Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଆଗୁଆ ନିର୍ବାଚନ ସପକ୍ଷରେ ବିଜେଡି, ନିର୍ବାଚନ କମିଶନଙ୍କୁ ଚିଠି

ଭୁବନେଶ୍ୱର : ନିର୍ଦ୍ଧାରିତ ଅବଧି ପୂର୍ବରୁ ଲୋକସଭା ନିର୍ବାଚନର ଆଶଙ୍କା କରି ବିଜେଡି ଏକସଙ୍ଗେ ଓଡ଼ିଶାରେ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତି କରିବା ପାଇଁ ଆଜି ବିଧିବଦ୍ଧ ଭାବେ ଜାତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରିଛି ।
ଦଳ ପକ୍ଷରୁ ସାଂସଦ ପିନାକୀ ମିଶ୍ର ରାଜ୍ୟରେ ଏକସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ସପକ୍ଷରେ ଯୁକ୍ତି ବାଢ଼ି ଚିଠିରେ ଦର୍ଶାଇଛନ୍ତି ଯେ, ଯଦି କେନ୍ଦ୍ର ସରକାର ୨୦୧୯ ମସିହାରେ ନିର୍ଦ୍ଧାରିତ ଅବଧି ପୂର୍ବରୁ ଲୋକସଭା ନିର୍ବାଚନ କରିବା ପାଇଁ ନିଷ୍ପତି ନିଅନ୍ତି ତା’ହେଲେ ଓଡ଼ିଶାରେ ଏକସଙ୍ଗେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି କରାଯିବା ଉଚିତ୍ । କାରଣ ଏକସଙ୍ଗେ ନିର୍ବାଚନ ହେଲେ ପ୍ରାୟ ଏକ ହଜାର କୋଟି ଟଙ୍କା ସଂଚୟ ହୋଇପାରିବ ।
ଶ୍ରୀ ମିଶ୍ର ଲୋକସଭା ନିର୍ବାଚନ ସହ ଓଡ଼ିଶାର ବିଧାନସଭା ନିର୍ବାଚନ ଏକାଠି କରାଇବା ସପକ୍ଷରେ ଯୁକ୍ତି ବାଢ଼ି କହିଛନ୍ତି ଯେ ନିର୍ବାଚନୀ ଖର୍ଚ୍ଚକୁ ରାଜ୍ୟ ଓ କେନ୍ଦ୍ର ସରକାର ୫୦ ପ୍ରତିଶତ ଲେଖାଏ ଭରଣା କରିଥାନ୍ତି । ଯଦି କେନ୍ଦ୍ର ସରକାର ଆଗୁଆ ଲୋକସଭା ନିର୍ବାଚନ କରିବେ ଓ ବିଧାନସଭା ନିର୍ବାଚନ ଧାର୍ଯ୍ୟ ସମୟରେ ହେବ ତା’ହେଲେ ଓଡ଼ିଶାକୁ ଉଭୟ ନିର୍ବାଚନ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ଯାହାକି ଓଡ଼ିଶା ଭଳି ବିକାଶମୁଖୀ ରାଜ୍ୟର ଅର୍ଥନୀତିକୁ ପ୍ରଭାବିତ କରିବ । ଓଡ଼ିଶା ପାଇଁ ଏକସଙ୍ଗେ ନିର୍ବାଚନ ନୂଆକଥା ନୁହେଁ । ବିଧାନସଭା ଓ ଲୋକସଭା ନିର୍ବାଚନ ଅଲଗା କରିବାକୁ ନେଇ ଓଡ଼ିଶାରେ ଚାଲି ଆସୁଥିବା ପରମ୍ପରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୪ ମସିହାରେ ଭାଙ୍ଗି ଦେଇଥିଲେ । ଲୋକସଭା ନିର୍ବାଚନ ଆଗୁଆ ହେବାରୁ ଓଡ଼ିଶା ବିଧାନସଭାକୁ ମଧ୍ୟ ସେହି ସମୟରେ ଭାଙ୍ଗି ଦେଇ ଏକାଠି ନିର୍ବାଚନ କରିଥିଲେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top