ମୁମ୍ବାଇ: ଏବେ ଧୋନିଙ୍କ ପରିବାରରେ ଯୋଡି ହୋଇଛି ଆଉ ଏକ ନୂଆ ସଦସ୍ୟ। ତାଙ୍କ ଘରକୁ ଆସିଛି ନୂଆ ଅତିଥି। ନୂଆ ଅତିଥିକୁ ଦେଖି ଧୋନିଙ୍କ ଝିଅ ଜିଭାର ଖୁସି କହିଲେ ନସରେ। ସେ ତା’ସହ ଖେଲିବା ପାଇଁ ପ୍ରସ୍ତୁତ ହୋଇଯାଇଛି। ଏହି ଖୁସି ଖବରକୁ ଧୋନିଙ୍କ ପତ୍ନୀ ସାକ୍ଷୀ ଝିଅ ଜିଭାର ସୋଶାଲ ମିଡିଆ ଆକାଉଣ୍ଟ ଜରିଆରେ ସେଆର କରିଛନ୍ତି।
ବାସ୍ତବରେ ତାଙ୍କ ଫାର୍ମ ହାଉସ୍କୁ ଏକ କୁନି ଘୋଡା ନୂଆ ଅତିଥି ରୂପେ ଆସିଛି। ଏହାକୁ ଦେଖି ଜିଭା ପୁରା ଖୁସିରେ ଗଦଗଦ ହୋଇଯାଇଛି। ଇନ୍ଷ୍ଟାଗ୍ରାମରେ ସେଆର ହୋଇଥିବା ଫଟୋରେ ଝିଅ ଜିଭା ଏକ ଛୋଟ ଘୋଡା ସହ ଖେଳୁଥିବା ଦେଖିବାକୁ ମିଳିଛି। ଏହି ଫଟୋର କ୍ୟାପସନ୍ରେ କିଛି ଲେଖା ହୋଇନାହିଁ କେବଳ ହାର୍ଟ ଇମୋଜି ରହିଛି। ବର୍ତ୍ତମାନ ଏହି ଫଟୋଟି ଚାରିଆଡେ ଭାଇରାଲ ହେବାରେ ଲାଗିଛି। ଏପର୍ୟ୍ୟନ୍ତ ଫଟୋଟିକୁ ପ୍ରାୟ ୧.୫ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଳାଣି।


