ପାର୍ବଣ ଚାଲିଥିବା ବେଳେ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ଆଲୋକମାଳା ଓ ସାଜସଜ୍ଜାରେ ଝଲସୁଛି ଦେବୀ ପୀଠ। ଏସବୁ ଭିତରେ ଆଜି ଭୁବନେଶ୍ୱରସ୍ଥିତ ରସୁଲଗଡ଼ ଦୁର୍ଗାପୂଜା ତୋରଣ ବର୍ଷା ପବନରେ ଭାଙ୍ଗିଯାଇଛି। ରସୁଲଗଡ଼ରେ ୩୦ ଫୁଟ୍ ଉଚ୍ଚର ହୋଇଥିବା ଲାଇଟ୍ ତୋରଣ ଭାଙ୍ଗିଯାଇଛି। ଆଜି ଅପରାହ୍ନରେ ବର୍ଷା ପବନ ହୋଇଥିବା ବେଳେ ତୋରଣ ଭାଙ୍ଗିଯାଇଛି।


