Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତକୁ ମିଳିଲା ୪ଟି ପଦକ

ପ୍ୟାରିସ ପାରା ଅଲିମ୍ପିକ୍ସରେ ରବିବାର ଭାରତକୁ ମିଳିଛି ୪ଟି ପଦକ। ଆଜି ଭାରତକୁ ପାରା ଅଲିମ୍ପିକ୍ସରେ ଗୋଟାଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି।ପାରାଅଲିମ୍ପିକ୍ସ ହୋଇଥିବା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଏସ-ଏଲ ୩ରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତର ନୀତେଶ କୁମାର । ଗ୍ରେଟ ବ୍ରିଟେନର ଡେନିଏଲ ବେଥେଲଙ୍କୁ ହରାଇ ଭାରତ ପାଇଁ ସ୍ୱର୍ଣ୍ଣ ହାତେଇଛନ୍ତି ନୀତେଶ । ସେ ୨୧-୧୪ ସେଟରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି ।

ସେହିପରି ଅଲିମ୍ପିକ୍ସରେ ହୋଇଥିବା ଟୁର୍ଣ୍ଣାମେଣ୍ଟର ଆଥଲେଟିକ୍ସ ପ୍ରତିଯୋଗିତାରେ ଭାରତକୁ ମିଳିଛି ଦୁଇଟି ପଦ। ଆଥଲେଟିକ୍ସର ପୁରୁଷ ହାଇଜମ୍ପ ଇଭେଣ୍ଟରେ ନିଶାଦ କୁମାର ରୌପ୍ୟ ପଦକ ଜିତିଥିବାବେଳେ ମହିଳା ୨୦୦ ମିଟର ଦୌଡ଼ରେ (ଟି-୩୫) ବ୍ରୋଞ୍ଜ ପଦକ ଜିତିଛନ୍ତି ପ୍ରୀତି ପାଲ୍‌।ହାଇଜମ୍ପ (ଟି-୪୭) ଫାଇନାଲରେ ନିଶାଦ କୁମାର ୨.୦୮ ମିଟର ଉଚ୍ଚତା ଡେଇଁ ଦ୍ଵିତୀୟ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ ଆମେରିକାର ରୋଡରିକ୍‌ ଟାଉନସେଣ୍ଡ ୨.୧୨ ମିଟର ଉଚ୍ଚତା ଡେଇଁ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିଲେ ନିଶାଦ। ଓ ମହିଳା ୨୦୦ ମିଟର ଦୌଡ଼ରେ (ଟି-୩୫) ପ୍ରୀତି ପାଲ୍‌ ୩୦.୦୧ ସେକେଣ୍ଡରେ ଅତିକ୍ରମ କରି ବ୍ରୋଞ୍ଜ ପଦକ ଜିତିଥିଲେ। ସେ ଏହା ପୂର୍ବରୁ ୧୦୦ ମିଟର ଦୌଡ଼ରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ମହିଳା ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍‌ ଭାବେ ସେ ଗୋଟିଏ ପାରା ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାର ସଫଳତା ହାସଲ କରିଛନ୍ତି।

ଅନ୍ୟପଟେ ଭାରତ ପାଇଁ ଯୋଗଶେ କାଥୁନିୟା ପୁରୁଷ ଡିସକସ୍ ଥ୍ରୋର ଏଫ ୫୬ ର୍ବଗରେ ରୌପ୍ୟ ପଦକ ପାଇଛନ୍ତି । ସେ ୪୨.୨୨ ମିଟର ଦୂରତାକୁ ଡିସକସ୍ ଫିଙ୍ଗି ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି ।

ପ୍ୟାରିସ ପାରା ଅଲିମ୍ପିକ୍ସ ଆଥଲେଟିକ୍ସରେ ଭାରତକୁ ଏପର୍ଯ୍ୟନ୍ତ ୨ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏପଂ ୪ଟି କାଂସ୍ୟ ପଦକ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top