Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସବୁ ବିବାଦରୁ କୃଷକଙ୍କୁ କ୍ଷମା ଦେଲେ ଚରଣଜୀତ ଚନ୍ନୀ

ଚଣ୍ଡିଗଡ଼: ପଞ୍ଜାବର ଚନ୍ନୀ ସରକାର କୃଷକଙ୍କ ପାଇଁ ଆଣି ଦେଇଛନ୍ତି ଖୁସି ଖବର। ସଯୁକ୍ତ କୃଷକ ମୋର୍ଚ୍ଚା ୧୮ ଦଫା ଦାବି ନେଇ ଆନ୍ଦୋଳନ ଚଳାଇଥିଲେ। ତେବେ ଏହି ୧୮ଟି ଦଫା ମଧ୍ୟରୁ ୧୭ଟି ଦାବିକୁ ମାନି ନେଇଛନ୍ତି ଚନ୍ନୀ ସରକାର। ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ ଚନ୍ନୀ ଏନେଇ କହିଛନ୍ତି କି କୃଷକ ମୋର୍ଚ୍ଚାର ୧୮ ରୁ ୧୭ଟି ଦାବିକୁ ସରକାର ମାନି ନେଇଛନ୍ତି। ଅବଶିଷ୍ଟ ଗୋଟିଏ ଦାବି ଉପରେ ସରକାର ବିଚାର କରୁଛନ୍ତି। ଚନ୍ନୀ ଆହୁରି ମଧ୍ୟ କହିଛନ୍ତି କି ନଡ଼ା ଜଳାଇବା ନେଇ କୃଷକଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଅପସାରିତ କରାଯାଇଛି।

ସଂଯୁକ୍ତ କୃଷକ ମୋର୍ଚ୍ଚାର ନେତା ନିଜର ୧୮ଟି ଦାବି ନେଇ ବୁଧବାର ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କୁ ଭେଟିବାକୁ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଚନ୍ନୀ ସେମାନଙ୍କୁ ନଡ଼଼ା ନ ଜଳାଇବାକୁ ଅପିଲ କରିଥିଲେ। ଏହା ସହିତ ଚାଷକାର୍ଯ୍ୟରେ ଏକର ପିଛା କ୍ଷତିପୂରଣ ବାବଦରେ ୧୨ ହଜାରରୁ ୧୭ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ଚନ୍ନୀ ସରକାର।

ତେବେ ଚନ୍ନୀ ସରକାର ୩୨ଟି କୃଷକ ସଂଗଠନ ସହିତ ମିଶି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଚନ୍ନୀ ବୈଠକ ପରେ କହିଥିଲେ କି ରାଜ୍ୟରେ କୃଷି କାନୁନକୁ ବିରୋଧ କରୁଥିବା କୃଷକଙ୍କ ବିରୋଧରେ ପଞ୍ଜାବ ପୁଲିସ ଦ୍ବାରା ରୁଜୁ ହୋଇଥିବା ସମସ୍ତ ମାମଲାକୁ ଖାରଜ କରାଯାଇଛି। ମୁଖ୍ଯମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ କି ଏହା ସହିତ ଆମେ ସମସ୍ତେ ଭବିଷ୍ୟତରେ ନଡ଼ା ଯେପରି ନ ଜଳାଇବା ସେ ନେଇ ମଧ୍ୟ ସତର୍କ ରହିବା। ଯଦି କେହି ଏଭଳି କାର୍ଯ୍ୟ କରୁଛନ୍ତି ସରକାର ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କିନ୍ତୁ ବର୍ତ୍ତମାନ ପାଇଁ ପୂର୍ବରୁ କୌଣସି କୃଷକଙ୍କ ବିରୋଧରେ ନଡ଼ା ଜଳାଇବା ନେଇ ମାମଲା ରହିଛି, ତାହାକୁ ସରକାର ଖାରଜ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଚନ୍ନୀ କହିଥିଲେ।

ସୂଚନାଯୋଗ୍ୟ କୃଷକଙ୍କ ସମସ୍ୟା ବର୍ତ୍ତମାନ ସବୁଠାରୁ ବଡ଼ ପ୍ରସଙ୍ଗ ପାଲଟିଛି ପଞ୍ଜାବରେ। ଗତ ଏକ ବର୍ଷ ଧରି ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନଙ୍କ ଦ୍ବାରା ଜାରି ରହିଥିବା ଆନ୍ଦୋଳନ ପ୍ରଥମେ ପଞ୍ଜାବରୁ ହିଁ ଆରମ୍ଭ ହୋଇଥିଲା। ଆଜି ବି ମଧ୍ୟ ଦିଲ୍ଲୀର ବିଭିନ୍ନ ସୀମାରେ ନିଜର ହକ ଜାହିର କରି ଆନ୍ଦୋଳନ ଜାରି ରଖିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top