Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଯାଜପୁରର ଏକ ପୂଜା ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍

ସାରା ରାଜ୍ୟ ମାଆଙ୍କ ଆଗମନରେ ଉତ୍ସବମୁଖର ଥିବା ବେଳେ ଏବେ ଯାଜପୁରରୁ ସାମ୍ନାକୁ ଆସିଛି ମଣ୍ଡପରୁ ଚୋରି ହୋଇଥିବା ଘଟଣା। ମା’ ଜଗଦମ୍ବାଙ୍କୁ ବି ଛାଡ଼ିଲେନି ଦୁର୍ବୃତ । ଦୁର୍ଗାପୂଜା ମଣ୍ଡପରୁ ମା’ ଦୁର୍ଗାଙ୍କ ଅଳଙ୍କାର ଚୋରି କରି ଫେରାର୍ ହୋଇଛନ୍ତି ଦୁର୍ବୃତ । ଏହି ଭଳି ଘଟଣା ଯାଜପୁରର କୋରେଇ ଥାନା ବରୁଣ୍ଡେଇବଙ୍ଗାଳୀ ସାହିରେ ପୂଜା ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । ତେବେ ଗତକାଲି ମହାଅଷ୍ଟମୀ ରାତିରେ ଏଭଳି କାଣ୍ଡ ଘଟିଥିବା ସୂଚନା ମିଳିଛି । ମାଆ ଦୁର୍ଗାଙ୍କ ମୂର୍ତ୍ତି ସହ ପାର୍ଶ୍ୱ ଦେବାଦେବୀଙ୍କ ଠାରୁ ଅଳଙ୍କାର ଲୁଟ୍ । ପାଖାପାଖି ୧୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍ ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି ପୂଜା କମିଟି । ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ; ଯାଜପୁର ଜିଲ୍ଲା କୋରେଇ ଥାନା ବରୁଣ୍ଡେଇସ୍ଥିତ ବଙ୍ଗାଳୀ ସାହି ଦୁର୍ଗା ମଣ୍ଡପରେ ଗତକାଲି ରାତିରେ ଆୟୋଜକ କମିଟି ସଦସ୍ୟ ଓ ପୂଜକ ମଣ୍ଡପ ଫାଟକରେ ତାଲା ପକାଇ ଶୋଇବାକୁ ପଳାଇଥିଲେ । ପରେ ଶୌଚ ହେବାକୁ ଉଠିବା ବେଳକୁ ମଣ୍ଡପ ଫାଟକ ଖୋଲା ରହିଥିବା ସହ ଦୁର୍ଗା ଓ ପାର୍ଶ୍ଵ ଦେବାଦେବୀଙ୍କ ଗହଣା ଏବଂ ରୂପାରେ ନିର୍ମିତ ଅସ୍ତ୍ରଶସ୍ତ୍ର ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ପରେ କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀଙ୍କୁ ଜଣାଇବା ସହ ଆଜି ସକାଳୁ କୋରେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top