ବଦଳିପାରେ ମେକ୍ ଇନ୍ ଓଡ଼ିଶା ନାଁ। ଏ ନେଇ ଇସାରା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ। ମେକ୍ ଇନ୍ ଓଡ଼ିଶା ନାଁ ବଦଳାଇ ଉତ୍କଳ ଇନଭେଷ୍ଟ ସମ୍ମିଟ ହୋଇପାରେ। ଯାହା ଜରିଆରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି ଶିଳ୍ପମନ୍ତ୍ରୀ।ଓଡ଼ିଶାକୁ କିଭଳି ନୂଆ ଶିଳ୍ପ ଆସିବ। ଓଡ଼ିଶାକୁ ଶିଳ୍ପକ୍ଷେତ୍ରରେ କିଭଳି ଆଗକୁ ନିଆଯିବ ସେ ନେଇ ଆଲୋଚନା ହୋଇଛି। ଇଣ୍ଡଷ୍ଟ୍ରିଆଲ କରିଡରକୁ ବିକଶିତ କରିବୁ।
୨୦୨୭ ସୁଦ୍ଧା ବିକଶିତ କରିବୁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ। ଓଡ଼ିଶାରେ ପ୍ରାକୃତିକ ସମ୍ପଦ ପ୍ରଚୁର ମାତ୍ରାରେ ରହିଛି। ଏଠାରେ ପାଣି, ଖଣି ଓ ଲମ୍ବା ସମୁଦ୍ରତଟ ରହିଛି । ତେଣୁ ଏହା ଜରିଆରେ ଓଡ଼ିଶାକୁ ଶିଳ୍ପସମୃଦ୍ଧ କରାଯିବ। ଶିଳ୍ପକୁ ନେଇ ୧୦୦ ଦିନର ପ୍ଲାନ ରହିଛି। ଏନେଇ ଖୁବଶୀଘ୍ର ସରକାର ଅବଗତ କରିବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମ୍ପଦ ସ୍ୱାଇଁ।


