Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ନେଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ପୂର୍ବତନ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ମଧ୍ୟ ଦାୟିତ୍ୱ ନେଇଛନ୍ତି । ବିଜେଡି ନେତା ସୁବାସ ଚୌହାନଙ୍କର ଗତବର୍ଷ ମେ’ ୧୦ତାରିଖରେ ମୃତ୍ୟୁ ହେବାପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା ।
ଶ୍ରୀ ତ୍ରିପାଠୀ ଆଜି ରାଜୀବଭବନସ୍ଥିତ ପରିଷଦ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବାପରେ ଏକ ସମୀକ୍ଷା ବୈଠକ କରିଥିଲେ । ପରିଷଦକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସେ ଆବଶ୍ୟକ ପ୍ରକଳ୍ପ ପ୍ରସ୍ତୁତ, ନିର୍ଦ୍ଧାରିତ ସମୟରେ ଏହାକୁ ଶେଷ ସହ ଲୋକଙ୍କୁ ତ୍ୱରିତ୍ ସେବା ଯୋଗାଇବା ଉପରେ ଗୁରୁତ୍ୱ ଦେଇଥିଲେ । ଏହାସହିତ ତୃଣମୂଳସ୍ତରୀୟ ସର୍ଭେ ରିପୋର୍ଟ ଆଧାରରେ ବିକାଶ ମାନଦଣ୍ଡର ଏକ ଡାଟାବେସ୍ ପ୍ରସ୍ତୁତ ନିମନ୍ତେ ସେ ପରିଷଦର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଷ୍ପତ୍ତିରେ ପାରଦର୍ଶିତା ଓ ଶୀଘ୍ର ଫାଇଲ କାମ କରିବା ନିମନ୍ତେ ଫାଇଭ-ଟି ନୀତି ଅନୁସରଣ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଫାଇଲର କମ୍ପୁଟରୀକରଣ ସ ତାକୁ ଓସ୍ୱାସ୍ ମାଧ୍ୟମରେ ସଂଯୋଗ କରିବାକୁ ସେ ପରିଷଦ ସିଇଓ ସରୋଜ କୁମାର ପଟେଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସାମାଜିକ-ଅର୍ଥନୀତିକ ବିକାଶ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ସଫଳତା ହାସଲ ନିମନ୍ତେ ପ୍ରଦର୍ଶନ ବୃଦ୍ଧି ପାଇଁ ସେ ସମସ୍ତ ଅଫିସରଙ୍କୁ ପରାମର୍ଶ ଦେଇଥିଲେ । ଆବଶ୍ୟକ ପଡ଼ିଲେ ଅଫିସର ଓ କର୍ମଚାରୀଙ୍କୁ ଦକ୍ଷତା ବିକାଶ ବୃଦ୍ଧି ନିମନ୍ତେ ପରାମର୍ଶ ଦେଇଛନ୍ତି । ପରିଷଦ ଅଧୀନରେ ଥିବା ୧୦ଟି ଜିଲ୍ଲାରେ ପ୍ରାୟ ୩ହଜାର ପ୍ରୋଜେକ୍ଟ ଏବେ କାର୍ଯ୍ୟକାରୀ ସ୍ଥିତିରେ ରହିଥିବା ସମୀକ୍ଷା ବେଳେ ଜଣାପଡ଼ିଥିଲା ।
ସୂଚନାଯୋଗ୍ୟ, ଡିସେମ୍ବର ୩୧ତାରିଖରେ ସରକାରୀ ଚାକିରିରୁ ଅବସର ନେବାପରେ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା । ସେ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ଆଚଂଳିକ ବିକାଶ, ପର୍ଯ୍ୟଟନ ଓ ନିଯୁକ୍ତି କ୍ଷେତ୍ରରେ ସରକାରଙ୍କୁ ପରାମର୍ଶ ଦେବେ । ପଶ୍ଚିମ ଓଡ଼ିଶାବ ବିକାଶ ପରିଷଦ ଭଳି ରାଜନୀତିକ ପଦବୀରେ ଶ୍ରୀ ତ୍ରିପାଠୀଙ୍କୁ ଅବସ୍ଥାପିତ କରି ବିଜେଡି ସରକାର ଭବିଷ୍ୟତରେ ତାଙ୍କୁ ରାଜନୀତିକ ମଇଦାନକୁ ଓହ୍ଲାଇବାକୁ ମାର୍ଗ ପ୍ରଶସ୍ତ କରୁଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧୀନରେ ଥିବା ଜିଲ୍ଲାଗୁଡ଼ିକରେ ବିଜେଡି ନିଜର ଭୋଟବ୍ୟାଙ୍କ ବୃଦ୍ଧି କରିବା ଲକ୍ଷ୍ୟରେ ଶ୍ରୀ ତ୍ରିପାଠୀଙ୍କୁ ଅବସ୍ଥାପିତ କରିଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top