ନୂଆଦିଲ୍ଲୀ ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାର କମିବାର ନାଁ ଧରୁନି । ଦିନ କୁ ଦିନ ତାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ପୂର୍ବରୁ ସେ ମଦ ଦୁର୍ନୀତି ଅଭିଯୋଗରେ ତିହାର ଜେଲ୍ରେ ରହିଥିବା ବେଳେ ବର୍ତ୍ତମାନ ତାଙ୍କ ବିରୋଧରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ଠାରୁ ରାଜନୈତିକ ଚାନ୍ଦା ନେଇଥିବା ଅଭିଯୋଗ ଛନ୍ଦି ହୋଇ ପଡିଛନ୍ତି । ଦିଲ୍ଲୀର ଉପରାଜ୍ୟପାଳ କେଜ୍ରିୱାଲଙ୍କ ବିରୋଧରେ ଏଏନଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି।
ସୂଚନାନୁସାରେ, ଉପରାଜ୍ୟପାଳଙ୍କୁ ଏକ ଅଭିଯୋଗ ମିଳିଛି ଯେ ଆମ୍ ଆଦମୀ ପାର୍ଟି ଶିଖ୍ ଫର୍ ଜଷ୍ଟିସ୍ଠାରୁ ୧୬ ମିଲିୟନ୍ ଡଲାର୍ ଅନୁଦାନ ନେଇଛି । ଉପରାଜ୍ୟପାଳଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ଖାଲିସ୍ତାନୀ ସମର୍ଥକ ଦେବେନ୍ଦ୍ର ପାଲ ଭୁଲ୍ଲରଙ୍କ ମୁକ୍ତି ତଥା ଖାଲିସ୍ତାନୀ ଭାବନାକୁ ପ୍ରୋତ୍ସାହିତ କରିବା ବଦଳରେ ଏହି ଦାନ ପ୍ରଦାନ କରାଯାଇଛି। ଉପ-ରାଜ୍ୟପାଳଙ୍କୁ ଏହି ଚିଠି ୱାର୍ଲ୍ଡ ହିନ୍ଦୁ ଫେଡେରେସନ୍- ଇଣ୍ଡିଆ ନାମକ ଏକ ସଂସ୍ଥା ଦ୍ୱାରା ଲେଖାଯାଇଛି। କୁହାଯାଇଛି ଆମ୍ ଆଦମୀ ପାର୍ଟି ୨୦୧୪ ରୁ ୨୦୨୨ ମଧ୍ୟରେ ଏହି ଦାନ ନେଇଥିଲେ।


