ଭୁବନେଶ୍ୱର : ରାଜ୍ୟର ୨୪ଜଣ ବିଧାୟକଙ୍କୁ ଶ୍ରେଷ୍ଠତ୍ୱ ପାଇଁ ଓଡ଼ିଶା ବିଧାନସଭା ପକ୍ଷରୁ ପୁରସ୍କୃତ କରାଯିବ । ବିଧାୟକଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଓ ପ୍ରଦର୍ଶନ ନିମନ୍ତେ ବିଧାନସଭା ଦ୍ୱାରା ପ୍ରଦାନ କରାଯାଉଥିବା ୩ଟି ବର୍ଗର ପୁରସ୍କାର(ପଣ୍ଡିତ ନୀଳକଣ୍ଠନାଥ ସମ୍ମାନ, ଉକ୍ରଳମଣି ଗୋପବନ୍ଧୁ ସମ୍ମାନ ଓ ଉକ୍ରଳ ଗୌରବ ମଧୂସୂଦନ ଦାସ ସମ୍ମାନ) ପାଇଁ ଏହି ବିଧାୟକମାନେ ପୁରସ୍କୃତ ହେବେ । ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଶ୍ରେଷ୍ଠ ବିଧାୟକମାନଙ୍କୁ ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।
ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପଣ୍ଡିତ ନୀଳକଣ୍ଠନାଥ ସମ୍ମାନରେ ୨୦୦୯ ପାଇଁ ବିଷ୍ଣୁ ଚରଣ ଦାସ, ୨୦୧୦ ପାଇଁ ଅରୁଣ କୁମାର ସାହୁ, ୨୦୧୧ ପାଇଁ ପ୍ରଭାତ କୁମାର ବିଶ୍ୱାଳ, ୨୦୧୨ ପାଇଁ ଡଃ ପ୍ରଫୁଲ୍ଲ ମାଝୀ, ୨୦୧୩ ନିମନ୍ତେ ଅମର ପ୍ରସାଦ ଶତପଥୀ, ୨୦୧୪ରେ ପ୍ରମିଳା ମଲ୍ଲିକ, ୨୦୧୫ରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ୨୦୧୬ ଡାକ୍ତର ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ସମ୍ମାନିତ କରାଯିବ । ସେହିପରି ଉକ୍ରଳଗୌରବ ମଧୂସୂଦନ ଆୱାର୍ଡରେ ୨୦୦୯ ପାଇଁ ସୁରେନ୍ଦ୍ରନାଥ ନାୟକ, ୨୦୧୦ ମସିହା ପାଇଁ ବିମ୍ବାଧର କୁଅଁର, ୨୦୧୧ ପାଇଁ ନିତ୍ୟାନନ୍ଦ ପ୍ରଧାନ, ୨୦୧୨ ପାଇଁ ଉମେଶ ଚନ୍ଦ୍ର ସ୍ୱାଇଁ, ୨୦୧୩ ପାଇଁ ବିକ୍ରମ କେଶରୀ ବର୍ମା, ୨୦୧୪ ପାଇଁ ରାଜେନ୍ଦ୍ର ଢୋଲକିଆ, ୨୦୧୫ ପାଇଁ ସୁରେନ୍ଦ୍ରନାଥ ପରମାଣିକ ଓ ୨୦୧୬ ପାଇଁ ଚକ୍ରଧର ପାଇକଙ୍କୁ ସମ୍ମାନିତ କରାଯିବ । ସେହିପରି ଉକ୍ରଳମଣି ଗୋପବନ୍ଧୁ ସମ୍ମାନରେ ୨୦୦୯ ପାଇଁ ସଞ୍ଜୟ ଦାସବର୍ମା, ୨୦୧୦ ପାଇଁ ପ୍ରୀତିରଞ୍ଜନ ଘଡ଼େଇ, ୨୦୧୧ ପାଇଁ ସମୀର ରଞ୍ଜନ ଦାସ, ୨୦୧୨ ପାଇଁ ପ୍ରଶାନ୍ତ କୁମାର ମୁଦୁଲି, ୨୦୧୩ ପାଇଁ ବିଜୟ କୁମାର ମହାନ୍ତି, ୨୦୧୪ ପାଇଁ ଡଃ ରାସେଶ୍ୱର ପାଣିଗ୍ରାହୀ, ୨୦୧୫ ପାଇଁ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଓ ୨୦୧୬ ମସିହା ପାଇଁ ପ୍ରଦୀପ ପୁରୋହିତଙ୍କୁ ଏହି ସମ୍ମାନ ମିଳିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରସ୍କାର ପାଇବାକୁ ଥିବା ବିଧାୟକଙ୍କ ମଧ୍ୟରୁ କଂଗ୍ରେସ ଓ ବିଜେପିର ମାତ୍ର ଜଣେ ଲେଖାଏଁ ନେତା ରହିଛନ୍ତି ।


