Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ସରିଲା ପ୍ୟାରିସ ଅଲିମ୍ପିକ୍ସ ୨୦୨୪

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରବିବାର ଶେଷ ହୋଇଛି । ୧୬ ଦିନ ଧରି ଚାଲିଥିବା ଖେଳ ମହାକୁମ୍ଭରେ ୨୦୬ ଦେଶ ୩୨ଟି ଖେଳରେ ମଇଦାନକୁ ଓହ୍ଲାଇଥିଲେ । ଆମେରିକା ୪୦ଟି ସ୍ୱର୍ଣ୍ଣ, ୪୪ଟି ରୌପ୍ୟ ଓ ୪୨ଟି ବ୍ରୋଞ୍ଜ ପଦକ ସହ ଆଗରେ ରହିଛି। ଅଲିମ୍ପିକ୍ସରେ ୧୦,୫୦୦ ଆଥଲେଟ ଭାଗ ନେଇଥିବା ବେଳେ ଭାରତର ୧୧୭ ଜଣ ଖେଳାଳୀ ସାମିଲ ହୋଇଥିଲେ। ଗୋଟିଏ ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ଜିତି ଭାରତ ପଦକ ତାଲିକାରେ ୭୧ତମ ପ୍ରଥମ ସ୍ଥାନ ଅଧିକାର କରିଛି। ଚୀନ ୪୦ଟି ସ୍ୱର୍ଣ୍ଣ, ୨୭ଟି ରୌପ୍ୟ ଓ ୨୪ଟି ବ୍ରୋଞ୍ଜ ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି।

ସେହିପରି ଜାପାନ ୨୦ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ସହ ତୃତୀୟ ସ୍ଥାନରେ ରହିଛି।ସେହିପରି ଉଦଯାପନୀ ସମାରୋହରେ ସୁଟର ମନୁ ଭାକର ଓ ହକି ଗୋଲକିପର ପି ଆର ଶ୍ରୀଜେଶ ଭାରତର ତ୍ରୀରଙ୍ଗା ଧରିଥିଲେ। ଶ୍ରୀଜେଶ ଲଗାତର ଅଲିମ୍ପିକରେ ଦୁଇ ଥର ବ୍ରୋଞ୍ଜ ପଦକ ଜିତି ଅନ୍ତରାଷ୍ଟ୍ରୀୟ ମ୍ୟାଚରୁ ଅବସର ନେଇଛନ୍ତି।ପ୍ୟାରିସର ଷ୍ଟେଡ ଡି ଫ୍ରାନ୍ସ ଷ୍ଟାଡିୟମରେ ଆୟୋଜିତ ସମାପନୀ ଉତ୍ସବରେ ପ୍ୟାରିସରେ ସର୍ବାଧିକ ସ୍ୱର୍ଣ୍ଣ ପଦକ ଜିତିଥିବା ଫ୍ରାନ୍ସର ସନ୍ତରଣକାରୀ ଲିଓନ୍ ମରଚାଣ୍ଡ ଅଲିମ୍ପିକ୍ସ ମଶାଲ ଧରି ଷ୍ଟାଡିୟମରେ ପହଞ୍ଚିଥିଲେ। ଏହାପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଶେଷରେ ଅଲିମ୍ପିକ୍ସ ପତାକା ୨୦୨୮ ଅଲିମ୍ପିକ୍ସର ଆୟୋଜନସ୍ଥଳ ଲସ୍ ଏଞ୍ଜେଲସ ମେୟରଙ୍କୁ ହସ୍ତାନ୍ତର କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top