Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରାଯାଉଛି ଅର୍ଥ ରାଜ୍ୟ ଅସହାୟ ସ୍ଥିତିରେ ଅଛି: ବିଜେଡି

ଭିଜିଲାନ୍ସ ସଚେତନତା ସପ୍ତାହ ଆରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବକ୍ତବ୍ୟରେ ତାଙ୍କ କଥାକୁ ହେୟଜ୍ଞାନ କରିବେ ନାହିଁ ଓ ତାଙ୍କ ସରକାରଙ୍କ ଏବେ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କେବଳ ଟ୍ରେଲର ଓ ପୁରା ଫିଲ୍ମ ଆସିବା ବାକି ଅଛିକୁ ବିଜୁ ଜନତା ଦଳ ତରଫରୁ ଦୃଢ଼ ସମାଲୋଚନା କରାଯାଇଛି। ଶଙ୍ଖଭବନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମିଡିଆ ସଂଯୋଜକ ତଥା ମୁଖପାତ୍ର ଡଃ ଲେନିନ ମହାନ୍ତି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ହେୟଜ୍ଞାନ କରାଯାଉଛି ବୋଲି ଜାଣି ଆମେ ଦୁଃଖତ । ମୁଖ୍ୟମନ୍ତ୍ରୀକୁ ହେୟଜ୍ଞାନ କରାଯାଉଛି ଅର୍ଥ ସରକାର ଅସହାୟ ଅବସ୍ଥାରେ ଅଛନ୍ତି, ଆଉ ସରକାର ଅସହାୟ ରହିଲେ ରାଜ୍ୟ ମଧ୍ୟ ଅସହାୟ ହୋଇ ପଢିବ। ଏଣୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ, କିଏ କେଉଁ ପରିସ୍ଥିତିରେ ତାଙ୍କୁ ହେୟଜ୍ଞାନ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଏବେ ପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟକ୍ରମ ଗୁଡିକ କେବଳ ଟ୍ରେଲର ଉକ୍ତି ଉପରେ ସେ କହିଥିଲେ, ଆମେ ଦେଖୁଥୁଲୁ, ମୁଖ୍ୟମନ୍ତ୍ରୀ ନିକଟରେ ଏକ ଯାତ୍ରା ପେଣ୍ଡାଲରେ ଡାଇଲଗ ବାଢି କରୁଥିଲେ।

ସମ୍ଭବତଃ, ସେହି କାରଣରୁ ସେ ଟ୍ରେଲର ଓ ଫିଲ୍ମ ଉକ୍ତି ବାଢୁଛନ୍ତି। ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ବାସ୍ତବରେ ତାଙ୍କର ପ୍ରତିଶ୍ରୁତି ରକ୍ଷା କରିବାରେ ସଂପୂର୍ଣ ବିଫଳ ହୋଇଛନ୍ତି । ସେଇ ବିଫଳତାକୁ ଲୁଚାଇବାକୁ ଯାଇ ଡାଇଲଗ ବାଳି କରାଯାଉଛି ବୋଲି ଦଳର ମିଡିଆ ସଂଯୋଜକ ତଥା ମୁଖପାତ୍ର ଡଃ ଲେନିନ ମହାନ୍ତି କହିଥିଲେ ।ଦଳର ଅନ୍ୟତମ ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା କହିଥିଲେ, ରାଜ୍ୟରେ ଭିଜିଲାନ୍ସ ସଚେତନ ସପ୍ତାହ ପାଳନ କରାଯାଉଛି, ଯାହା ଏକ ବାର୍ଷିକ କାର୍ଯ୍ୟକ୍ରମ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଜ୍ୟରେ ଏକ ସୁଦୃଢ଼ ଦୁର୍ନୀତି ନିବାରଣ ବ୍ୟବସ୍ଥା ପ୍ରତିଷ୍ଠା ହୋଇଥିଲା । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲଂବନ କରା ଯାଇଥିଲା । ଓଡ଼ିଶାର ଦୁର୍ନୀତି ନିବାରଣ ବ୍ୟବସ୍ଥାକୁ ଏକାଧିକ ଥର କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲା ।

ଆୟ ବ‌ହିର୍ଭୂତ ସମ୍ପତ୍ତି ଜବତ କରିବାରେ ସାରା ଭାରତରେ ଓଡିଶା ତୃତୀୟ ସ୍ଥାନ ଅଧିକାର କରିଥିଲା । ଦୁର୍ନୀତିଖୋର ଅଧିକାରୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟରେ ଏକୋଇଶ ଜଣ ପ୍ରସିକ୍ୟୁସନ ଲିଆସନ ଅଫିସର ନିଯୁକ୍ତି ଦିଆ ଯାଇଥିଲା, ଯାହା ଯୋଗୁ ପ୍ରସିକ୍ୟୁସନ କ୍ଷେତ୍ରରେ ଓଡିଶା ଏକ ନମ୍ବର ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଥିଲା । ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ନବୀନଙ୍କ ପଦକ୍ଷେପ ଯୋଗୁ ଓଡିଶା ସାରା ଭାରତରେ ସୁନାମ ହାସଲ କରିଥିଲା ଓ ଅନେକ ରାଜ୍ୟ ଏହି କାର୍ଯ୍ୟକ୍ରମକୁ ଆପଣେଇଥିଲେ ବୋଲି ଶ୍ରୀ ପଣ୍ଡା କହିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top