Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ

ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ । ଭୁବନେଶ୍ବରରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ପୂର୍ବ ସରକାର ଏବେ ସରକାର ମଧ୍ୟରେ ବହୁତ ତଫାତ ଅଛି । ଆମ ସରକାର କୌଣସି ରାଜ୍ୟକୁ କେବେ ଅବହେଳା କରିନାହି କି କେବେ କରିବନି । ରାଜ୍ୟମାନଙ୍କର ହକ୍‌ ଅନୁସାରେ ସେମାନଙ୍କୁ ସବୁ ମିଳିବ । ମହତ୍ତ୍ୱପୂର୍ଣ୍ଣ ଖଣି ସନ୍ଧାନରେ କେନ୍ଦ୍ର ସରକାର ରହିଛନ୍ତି । ସେହିପରି କୋଇଲା ଖଣି ରୟାଲିଟି ଉପରେ ନୀତି ଆୟୋଗ ବୈଠକରେ ନିଷ୍ପତ୍ତି ହେବ ବୋଲି କହିଛନ୍ତି କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ।ସେ ଆଉ ମଧ୍ୟ କହିଛନ୍ତି ବିଦେଶରୁ ଆମଦାନୀ ହେଉଥିବା ଖଣି ଉପରେ ଭାରତରେ ସର୍ଭେ ଚାଲିଛି । ଯେଉଁଠି ବାହାରିବ ସେ ଦିଗରେ କାର୍ଯ୍ୟ ଜାରି ରହିବ ।

ସୂଚନା ଅନୁସାରେ; ଭୁବନେଶ୍ବର, ସମ୍ବଲପୁର ଏବଂ ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ । ଆଜି ପ୍ରଥମେ ଭୁବନେଶ୍ବର ସ୍ଥିତ ନାଲକୋ କର୍ପୋରେଟ ଅଫିସରେ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ଅନୁଗୁଳ ଗ୍ରସ୍ତ କରି ସେଠାରେ ସ୍ମେଲ୍ଟର ପ୍ଲାଣ୍ଟ ପରିଦର୍ଶନ କରିବେ। ସେଠାରୁ ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ମହାନଦୀ କୋଲଫିଲ୍ଡ ମୁଖ୍ୟ କାର୍ଯ୍ୟାଳୟକୁ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୮ ତାରିଖ ଦିନ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ ସମ୍ବଲପୁରରେ ଏକାଧିକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top