Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଛାଖଣ୍ଡି ଗ୍ରାନାଇଟ୍ ଖଣି ଲୁଟ୍ : ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ ଦାସ ସମେତ ୪ଜଣଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍‌

ଭୁବନେଶ୍ୱର(ଓଡ଼ିଶା ୱେୟାର): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ର ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଗ୍ରାନାଇଟ୍ ପଥର ଖନନ ଓ ଚୋରାଚାଲାଣ କରିବା ମାମଲାରେ ୪ଜଣ ଅଫିସରଙ୍କୁ ଓଡ଼ିଶା ଲୋକାୟୁକ୍ତ ନୋଟିସ୍ ଜାରି କରିଛନ୍ତି । ଯାଜପୁରର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ସମେତ ବର୍ତ୍ତମାନର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଧର୍ମଶାଳାର ପୂର୍ବତନ ତହସିଲଦାର ସରୋଜ କୁମାର ପଣ୍ଡା, ବର୍ତ୍ତମାନର ତହସିଲଦାର ପ୍ରଶାନ୍ତ ସାମନ୍ତରାୟଙ୍କୁ ୬ ସପ୍ତାହ ମଧ୍ୟରେ ନୋଟିସର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଭିଯୋଗକାରୀ ସର୍ବେଶ୍ୱର ବେହୁରାଙ୍କ ଅଭିଯୋଗ ଆଧାରରେ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ ସିଂ ଏହି ଅଭିଯୋଗକୁ ଗ୍ରହଣ କରି ଯାଜପୁର ଜିଲ୍ଲା ପ୍ରଶାସନ ସହ ଜଡ଼ିତ ଥିବା ୪ଜଣ ଅଫିସରଙ୍କୁ ନୋଟିସ ଜାରି କରିଛନ୍ତି । ଅଭିଯୋଗକାରୀ ଶ୍ରୀ ବେହେରା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଶାସକ ଦଳ ବିଜେଡିର ଛତ୍ରଛାୟା ଓ ପ୍ରଶାସନର ସହଯୋଗରେ ପଥର ମାଫିଆମାନେ ବେଆଇନ ଭାବେ ବିଛାଖଣ୍ଡି ପାହାଡ଼ରୁ କଳା ଗ୍ରାନାଇଟ୍ ପଥର ଖନନ କରି ଚୋରାଚାଲାଣ କରିଛନ୍ତି । ସେ ଏନେଇ ୨୦୧୯ ଜୁଲାଇ ୧୨ତାରିଖରେ ରାଜ୍ୟ ମୁଖ୍ୟ ସଚିବ, କେନ୍ଦ୍ରାଂଚଳ ଆରଡିସି, ଯାଜପୁର ଜିଲ୍ଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ, ଯାଜପୁର ଏସପି ଓ ଧର୍ମଶାଳା ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇ ତୁରନ୍ତ ପଦକ୍ଷେପ ନେଇ ସଂରକ୍ଷିତ ଜଙ୍ଗଲ ଓ ପାହାଡ଼କୁ ସୁରକ୍ଷିତ ରଖିବାକୁ ଅନୁରୋଧ କରିଥିଲେ । ଏହା ପୂର୍ବରୁ ୨୦୧୯ ଜୁଲାଇ ୭ ତାରିଖ ଓ ସେହିବର୍ଷ ମାର୍ଚ୍ଚ ୨୮ତାରିଖରେ ଦୁଇଥର ଧର୍ମଶାଳା ତହସିଲଦାର ଏହି ବେଆଇନ ଗ୍ରାନାଇଟ୍ ଖନନ ସମ୍ପର୍କରେ କଟକ ଜଙ୍ଗଲ ଡିଭିଜନର ଡିଏଫଓଙ୍କୁ ଲିଖିତ ଭାବେ ଅବଗତ କରି ପଥର ମାଫିଆଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କଟକ ଡିଏଫଓ ୨୦୧୯ ଫେବୃୟାରୀ ୮ତାରିଖରେ ଯାଜପୁର ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହି ବେଆଇନ ଖନନକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସେଠାରେ ଥିବା କ୍ରସର ୟୁନିଟର ଏନଓସିକୁ ବାତିଲ କରିବା ନିମନ୍ତେ ଅନୁରୋଧ କରିଥିଲେ । ମାତ୍ର ତତକାଳୀନ ଜିଲ୍ଲାପାଳ ଏନେଇ ସମ୍ପୂର୍ଣ୍ଣ ନିରବ ରହିଥିଲେ । ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି । ଯାହାଫଳରେ ପାହାଡ଼ରେ ବେଆଇନ ଖଣି ଖନନ ଜାରି ରହିଛି । ଧର୍ମଶାଳା ତହସିଲରେ ୧୨ଟି କ୍ରସର ୟୁନିଟ୍ ଖୋଲିବା ନିମନ୍ତେ ଯାଜପୁର ଜିଲ୍ଲାପାଳ ଏନଓସି ଦେଇଥିବାବେଳେ ଶତାଧିକ କ୍ରସର ବେଆଇନ ଭାବେ ଧର୍ମଶାଳା ତହସିଲ ଓ ବିଛାଖଣ୍ଡି ପାହାଡ଼ ଚାରିପଟେ ଜାରି ରହିଛି । ଜିଲ୍ଲାର ଶାସକ ବିଜେଡିର ପ୍ରଭାବଶାଳୀ ନେତାମାନଙ୍କ ଛତ୍ରଛାୟାରେ ରହି ଖଣି ମାଫିଆମାନେ ଅସାଧୁ ଅଫିସରଙ୍କ ସହଯୋଗରେ ଏଭଳି ବେଆଇନ ଖନନ କରୁଥିବା ଶ୍ରୀ ବେହୁରା ଅଭିଯୋଗ କରିଛନ୍ତି ।
ଏହି ଅଭିଯୋଗ ଉପରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ତାରିଖରେ ହେବ ବୋଲି ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ୍ ସିଂ ଦିନ ଧାର୍ଯ୍ୟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top