ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତି ସୋମବାର ଅଭିଯୋଗ ଶୁଣିବେ ୨ ମନ୍ତ୍ରୀ। ଆଜି ଅଭିଯୋଗ ଶୁଣୁଛନ୍ତି ପରିବହନ ମନ୍ତ୍ରୀ ରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଶୁଣାଣି ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା ଦେଇଛନ୍ତି। ଦଳୀୟ କର୍ମୀ, ଶୁଭେଚ୍ଛୁ, ସାଧାରଣ ଲୋକ ଆସି ଅଭିଯୋଗ କରିପାରିବେ। ନ୍ୟାୟ ଦେବାକୁ ସମସ୍ତ ପ୍ରକାର ପ୍ରୟାସ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲ।


