ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ଦଳିତ ସଂଗଠନ । ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି ।
ସମ୍ବଲପୁରରେ ଭାରତ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । କ୍ଷେତରାଜପୁର ଷ୍ଟେସନରେ ୨ଟି ଟ୍ରେନ୍ ଅଟକାଇଲେ ବିକ୍ଷୋଭକାର । ସମ୍ବଲପୁର-ପୁରୀ, ସମ୍ବଲପୁର-ରାୟଗଡ଼ା ଟ୍ରେନ୍ ଅଟକାଇଲେ । ବଲାଙ୍ଗିର ସହରରେ ପିକେଟିଂ ସହ ନାରାବାଜି। ବିନିକା କଲେଜ ଛକରେ ଆନ୍ଦୋଳନକାରୀଙ୍କ ରାସ୍ତା ଅବରୋଧ । ଭାରତ ବନ୍ଦ ପାଳନ ବେଳେ ବଲାଙ୍ଗିରରେ ଉତ୍ତେଜନା ଦେଖିବାକୁ ମିଳିଛି । କେନ୍ଦ୍ରୀୟ ବିଦ୍ୟାଳୟକୁ ଧସେଇ ପଶିଲେ ବିକ୍ଷୋଭକାରୀ ।


