Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ମାସକରେ ଚାକିରି ଯାଇଛି ୧୬ ଲକ୍ଷ !

ନୂଆଦିଲ୍ଲୀ: ଦେଶରେ ଜିଡ଼ିପି ରେକର୍ଡ ଭାଙ୍ଗିଛି । ଜିଏସଟି ସଂଗ୍ରହରେ ମଧ୍ୟ ବେଶ ସକରାତ୍ମକ ଫଳାଫଳ ରହିଛି । କିନ୍ତୁ ଏହାରି ମଧ୍ୟରେ ଏକ ଚିନ୍ତା ବଢାଇବା ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି । ଦେଶରେ କୋରୋନା କାଳରେ କୋଟି କୋଟି ଲୋକ ବେରୋଜଗାର ହୋଇ ପଡ଼ୁଥିବା ଖବର ସାମ୍ନାକୁ ଆସିଥିଲା । କେବଳ ଗତ ଅଗଷ୍ଟ ମାସରେ ୧୬ ଲକ୍ଷ ଲୋକ ବେରୋଜଗାର ହୋଇ ପଡ଼ିଛନ୍ତି। ଏନେଇ ସିଏମଆଇଇ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ସିଏମଆଇଇ ଜାରି କରି ରିପୋର୍ଟ ଅନୁଯାୟୀ ଅଗଷ୍ଟ ମାସରେ ବେରୋଜଗାରୀ ଦର ବଢି ୮.୨ ପ୍ରତିଶତରେ ପହଞ୍ଚିଛି । ଏହି ରେଟ ଜୁଲାଇ ମାସରେ ୬.୯୫ ପ୍ରତିଶତ ରହିଥିଲା। ସିଏମଆଇଇ ଅନୁଯାୟୀ ଅଗଷ୍ଟ ମାସରେ ସହରୀ ଅଞ୍ଚଳରେ ବେରୋଜଗାରୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଏହି ରେଟ ୧.୫ ପ୍ରତିଶତ ବଢି ପାଖାପାଖି ୯.୭୮ ପ୍ରତିଶତରେ ପହଞ୍ଚିଛି । ଜୁଲାଇ ମାସରେ ଦେଶରେ ସହରୀ ଅଞ୍ଚଳରେ ବେରୋଜଗାରୀ ଦର ୮.୩ ପ୍ରତିଶତ ରହିଥିଲା । ସେହିପରି ଗ୍ରାମୀଣ ବେରୋଜଗାରୀ ଦର ଅଗଷ୍ଟ ମାସରେ ୧.୩ ପ୍ରତିଶତ ବଢି ୭.୬୪ ପ୍ରତିଶତରେ ପହଞ୍ଚିଛି । ଜୁଲାଇରେ ଏହା ୬.୩୪ ପ୍ରତିଶତ ରହିଥିଲା ।

ସେହିପରି ସିଏମଆଇଇ ଅନୁଯାୟୀ କାର୍ଯ୍ୟରତ ଲୋକଙ୍କ ସଂଖ୍ୟା ଜୁଲାଇ ମାସରେ ୩୯.୯୩ କୋଟିରୁ ଖସି ଆସି ଅଗଷ୍ଟରେ ତାହା ୩୯.୭୭ କୋଟିରେ ପହଞ୍ଚିଛି । ଏହାରି ମଧ୍ୟରେ ଗ୍ରାମାଞ୍ଚଳରେ ପାଖାପାଖି ୧୩ ଲକ୍ଷ ଲୋକ ଚାକିରି ହରାଇଛନ୍ତି । ସୂଚନାଯୋଗ୍ୟ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଏପ୍ରିଲ ମାସରୁ ଜୁନ ମାସ ମଧ୍ୟରେ ଜିଡ଼ିପିର ଉନ୍ନତି ଦେଖିବାକୁ ମିଳିଥିଲା । ଜିଡ଼ିପିର ଉନ୍ନତି ଦେଖି ଭାରତୀୟ ଅର୍ଥ ବ୍ୟବସ୍ଥା ପୁନର୍ବାର ଟ୍ରାକକୁ ଫେରିଥିଲା । ତେବେ ପ୍ରଥମ ତିନି ମାସରେ ଘରୋଇ ଉତ୍ପାଦରେ ଉନ୍ନତି ହେବାରୁ ଏହି ଗ୍ରୋଥ ରେଟ ରେକର୍ଡ ୨୦.୧ ପ୍ରତିଶତକୁ ଛୁଇଥିଲା । ତେବେ ଏହି ଗ୍ରୋଥ ରେଟ ବଢିବା ସତ୍ତ୍ବେ ବେରୋଜଗାରି ଏଭଳି ଭାବେ ବଢିବା ନିଶ୍ଚିତ ପକ୍ଷେ ଚିନ୍ତା ଜନକ ବିଷୟ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ସେପଟେ ଏହାକୁ ନେଇ ରାଜନୀତିକରଣ ମଧ୍ଯ ଆରମ୍ଭ ହୋଇଛି। ବିଜେପିର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ଏହି ବେରୋଜଗାରୀଙ୍କୁ ନେଇ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ଏଥିରେ ଔପଚାରିକ ଓ ଅନୌପଚାରିକ ଭାବେ ପାଖାପାଖି ୧୬ ଲକ୍ଷ ଲୋକ ବେରୋଜଗାରୀ ସମ୍ପର୍କିତ ପ୍ରସଂଗକୁ ସ୍ଥାନ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top