Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ମହାନଦୀ ସୁରକ୍ଷା ଅଭିଯାନର ତୃତୀୟ ଦିନ : ସୋନପୁର, ବୌଦ୍ଧ ଓ ଆଠମଲ୍ଲିକରେ ସାଧାରଣ ସଭା

ଭୁବନେଶ୍ୱର : ମହାନଦୀ ସୁରକ୍ଷା ଅଭିଯାନର ତୃତୀୟ ଦିବସରେ ସମ୍ବଲପୁର ଠାରୁ ବିଜେଡିର ବାମ ଓ ଦକ୍ଷିଣ ପାଶ୍ୱର୍ ଶୋଭାଯାତ୍ରାକାରୀମାନେ ଏକତ୍ରିତ ହୋଇ ଯାତ୍ରାରମ୍ଭ କରିଥିଲେ । ଧମାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହେବା ପରେ ସମସ୍ତେ ସିଣ୍ଡୋଲ ଅଭିମୁଖେ ଯାତ୍ରା କରି ତା’ପରେ ମେଟାକାନି ଯାଇଥିଲେ । ସେଠାରୁ ଦଳର ଉପ-ସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଦକ୍ଷିଣ ପାଶ୍ୱର୍ରେ କରାଯାଇଥିବା ମହାନଦୀ ସୁରକ୍ଷା ଅଭିଯାନର ସଦସ୍ୟମାନେ ମେଟାକାନିରୁ ବିନ୍‍କା ଯାଇ ପହଞ୍ôଚବା ପରେ ସୋନପୁର ଅଭିମୁଖେ ଯାତ୍ରା କରିଥିଲେ । ପଥପ୍ରାନ୍ତ ସଭା କରି ସୋନପୁରରେ ପହଞ୍ôଚବା ସହ ସେଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ଏଠାରୁ ବାଉଁଶୁଣୀ, ମନମୁଣ୍ଡା ଓ ବୌଦ୍ଧ ଯାଇଥିଲା ସୁରକ୍ଷା ଅଭିଯାନର ଟିମ୍‍ । ବୌଦ୍ଧରେ ଅନୁଷ୍ଠିତ ସାଧାରଣ ସଭାରେ ସୁବର୍ଣ୍ଣପୁର ଜିଲ୍ଲାର ବିଧାୟକମାନଙ୍କ ସମେତ ଜିଲ୍ଲା ବିଜେଡି ସଭାପତି ଓ ଦଳୀୟ କର୍ମକର୍ତ୍ତାମାନେ ଭାଗ ନେଇଥିଲେ ।
ସେହିପରି ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବାମପାଶ୍ୱର୍ରେ ମହାନଦୀ ସୁରକ୍ଷା ଅଭିଯାନ ସଦସ୍ୟମାନେ ମେଟାକାନିରୁ ଉଲୁଣ୍ଡା ଦେଇ ବୀରମହାରାଜପୁର ଯାଇଥିଲେ । ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ସେଠାରେ ସାଧାରଣ ସଭା ଅନୁଷ୍ଠିତ ହେବା ସହିତ ସୁରକ୍ଷା ଅଭିଯାନ ଟିମ୍‍ ସେଠାରୁ କଦଳିଗଡ଼, କିଆକଟା ଓ ମାଧପୁର ଦେଇ ପଥପ୍ରାନ୍ତ ସଭା କରିବା ସହ ଆଠମଲ୍ଲିକରେ ପହଞ୍ôଚଥିଲେ । ସେଠାରେ ସାଧାରଣ ସଭା କରାଯାଇଥିଲା । ତା’ପରେ ସୁରକ୍ଷା ଅଭିଯାନର ସଦସ୍ୟମାନେ ଆଠମଲ୍ଲିକରୁ ଅଇଡ଼ା ଯାଇଥିଲେ । ସେଠାରେ ରହିବା ସହିତ ମହାନଦୀ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଆଜିର ଏହି ତୃତୀୟ ଦିନରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ବିଧାୟକ ପଦ୍ମନାଭ ବେହେରା, ରାସେଶ୍ୱରୀ ପାଣିଗ୍ରାହୀ, ରୋହିତ ପୂଜାରୀ, ମହିଧର ରଣା, ସଂଜୀବ ସାହୁ, ସାଂସଦ ପ୍ରତାପ ଦେବ, ନଗେନ୍ଦ୍ର ପ୍ରଧାନ, କଳିକେଶ ନାରାୟଣ ସିଂହଦେଓ, ବିଧାୟକଙ୍କ ପ୍ରତିନିଧି ଅଶୋକ ସାହୁ, ସୋନପୁର ଜିଲ୍ଲା ବିଜେଡି ସଭାପତି ସରୋଜ କାମ୍ପ, ସମ୍ବଲପୁର ଜିଲ୍ଲା ସଭାପତି ପ୍ରମୋଦ ରଥ, କିଶୋର ମହାନ୍ତି, କୃତିବାସ ପାତ୍ର, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜୀତ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top