ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ବିଜେଡି ନେତା ଦିଲ୍ଲୀପ ତିର୍କୀଙ୍କୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ତିର୍କୀଙ୍କର ରାଜ୍ୟସଭା କାର୍ଯ୍ୟକାଳ ଚଳିତବର୍ଷ ଏପ୍ରିଲ ୨ତାରିଖରେ ଶେଷ ହୋଇଥିଲା । ସୂଚନାଯୋଗ୍ୟ ନରେନ୍ଦ୍ର ସ୍ୱାଇଁ ରାଜ୍ୟସଭାକୁ ନିର୍ବାଚିତ ହେବା ପରଠୁ ଓଟିଡିସି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା ।


