Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳ ବୈଠକ

ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳ ବୈଠକ ହୋଇଥିଲା। ବୈଠକରେ ରାଜ୍ୟସଭା ସାଂସଦମାନେ ଉପସ୍ଥିତ ଥିଲେ। ସଂସଦ ଅଧିବେଶନ ଆରମ୍ଭରେ ହେବାକୁ ଥିବାବେଳେ ବୈଠକରେ ସେ ନେଇ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡିଛି। ଏଥିସହ ବୈଠକରେ ସର୍ବସମ୍ମତିକ୍ରମେ ନବୀନ ସଂସଦୀୟ ଦଳର ଅଧ୍ୟକ୍ଷ ହୋଇଛନ୍ତି। ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟସଭାରେ ବିଜେଡି ଲଢ଼େଇ କରିବ।ସଂସଦରେ ଆଉ ନରମ ନୁହେଁ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବ ବିଜୁ ଜନତା ଦଳ। ତେଣୁ ବାରମ୍ବାର ଆଲୋଚନା କରି ଅଧିବେଶନରେ ଦଳର ଆଭିମୁଖ୍ୟ କିପରି ରହିବ ତାହା ସ୍ଥିର କରୁଛି ବିଜେଡି। ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ଲଢ଼େଇ କରିବ ବୋଲି ପ୍ରତିଶୃତିବଦ୍ଧ।

ଗୃହରେ ବିରୋଧୀ ଭୂମିକାରେ ରହିବ ଦଳ । ଆବଶ୍ୟକ ପଡିଲେ ଗୃହର ମଧ୍ୟ ଭାଗକୁ ଆସି ପ୍ରତିବାଦ କରିବ।ସଂସଦ ଅଧିବେଶନରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଦାବି ଉଠାଇବ ବିଜେଡି। ଓଡ଼ିଶାରେ ଜାତୀୟ ରାଜପଥ ସ୍ଥିତି ଅତ୍ୟନ୍ତ ଶୋଚନୀୟ। ପ୍ରକଳ୍ପ କାର୍ଯ୍ୟକାରିତା ଅତ୍ୟନ୍ତ ମନ୍ଥର ହୋଇଥିବା ବେଳେ ମରାମତି କାର୍ଯ୍ୟ ବି ଠିକ୍ ହେଉନାହିଁ। କଟକ-ସମ୍ବଲପୁର ନିର୍ମାଣାଧୀନ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ସେହିଭଳି ୧୦ ବର୍ଷ ହେଲା ଉପକୂଳ ରାଜପଥ କାମ ଆରମ୍ଭ ହୋଇପାରୁନି। ପ୍ରତି ବ୍ଲକ୍‌ରେ କେନ୍ଦ୍ରୀୟ ବିଦ୍ୟାଳୟ, ଏକଲବ୍ୟ ବିଦ୍ୟାଳୟ, ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱରରେ ଏମ୍‌ସ ହସ୍ପିଟାଲ୍, ଯୁବବର୍ଗଙ୍କ ପାଇଁ ଆଇଟି ପାର୍କ, ସେମି କଣ୍ଡକ୍ଟର ପାର୍କ, ଏମ୍‌ଏସ୍‌ଏମ୍‌ଇ ପାର୍କ, ଇଣ୍ଡଷ୍ଟ୍ରିଆଲ୍ କରିଡର ସ୍ଥାପନ ପାଇଁ ବିଜେଡି ଦାବି କରିବ।

0 ଆଦିବାସୀଙ୍କ ବିକାଶ ପାଇଁ ଏସ୍‌ଟି ତାଲିକାରେ ୧୬୨ ସମ୍ପ୍ରଦାୟଙ୍କୁ ଅନ୍ତର୍ଭୁକ୍ତ କରିବା, କେନ୍ଦୁପତ୍ର ଉପରୁ ଜିଏସ୍‌ଟି ପ୍ରତ୍ୟାହାର, ସ୍ୱାମୀନାଥନ୍ କମିସନ କମିଟି ରିପୋର୍ଟ ଆଧାରରେ କ୍ୱିଣ୍ଟାଲ୍ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା, ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଇବା, ଗ୍ରାମାଞ୍ଚଳରେ ବ୍ୟାଙ୍କ ସୁବିଧା, ୧୦୦ ପ୍ରତିଶତ ମୋବାଇଲ୍ ଓ ଡିଜିଟାଲ୍ ସେବା ପ୍ରଦାନ ପାଇଁ ଦାବି ଉପସ୍ଥାପନ କରାଯିବ।ନବୀନଙ୍କ ନେତୃତ୍ୱରେ ସାଢେ ୪ କୋଟି ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ନିରବଚ୍ଛିନ୍ନ ଲଢ଼େଇ ଜାରି ରଖିବାକୁ ବିଜୁ ଜନତା ଦଳ ଦୃଢ଼ପ୍ରତିଜ୍ଞ।

ଓଡ଼ିଶାବାସୀଙ୍କ ସେବା ଓ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ଦଳ ସବୁବେଳେ କାମ କରିବ ବୋଲି ଦଳ ବିଜେଡି କହିଛି। ଓଡ଼ିଶାବାସୀଙ୍କୁ ପରିବାର ମାନି ସର୍ବଦା ସେମାନଙ୍କ ସ୍ୱାଭିମାନ ପାଇଁ ଲଢେଇ ଜାରି ରହିବ। ଏଥିପାଇଁ ନବୀନ ଛାୟା ମନ୍ତ୍ରୀମଣ୍ଡଳ ଗଠନ କରି ସମସ୍ତ ବିଧାୟକଙ୍କୁ ସରକାରଙ୍କ ବିଭାଗ ଉପରେ ନଜର ରଖିବା ପାଇଁ ଦାୟିତ୍ୱ ଦେଇଛନ୍ତି। କୋଉଠି ସାମାନ୍ୟ ତ୍ରୁଟି ହେଲେ ବିଜେଡି ଗୃହରେ ଜବାବ ମାଗିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top