ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ଆଜି ୟୁକ୍ରେନର ରାଜଧାନୀ କିଭିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ବତନ୍ତ୍ର ଟ୍ରେନ ଯୋଗେ ପୋଲାଣ୍ଡରୁ ୟୁକ୍ରେନ ପହଞ୍ଚିଛନ୍ତି ମୋଦୀ। ପହଞ୍ଚିବା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ଭେଟିଛନ୍ତି ଭରତର ପ୍ରଧାନମନ୍ତ୍ରୀ ମୋଦୀ । କିଭ୍ରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ସାକ୍ଷାତ ହେବା ସହ ଦୁଇ ଦେଶର ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ସୂଚନା । ଏହା ସହ ଋଷ-ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ନେଇ ଚର୍ଚ୍ଚା ।
୧୯୯୨ରେ ଭାରତ ଏବଂ ୟୁକ୍ରେନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବ। ରୁଷିଆ ସହିତ ଚାଲିଥିବା ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ସମଗ୍ର ବିଶ୍ୱର ନଜର ରହିଛି।


