ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ପୁଲିସ୍।
ସୁଚନା ଅନୁସାରେ, ଆଜି ଅମିତ ଶାହଙ୍କ ଗସ୍ତ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତିର ଅନୁଧ୍ୟାନ କରିବା ପାଇଁ ଗତକାଲି ବିଜେପି ସଭାପତି ସୁବାସ ସାହୁ ଚାନ୍ଦବାଲି ଯାଇଥିଲେ। କିନ୍ତୁ ଘଣ୍ଟେଶ୍ବର ତୋଟାପଡ଼ାରେ ଗାଡ଼ିରେ ବିଜେପି ପତାକା ଲାଗିଥିବା ଦେଖି ୪୦ରୁ ୫୦ ବ୍ୟକ୍ତି ତାଙ୍କ ଗାଡ଼ି ଉପରକୁ ଇଟା ଓ ପଥର ମାଡ଼ କରିବା ସହିତ ସହ ତାଙ୍କୁ ବିଧା-ଗୋଇଠା ମାରି ତାଙ୍କୁ ଆକ୍ରମଣ କରିଥିଲେ। ତା’ପୁଣି ପୁଲିସ ଉପସ୍ଥିତିରେ। ସେଠାରୁ ଜୀବନ ବଞ୍ଚାଇ ଥାନାକୁ ଆସି ସେ ଅଭିଯୋଗ କରିଥିଲେ।
ଆଜି ମରଣାନ୍ତକ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ପୁଲିସ୍। ଗିରଫ ଅଭିଯୁକ୍ତମାନେ ବାଁଶଡ଼ା ଥାନା ଅନ୍ତର୍ଗତ ତୋଟାପଡ଼ା ଗାଁର। ସେମାନେ ହେଉଛନ୍ତି- ସିପ ଜେନା , ଦୀପୁନା ଜେନା ରବୀନ୍ଦ୍ର ବଳ, ବିଜୟ କୁମାର ଜେନା ଓ ପାପିନା ଜେନା ।


