Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପୁଣି ସକ୍ରିୟ ହେଲେ ଦିଲ୍ଲୀପ, ବିଜେଡିକୁ ଫେରିବେ!

ଭୁବନେଶ୍ୱର(ଓଡ଼ିଶା ୱେୟାର): ୨୦୧୯ ସାଧାରଣ ନିର୍ବାଚନ ପରଠୁ ସକ୍ରିୟ ସାର୍ବଜନୀନ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟ ଏବେ ପୁଣିଥରେ ସକ୍ରିୟ ହୋଇଛନ୍ତି । ଶ୍ରୀ ରାୟଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱର ସହରରେ ତାଙ୍କର ପୋଷ୍ଟର ଛାଇ ହୋଇଯାଇଥିବାବେଳେ ତାଙ୍କ ରାଜନୀତିକ ସଚିବଙ୍କ ଦ୍ୱାରା ସମ୍ବାଦପତ୍ରରେ ପ୍ରକାଶିତ ସ୍ତମ୍ଭ ଓ ଗତ କିଛିଦିନ ଧରି ଦିଲ୍ଲୀପ ରାଉରକେଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ହିଁ ଦିଲ୍ଲୀପଙ୍କ ସକ୍ରିୟ ରାଜନୀତିକୁ ପ୍ରତ୍ୟାବର୍ତ୍ତନର ସନ୍ଦେଶ ଦେଇଛି ।
ସୂଚନା ଅନୁସାରେ, ରାଜ୍ୟରେ ଖୁବଶୀଘ୍ର ପୌର ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ହେଉଥିବାବେଳେ ରାଉରକେଲା ସହରରେ ଦିଲ୍ଲୀପଙ୍କର ନିଜସ୍ୱ ଭୋଟବ୍ୟାଙ୍କ ଓ ପ୍ରଭାବକୁ ଉପଯୋଗ କରିବା ନିମନ୍ତେ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ରାଉରକେଲା ସହରର ଦୁଇଟି ଯାକ ବିଧାନସଭା ଆସନ ବିଜେଡି କବଜାରେ ଥିଲେ ମଧ୍ୟ ସହରରେ ବିଜେପିର ପ୍ରଭାବ ରହିଛି । ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ ଓରାମ ନିଜର ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରିଥିବାବେଳେ ରାଉରକେଲା ମହାନଗର ନିଗମକୁ ହାତେଇବାକୁ ମଧ୍ୟ ବିଜେଡି ପ୍ରୟାସ ଆରମ୍ଭ କରିସାରିଛି । ମାତ୍ର ଦିଲ୍ଲୀପଙ୍କ ବିନା ସହଯୋଗରେ ରାଉରକେଲା ମହାନଗର ନିଗମ ଅଂଚଳକୁ ହାତେଇବା ସହଜ ନୁହେଁ । ଯେଉଁଥିପାଇଁ ଦିଲ୍ଲୀପଙ୍କ ସହ ବିଜେଡି ଏବେ ଅଲିଖିତ ଚୁକ୍ତି କରିଥିବା ଚର୍ଚ୍ଚା ହେଉଛି । ତା’ଛଡ଼ା ବିଜୟ ମହାପାତ୍ରଙ୍କୁ ବିଜେପି ନିଜର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟରେ ରଖିଥିବାବେଳେ ତାଙ୍କର ଖାସ୍ ସହଯୋଗୀ ଦିଲ୍ଲୀପଙ୍କୁ ଏହି ପଦରୁ ମଧ୍ୟ ବାଦ୍ ଦେଇସାରିଛି । ୨୦୧୯ ସାଧାରଣ ନିର୍ବାଚନ ପରଠୁ ସମସ୍ତ ପ୍ରକାରର ରାଜନୀତିକ ଓ ସାର୍ବଜନୀନ କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ଦିଲ୍ଲୀପଙ୍କୁ ଏବେ ଗତ କିଛିଦିନ ଧରି ରାଉରକେଲା ସହରରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ଯାହାକି ଏଭଳି ଚର୍ଚ୍ଚାକୁ ମଧ୍ୟ ବଳ ଯୋଗାଉଛି ।
