଜିଲ୍ଲାରେ ୪.୦ ମ୍ଯାଗ୍ନିଚୁ୍ଯଡର ଏକ ଭୂକମ୍ପ ମଧ୍ୟ ଘଟିଛ । ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତ । ବିପର୍ଯ୍ଯୟ ପରିଚାଳନା ନିର୍ଦ୍ଦେଶକ ଆମୀର ଅଲି କହିଛନ୍ତି ଯେ ଶୁକ୍ରବାର ରାତିରେ ଅପରାହ୍ନ ୨ଟା ୫୩ ସମୟରେ ଏହି ଭୂକମ୍ପ ଘଟିଛି ଏବଂ ଏହି କାରଣରୁ ଧନ ଜୀବନ ନଷ୍ଟ ହେବାର କୌଣସି ସୂଚନା ମିଳିନାହିଁ ସେ କହିଛନ୍ତି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଡୋଡା ଅଞ୍ଚଳରେ ଭୂପୃଷ୍ଠଠାରୁ ୧୦ କିଲୋମିଟର ଗଭୀରତାରେ ରହିଛି ।


