ଭୁବନେଶ୍ୱର(ଓଡ଼ିଶା ୱେୟାର): ଦୀର୍ଘ ୨୦ ବର୍ଷ ପରେ ରାଜ୍ୟ ସରକାର ଓଡ଼ିଶା ସଚିବାଳୟ ସେବା କ୍ୟାଡର ପୁନର୍ଗଠନ କରିଛନ୍ତି ।ନୂଆବର୍ଷରେ ସଚିବାଳୟ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଦେଇଛନ୍ତି ।
ବିଜ୍ଞପ୍ତି ଅନୁଯାୟୀ, ସଚିବାଳୟରେ ୭୦୦ ସେକ୍ସନ ଅଫିସର ପଦବି ଆବଶ୍ୟକ ଥିବାବେଳେ ବର୍ତ୍ତମାନ ୬୦୮ ପଦବିରେ ଅଧିକାରୀ ରହିଛନ୍ତି। ପୁନର୍ଗଠନ କରି ସରକାର ଆଉ ୯୨ଟି ପଦବି ସୃଷ୍ଟି କରିଛନ୍ତି । ସେହିପରି ୩୨୨ଟି ଡେସ୍କ ଅଫିସର ପଦବିକୁ ୩୨୫ କରାଯାଇଛି। ଅନୁସଚିବ ପାହ୍ୟାରେ ବର୍ତ୍ତମାନ ଥିବା ୧୪୫ଟି ପଦବି ସହିତ ୧୦୫ଟି ପଦବି ଯୋଡ଼ି ୨୫୦ କରିଛନ୍ତି ସରକାର। ଓଡ଼ିଶା ସେକ୍ରେଟେରିଏଟ୍ ସର୍ଭିସ କ୍ୟାଡର ବର୍ଗର ଉପସଚିବ ପାହ୍ୟାରେ ଥିବା ୪୧ଟି ପଦବିକୁ ବୃଦ୍ଧି କରି ୭୦ କରାଯାଇଥିବା ବେଳେ ଯୁଗ୍ମ ସଚିବ ପାହ୍ୟାରେ ୧୬ଟି ପଦବିକୁ ୨୨ କରାଯାଇଛି। ସେହିପରି ଅତିରିକ୍ତ ଶାସନ ସଚିବ ପାହ୍ୟାରେ ଥିବା ୬ଟି ପଦବିରେ ଆଉ ୨ଟି ପଦବି ସାମିଲ କରାଯାଇଛି । କ୍ୟାଡର ପୁନର୍ଗଠନ ପରେ ସଚିବାଳୟ ସେବା ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛି।


