Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବର୍ଷା ସତ୍ତ୍ୱେ ଜଳୁଛି ଶିମିଳିପାଳ, ରାଜ୍ୟର ଜଙ୍ଗଲରେ ୧୦୪୮ଟି ସ୍ଥାନରେ ନିଆଁ

ଭୁବନେଶ୍ୱର(ଓଡ଼ିଶା ୱେୟାର): ବର୍ଷା ସତ୍ତ୍ୱେ ଶିମିଳିପାଳ ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପ ଅଂଚଳର ୫ଟି ସ୍ଥାନରେ ନିଆଁ ଜଳୁଛି । ସେହିପରି ସମଗ୍ର ରାଜ୍ୟର ବିଭିନ୍ନ ଜଙ୍ଗଲରେ ୧୦୪୮ଟି ସ୍ଥାନରେ ନିଆଁ ଜଳୁଥିବା ନେଇ ସାଟେଲାଇଟ୍ ଚିତ୍ରକୁ ଆଧାର କରି ଭାରତୀୟ ବନ ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ବୋଲି ରାଜ୍ୟସ୍ତରୀୟ ଟାସ୍କଫୋର୍ସର ମୁଖ୍ୟ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି । ସେପଟେ ଶିମିଳିପାଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ଆଜି ଘଟଣାସ୍ଥଳକୁ ଯାଇଥିବାବେଳେ କେନ୍ଦ୍ରୀୟ ଟିମ୍ ସଦସ୍ୟ ଅମିତ୍ ମଲ୍ଲିକ ମଧ୍ୟ ଶିମିଳିପାଳ ଗସ୍ତ କରିଥିବା ଜଣାପଡ଼ିଛି ।
ଆଜି ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଅଂଚଳ ସମେତ ସମଗ୍ର ରାଜ୍ୟରେ ନିଆଁ ଲାଗିବାକୁ ପ୍ରାୟତଃ ଆୟତ୍ତାଧୀନ କରାଯାଇଛି । ନିଆଁ ଲାଗିବା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଗତକାଲି ରାଜ୍ୟର ୪୯୭ଟି ସ୍ଥାନରେ ନିଆଁ ଜଳୁଥିବାବେଳେ ଆଜି ୧୦୪୮ଟି ସ୍ଥାନରେ ନିଆଁ ଜଳୁଥିବା ଜଣାପଡ଼ିଛି । ଶିମିଳିପାଳରେ ବର୍ଷା ହେଉଥିବାରୁ ଗତକାଲି ୨୪-୨୫ଟି ସ୍ଥାନରେ ନିଆଁ ଜଳୁଥିବାବେଳେ ଆଜି ମାତ୍ର ୫ଟି ସ୍ଥାନରେ ନିଆଁ ଜଳୁଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୩ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ଅଂଚଳରେ ମଧ୍ୟବର୍ତ୍ତୀ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି, ଯାହା ଜଙ୍ଗଲ ଅଗ୍ନି ହ୍ରାସ ପାଇଁ ସକରାତ୍ମକ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ରାଜ୍ୟ ସରକାର ସମସ୍ତ ଜଙ୍ଗଲ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ କରିଥିବାବେଳେ ଜଙ୍ଗଲ ବିଭାଗର ଆଂଚଳିକ ଅଧିକାରୀ ଓ ବନଖଣ୍ଡ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟାସ୍କଫୋର୍ସ ଅଧ୍ୟକ୍ଷ ସବିଶେଷ ସମୀକ୍ଷା କରିଥିଲେ । ରାତ୍ରି ପାଟ୍ରୋଲିଂ ବୃଦ୍ଧି ସହ ତୁରନ୍ତ ଜଙ୍ଗଲ ନି÷ଆଁ ଲାଗୁଥିବା ସ୍ଥାନରେ ପହଂଚି ନିଆଁକୁ ଆୟତ୍ତ କରିବାକୁ କୁହାଯାଇଛି ।
ନିଆଁ ଲିଭା କାର୍ଯ୍ୟରେ ଏବେ ୮ଟି ଓଡ୍ରାଫ ଟିମର ୨୦୦ଜଣ ସଦସ୍ୟ ନିୟୋଜିତ ହୋଇଛନ୍ତି । ପଂଚାୟତିରାଜ ଅନୁଷ୍ଠାନ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଜିଲ୍ଲା ପ୍ରଶାସନ ମଧ୍ୟ ମିଳିତ ଭାବେ ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top