ଭୁବନେଶ୍ୱର, (ଓଡ଼ିଶା ୱେୟାର): ନୂଆ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଟାର୍ଗେଟ। ଲେଖାଶ୍ରୀ ଅଭିଯୋଗ କରିଛନ୍ତି, ଅଧ୍ୟାଦେଶ ଆଣି ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଜ ଅଧୀନକୁ ନେବା ପାଇଁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ଅଧ୍ୟାପକ, କର୍ମଚାରୀଙ୍କୁ ନିର୍ୟାତନା ଦେବାକୁ ଚେଷ୍ଟା କରୁଛନ୍ତି ।
ଏବେ କଣ୍ଟ୍ରୋଲର ଅଫ୍ ଫାଇନାନ୍ସଙ୍କ ଆଗରେ ୨୫ ମାର୍ଚ୍ଚ ପୂର୍ବରୁ ସମସ୍ତ ପେନ୍ସନ୍ ଭୋଗୀଙ୍କୁ ହାଜର ହେବା ପାଇଁ କୁହାଯାଇଛି । ନଚେତ ପେନସନ ବନ୍ଦ ହୋଇଯିବ। ରାଜ୍ୟ ସରକାର କେଉଁ ଆଧାରରେ ଏହି ଚିଠି ଲେଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ଯଦି କିଏ ଭୁଲରେ ପେନସନ ନେଉଛି, ତାହା ଠିକ୍ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । କିନ୍ତୁ ପେନସନଧାରୀ ଏବେ କରୋନା ସମୟରେ କେଉଁ ସ୍ଥିତିରେ ଥିବା ତାହା ବିଚାର ନ କରି ରାଜ୍ୟ ସରକାର ଏମିତି ଚିଠି ଲେଖିଛନ୍ତି। ତେଣୁ ତାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଲେଖାଶ୍ରୀ।