ତା’ଛଡ଼ା ତାଙ୍କର ରାଜନୀତିକ ସଚିବ ଦୁର୍ଗାପ୍ରସାଦ ମହାନ୍ତି ଲେଖିଥିବା କିଛି ତଥ୍ୟ ହିଁ ଦିଲ୍ଲୀପଙ୍କ ସକ୍ରିୟ ରାଜନୀତିକୁ ଫେରିବା ଓ ବିଜେଡିର ନିକଟତର ହେଉଥିବାର ସନ୍ଦେଶ ଦେଇଛି । ବିଶେଷକରି ୨୦ବର୍ଷ ତଳର କୋଇଲା ଦୁର୍ନୀତି ମାମଲାର ଫାଇଲକୁ ସିବିଆଇ ପୁଣିଥରେ ଖୋଲି ଦିଲ୍ଲୀପଙ୍କୁ ଫସାଇବାକୁ ଚକ୍ରାନ୍ତ କରିଥିବା କଥା ଶ୍ରୀ ମହାନ୍ତି ଲେଖିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଦିଲ୍ଲୀପ ନିଜର ସମର୍ଥକମାନଙ୍କୁ ପରୋକ୍ଷରେ ବିଜେପିକୁ ଭୋଟ୍ ନଦେବାକୁ ପରାମର୍ଶ ଦେଇଥିବା ଯୋଗୁ ହିଁ ତାଙ୍କୁ କୋଇଲା ଦୁର୍ନୀତି ମାମଲାରେ ଫସାଇବାକୁ ଉଦ୍ୟମ ହୋଇଥିଲା ଓ ଶେଷରେ ସିବିଆଇ କୋର୍ଟର ରାୟକୁ ମାତ୍ର କିଛି ଘଣ୍ଟା ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ । ଦିଲ୍ଲୀପଙ୍କ ବିରୁଦ୍ଧରେ କୋଇଲା ଦୁର୍ନୀତି ମାମଲାରେ ସିବିଆଇ ସକ୍ରିୟ ହେବାପଛରେ ବିଜେପି ଦାୟୀ ବୋଲି ଶ୍ରୀ ମହାନ୍ତି ପରୋକ୍ଷରେ ଇସାରା ଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ରାଉରକେଲା ସହରର ବିକାଶ ପାଇଁ ଦିଲ୍ଲୀପଙ୍କ ଦାବିକୁ ଗ୍ରହଣ କରିଥିବା କହିଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ନିବାସ ଯାଇ ଦିଲ୍ଲୀପ ଭେଟିବା ଓ ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ଗତ ଦେଢ଼ବର୍ଷରୁ ଅଧିକ ସମୟ ଧରି ଚୁପ୍ ରହିଥିବା ଶ୍ରୀ ମହାନ୍ତି ଏବେ ଉଠାଇବାର ଯଥାର୍ଥତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବା ସ୍ୱାଭାବିକ । ସୁନ୍ଦରଗଡ଼ଠାରେ ମେଡ଼ିକାଲ କଲେଜ ସ୍ଥାପନ, ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ ନିର୍ମାଣ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଦି କାର୍ଯ୍ୟ ପାଇଁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ଦିଲ୍ଲୀପ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଲୋଚନା ଏବଂ କୋଇଲା ଦୁର୍ନୀତିରେ ଦିଲ୍ଲୀପଙ୍କୁ ଫସାଇବା ପାଇଁ ହୋଇଥିବା ଚକ୍ରାନ୍ତକୁ ନେଇ ଦିଲ୍ଲୀପଙ୍କ ରାଜନୀତିକ ସଚିବ ଶ୍ରୀ ମହାନ୍ତି ଏବେ କାହିଁକି ମୁହଁ ଖୋଲିଲେ? ଦିଲ୍ଲୀପଙ୍କ ଫେରିବା ପାଇଁ ମାର୍ଗ ପ୍ରଶସ୍ତ କରୁଛନ୍ତି ନା ବିଜେଡିକୁ ଖୁସି କରି ୨୦୨୦ ଜୁନରେ ଖାଲି ହେବାକୁ ଥିବା ରାଜ୍ୟସଭା ଆସନରେ ଦିଲ୍ଲୀପଙ୍କୁ ପଠାଇବାକୁ ଏବେଠୁ ଅଙ୍କକଷା ଆରମ୍ଭ ହୋଇଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top