Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଧାନମଣ୍ଡିକୁ ଦୌଡ଼ି ଦୌଡ଼ି ପ୍ରାଣ ହରାଇଲେ ଚାଷୀ,ବିଜେପି କହିଲା ସରକାର ହୃଦୟହୀନ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ବିରୋଧ କରି ବିଜେପି ଆସନ୍ତାକାଲି ସମ୍ବଲପୁରସ୍ଥିତ ଆରଡିସି ଅଫିସ ବାହାରେ ବିଶାଳ ବିକ୍ଷୋଭ କରିବାକୁ ଥିବାବେଳେ ଧାନମଣ୍ଡିକୁ ଦୌଡ଼ି ଦୌଡ଼ି ହୃଦଘାତରେ ବରଗଡ଼ ଜିଲ୍ଲାର ଜଣେ ଚାଷୀ ଆଜି ପ୍ରାଣ ହରାଇଛନ୍ତି । ଚାଷୀଙ୍କ ଏଭଳି ମୃତ୍ୟୁକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ରାଜ୍ୟରେ ହୃଦୟହୀନ ସରକାର ଶାସନ କରୁଛି ବୋଲି ବିଜେପି କହିଛି ।
ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ୫୨ ବର୍ଷର ଚାଷୀ ଦିବ୍ୟ କୁମାର ସାହୁ ହୃଦଘାତରେ ପ୍ରାଣ ହରାଇଛନ୍ତି ।
ଏହି ଘଟଣା ପ୍ରଚାରିତ ହେବା ପରେ ଶତାଧିକ ଚାଷୀ ମାଣ୍ଡୋସିଲ ଧାନମଣ୍ଡିରେ ଏକଜୁଟ ହୋଇ ସ୍ୱର୍ଗତଃ ସାହୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଜଂଳୀ ଅର୍ପଣ କରିଥିଲେ । ସ୍ୱର୍ଗତଃ ସାହୁ ସରକାରଙ୍କ ଠାରୁ ଟୋକନ ପାଇବା ପରେ ୧ ଶହ କ୍ୱିଂଟାଲ ଧାନ ମାଣ୍ଡୋସିଲ ମଣ୍ଡିରେ ବିକ୍ରି ପାଇଁ ଜମା ଦେଇଥିଲେ । ମାଣ୍ଡୋସିଲ ମଣ୍ଡିରେ ପାଖାପାଖି ୬୦ ହଜାର ଧାନବସ୍ତା ପଡି ରହିଥିବାବେଳେ ମିଲର୍ସମାନେ ଧାନ ଉଠାଉ ନଥିବାରୁ ବାରମ୍ବାର ମଣ୍ଡିକୁ ଦୌଡି ଦୌଡ଼ି ଶ୍ରୀ ସାହୁ ହତାଶ ହୋଇଯାଇଥିଲେ । ଶେଷରେ ଆଜି ଚାଷୀ ଦିବ୍ୟ କୁମାର ସାହୁଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ତାଙ୍କର ଏଭଳି ମୃତ୍ୟୁପରେ ଶତାଧିକ ଚାଷୀ ମଣ୍ଡିରେ ଏକଜୁଟ ହୋଇ ସ୍ୱର୍ଗତ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ରାଜ୍ୟରେ ଏକ ହୃଦୟହୀନ ସରକାର ଶାସନ କରୁଛି ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ ।
ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ଯେ, ପଦ୍ମପୁର ଉପଖଣ୍ଡରେ ପ୍ରତି ମଣ୍ଡିରେ ୧ ମାସ ହେଲା ଲକ୍ଷ ଲକ୍ଷ ଧାନ ବସ୍ତା ପଡ଼ି ରହିଛି । ଧାନ ବିକ୍ରି ହେଉ ନଥିବାରୁ ଚିକିତ୍ସା, ଟ୍ରାକ୍ଟର ମାନଙ୍କ କିସ୍ତି ଶୁଝିବା, ପୁଅ ଝିଅ ମାନଙ୍କ ପାଠପଢ଼ା ଖର୍ଚ୍ଚ, ବିଜୁଳୀ ବିଲ୍ ଦେବା କ୍ଷେତ୍ରରେ ଚାଷୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଚାଷୀଙ୍କ ଧାନରୁ ୮ରୁ ୯ କେଜି ପର୍ଯ୍ୟନ୍ତ କଟନୀ ଛଟନୀ, ଧାନ ଅଖା, ସୁତୁଲୀ, ଯାତାୟତ ଖର୍ଚ୍ଚ ନାଁରେ ମିଲର୍ସମାନେ ଚାଷୀଙ୍କ ଠାରୁ କୋଟି କୋଟି ଟଙ୍କା ଶୋଷଣ କରି ମାଲାମାଲ ହେଉଛନ୍ତିା ମିଲର୍ସମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ରାଜ୍ୟ ସରକାର ଚାଷୀଙ୍କ ପ୍ରତି ଦରଦହୀନ ଆଚରଣ ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପୁରୋହିତ କହିଛନ୍ତିା ତୁରନ୍ତ ମଣ୍ଡିରୁ ଧାନ ନଉଠିଲେ ସମସ୍ତ ରାଜରାସ୍ତା ଅବରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top