Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜେଡି ରଣନୀତି: ରାଜ୍ୟସଭା ଓ ଲୋକସଭା ସାଂସଦଙ୍କ ଅଲଗା ବସିଲା ବୈଠକ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆସନ୍ତା ୨୯ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ୍ ଅଧିବେଶନ ପାଇଁ ବିଜେଡି ଆଜି ନିଜର ରଣନୀତି ଚୂଡ଼ାନ୍ତ କରିଛି । ଦଳ ପ୍ରଥମଥର ପାଇଁ ନିଜର ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ଅଲଗା ବସାଇ ରଣନୀତି ପ୍ରସ୍ତୁତ କରିଛି । ଉଭୟ ଲୋକସଭା ଓ ରାଜ୍ୟସଭା ସଂସଦୀୟ ଦଳ ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଭିଡିଓ କନଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ସାଂସଦମାନଙ୍କ ଏହି ବୈଠକରେ ବିଜେଡି ଚିରାଚରିତ ଢଙ୍ଗରେ ପୁରୁଣା ପ୍ରସଙ୍ଗକୁ ସବୁ ଉତଥାପନ କରିବାକୁ ନିଷ୍ପତ୍ତି ନେଇଛି ।
ମିଳିଥିବା ସୂଚନା ଅନୁସାରେ, ସଂସଦରେ ବିଜେଡି ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବ । ବିଶେଷକରି ନିୟମିତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ‘ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ୍‌’ର ମାନ୍ୟତା, ରେଳବାଇ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା, ପୁରୀରେ ଆନ୍ତଃର୍ଜାତିକ ବିମାନ ବନ୍ଦର ନିର୍ମାଣ, ମହିଳାଙ୍କୁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ, ଉପକୂଳ ରାଜପଥ ନିର୍ମାଣ, ୍‌କ୍ଲିନ୍ ଏନର୍ଜି ସେସ୍ , କୋଇଲା ରୟାଲିଟି ବକେୟା ପ୍ରଦାନ, ବିଧାନ ପରିଷଦ ବିଲକୁ ମଞ୍ଜୁରୀ ସମେତ କୃଷି ବିଲ୍ ଆଦି ସମେତ ଅନେକ ପ୍ରସଙ୍ଗରେ ସଂସଦରେ ବିଜେଡି ସାଂସଦମାନେ ସ୍ୱର ଉତ୍ତୋଳନ କରିବା ସହ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ନିଷ୍ପତ୍ତି ନେଇଛନ୍ତି ।
ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଲୋକସଭା ସାଂସଦ ମହେଶ ସାହୁ କହିଛନ୍ତି ଯେ, ରାଜ୍ୟର ସ୍ୱାର୍ଥ ସମ୍ବଳିତ ସମସ୍ତ ପ୍ରସଙ୍ଗ ସଂସଦରେ ଉଠାଯିବ । ବିଶେଷକରି କୃଷି, ରେଳବାଇ, ଫୋକସ ଷ୍ଟେଟ୍ ପ୍ରସଙ୍ଗକୁ ବିଜେଡି ଉଠାଇବ । ସେହିପରି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ରେଳବାଇ ଓଡ଼ିଶାରେ ୩୦୦ଟି ଷ୍ଟପେଜକୁ ଇତିମଧ୍ୟରେ ବନ୍ଦ କରିଦେଇଛି । ଏସବୁକୁ ପୁଣିଥରେ କାର୍ଯ୍ୟକ୍ଷମ କରିବାକୁ ସଂସଦରେ ଦାବି କରାଯିବ । ତା’ଛଡ଼ା ଏକାଧିକ ରେଳବାଇ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଦାବି ସମେତ ମହିଳା ସଶକ୍ତିକରଣ ନିମନ୍ତେ ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ, ରାଜ୍ୟର ସମସ୍ତ ପଂଚାୟତରେ ବ୍ୟାଙ୍କିଂ ସୁବିଧା ଓ ଟେଲି ସାନ୍ଧ୍ରତା ଆଦି ପ୍ରସଙ୍ଗ ଉଠିବ । ଓଡ଼ିଶାକୁ କ୍ଲିନ୍ ଏନର୍ଜି ସେସ୍ ପ୍ରଦାନ ପାଇଁ ମଧ୍ୟ ବିଜେଡି ସାଂସଦମାନେ ଗୃହରେ ଦାବି ରଖିବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।
ତେବେ ଦୀର୍ଘ ୨୦ବର୍ଷ ଧରି ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ନେଇ ସଂସଦ ଅଧିବେଶନ ପୂର୍ବରୁ ବିଜେଡିର ସଂସଦୀୟ ଦଳ ବୈଠକ ବସୁଥିଲେ ମଧ୍ୟ ପ୍ରଥମଥର ପାଇଁ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ବୈଠକ ଅଲଗା ବସିଛି । ଦଳର ସାଂସଦମାନେ ଭୁବନେଶ୍ୱରରେ ଥିଲେ ମଧ୍ୟ ବିଜେଡି ସୁପ୍ରିମୋଙ୍କ ସହ ସିଧାସଳଖ ବସି ଦଳୀୟ ରଣନୀତିକୁ ଚୂଡ଼ାନ୍ତ କରିବାର ସୁଯୋଗ ପାଇନାହାନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଳର ସାଂସଦମାନେ ଏହି ବୈଠକରେ ଭାଗ ନେଇଥିଲେ ବୋଲି ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top