ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ଼ ମାରିଥିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି ରାଜ୍ୟପାଳଙ୍କ ପୁଅ ବିରୁଦ୍ଧରେ ରାଜ୍ୟ ସରକାର କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ମୁଁ ଓ ମୋ ଦଳ ନିରାଶ ହୋଇଛୁ। ଆଇନଶୃଙ୍ଖଳା ଭଙ୍ଗ ହୋଇଛି। ମୁଁ ଯେତେବେଳେ ସରକାରରେ ଥିଲି ସେତେବେଳେ ମନ୍ତ୍ରୀ, ବିଧାୟକ, ସାଂସଦ, ବରିଷ୍ଠ ସରକାରୀ କର୍ମଚାରୀ ଯିଏ ବି ଆଇନ ଉଲ୍ଲଙ୍ଘନ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା। ତେଣୁ ସରକାର ଆଇନ ଅନୁଯାୟୀ ପଦକ୍ଷେପ ନେବା ଉଚିତ।


