କଟକ(ଓଡ଼ିଶା ୱେୟାର): ପୁଲିସ ବିଭାଗରେ ଡିଏସ୍ପି ଏବ˚ ରିଜର୍ଭ ଇନ୍ସ୍ପେକ୍ଟରସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ ଓ ପଦୋନ୍ନତି ହୋଇଛି। ୨୬ ଜଣ ଡିଏସ୍ପି ଏବ˚ ୭ ଜଣ ରିଜର୍ଭ ଇନ୍ସ୍ପେକ୍ଟରଙ୍କ ବଦଳି କରାଯାଇଥିବା ବେଳେ ୧୧ ଜଣ ସର୍ଜେଣ୍ଟଙ୍କୁ ରିଜର୍ଭ ଇନ୍ସ୍ପେକ୍ଟର ପଦବିକୁ ପଦୋନ୍ନତି ମିଳିଥିବା ସ˚କ୍ରାନ୍ତରେ ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ବଦଳି ହୋଇଥିବା ଡିଏସ୍ପି ଜୟନ୍ତ କୁମାର ମହାପାତ୍ର, ରବିନ୍ଦ୍ର କୁମାର ମଲ୍ଲିକ, ସ୍ବପ୍ନ ରଞ୍ଜନ ମହାପାତ୍ର, କୃଷ୍ଣ ପ୍ରସାଦ ପଟ୍ଟନାୟକ, ଅଭିମନ୍ୟୁ ନାୟକ, ପ୍ରଶାନ୍ତ କୁମାର ପଟ୍ଟନାୟକ, କ୍ଷୀରସାଗର ନାଏକ, ସୁରେଶ କୁମାର ନାୟକ, ଶେଷ ବରିହା, ବିଦ୍ୟୁତ ଚନ୍ଦ୍ର ପଣ୍ତା, ବିଚିତ୍ରାନନ୍ଦ ସାମଲ, ସରୋଜ କୁମାର ମହାପାତ୍ର, ପ୍ରଫୁଲ୍ଲ କୁମାର ମିଶ୍ର, ସୁରେନ୍ଦ୍ର ନାଥ ଶତପଥୀ, ଶ୍ରୀମନ୍ତ ବାରିକ, ସୁବୋଧ କୁମାର ମଲ୍ଲିକ, ଶିବ ଚରଣ ମଲ୍ଲିକ, ଆଲୋକ ରଞ୍ଜନ ରାୟ, ଯଦୁନାଥ ଜେନା, ଫଗୁ ସି˚ହ, ଅଶୋକ କୁମାର ମହାନ୍ତି, ଅନିଲ କୁମାର ପ୍ରଧାନ, ହରିହର ପାଣି, ଉମା ଶଙ୍କର ମହାରଣା, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀ ନାରାୟଣ ପଣ୍ତାଙ୍କ ବଦଳି ହୋଇଛି। ସେହିପରି ୭ ଜଣ ରିଜର୍ଭ ଇନ୍ସ୍ପେକ୍ଟର କିଶୋର କୁମାର ପ୍ରଧାନଙ୍କୁ ବଲାଙ୍ଗୀର, ବିବେକାନନ୍ଦ ବାଗଙ୍କୁ ଖୋର୍ଧା, ର˚ଜିତ ବରାଳଙ୍କୁ ଅନୁଗୁଳ ପିଟିସି, ସୁବଳ ସୋରେନଙ୍କୁ ଅନୁଗୁଳ, ଗଙ୍ଗାଧର ଧଙ୍ଗରଙ୍କୁ ଗଞ୍ଜାମ, ଜ୍ୟୋତି ରଞ୍ଜନ ନାୟକଙ୍କୁ ବରଗଡ଼, ମଧୁସୂଦନ ମହାପାତ୍ରଙ୍କୁ ସମ୍ବଲପୁର ବଦଳି କରାଯାଇଛି। ଅନ୍ୟପଟେ ୧୧ ଜଣ ସର୍ଜେଣ୍ଟଙ୍କୁ ରିଜର୍ଭ ଇନ୍ସ୍ପେକ୍ଟର ପଦବିକୁ ପଦୋନ୍ନତି ମିଳିଛି।


