Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଏକସଙ୍ଗେ ନିର୍ବାଚନ ପାଇଁ ୪୧ କୋଟି

୧୨୭୯୦କୋଟିର ଅତିରିକ୍ତ ବଜେଟ୍

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୨୦୭୫କୋଟି

ଭୁବନେଶ୍ୱର : ନିର୍ବାଚନୀ ବର୍ଷରେ ରାଜ୍ୟ ସରକାର ୧୨,୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି । ଫଳରେ ୨୦୧୮-୧୯ ମସିହାରେ ରାଜ୍ୟର ମୋଟ ବଜେଟ୍ ୧ଲକ୍ଷ ୩୨ହଜାର ୮୧୮କୋଟି ଟଙ୍କା ଛୁଇଁଛି । ଯାହାକି ଗତବର୍ଷର ମୋଟ ବଜେଟ୍ ତୁଳନାରେ ୧୦ ପ୍ରତିଶତ ଅଧିକ ବୋଲି ଜଣାପଡ଼ିଛି ।
ରାଜ୍ୟ ସରକାର ନିଜସ୍ୱ ଯୋଜନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ’ ଓ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ପାଣ୍ଠି ବରାଦ କରିବା ସହ ଏକସଙ୍ଗେ ନିର୍ବାଚନ ପାଇଁ ୪୧ କୋଟି ଟଙ୍କା ବ୍ୟୟବରାଦ କରି ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରାଇଛନ୍ତି । ଏହା ସହିତ ନୂଆ ଯୋଜନା ‘ବିଜୁ ଗାଁ’ ପାଇଁ ୭୫କୋଟିର ବନ୍ଦୋବସ୍ତ କରିଛନ୍ତି ।
ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଅତିରିକ୍ତ ବଜେଟକୁ ଆଗତ କରିଥିଲେ । ଏହି ଅତିରିକ୍ତ ବଜେଟ୍ ସହ ୨୦୧୮-୧୯ ଆର୍ଥିକ ବର୍ଷର ମୋଟ ବଜେଟ ୧,୩୨,୮୧୮କୋଟି ଟଙ୍କାକୁ ଛୁଇଁଛି । ଅତିରିକ୍ତ ବଜେଟ୍ରେ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୯୬୧୧ କୋଟି ଟଙ୍କା, ପ୍ରଶାସନିକ ବ୍ୟୟ ପାଇଁ ୧୮୦୦କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାଦରେ ୧୩୬୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସହରାଂଚଳ ବସ୍ତିବାସିନ୍ଦାଙ୍କ ଭୋଟକୁ ହାତେଇବା ପାଇଁ ଆରମ୍ଭ କରିଥିବା ‘ଜାଗା ମିଶନ’ ପାଇଁ ୧୦୦କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ନୂଆ ଯୋଜନା ‘ବିଜୁ ଗ୍ରାମ ଯୋଜନା’ରେ ୭୫କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ଗ୍ରାମାଂଚଳରେ ଭିତିଭୂମି ସୁଧାର ପାଇଁ ୫୨୭୬ କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଏଥିରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ୪୦୦କୋଟି ଟଙ୍କା, ବିଜୁ ପକ୍କାଘର ପାଇଁ ୧୫୦୦କୋଟି ଓ ସ୍ୱଚ୍ଛ ଭାରତ ମିଶନ ପାଇଁ ୧୦୦କୋଟି, ଏନଆରଜିଏସ୍ ପାଇଁ ୨୧୧ କୋଟି, ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୫୦କୋଟି ଓ ଗ୍ରାମାଂଚଳର ସଡ଼କ ଓ ପୋଲ ଉନ୍ନତିକର ପାଇଁ ୫୦କୋଟି ଟଙ୍କା ସାମିଲ ରହିଛି ।
ସେହିପରି ଆମ ଘର ଏଲଇଡି ଯୋଜନାରେ ୧୦୦କୋଟି ଓ ଶିକ୍ଷା ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ବାବଦରେ ୭୫୦କୋଟି ଟଙ୍କାର ବନ୍ଦୋବସ୍ତ କରିଛନ୍ତି । ଋଣ ପାଇଁ ସୁଧ ପରିଶୋଧ ବାବଦରେ ୩୫୦କୋଟି ଟଙ୍କା ମଧ୍ୟ ବ୍ୟୟବରାଦ କରିଛନ୍ତି ।
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୨,୭୯୦ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଆଜି ବିଧାନସଭାରେ ଉପସ୍ଥାପନ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ କହିଛନ୍ତି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ଏକ ଅମ୍ବ୍ରେଲା ଯୋଜନା । ଏଥିରେ ନିରାମୟ, ନିଦାନ ଓ ସହାୟ ଯୋଜନାକୁ ସାମିଲ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ଚଳିତବର୍ଷ ମୋଟ ୨୦୭୫ କୋଟି ଟଙ୍କା ବ୍ୟୟ ହେବ । ଏଥିରେ ୧୩୭୫ କୋଟି ଟଙ୍କା ରାଜ୍ୟ ସରକାର ଓ ୭୦୦କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିବେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top