Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

୨୪ ବିଧାୟକ ସମ୍ମାନିତ : ପ୍ରଶାନ୍ତ ଓ ସଞ୍ଜୟଙ୍କୁ ଗୋପବନ୍ଧୁ ସମ୍ମାନ

ଭୁବନେଶ୍ଵର:ରାଜ୍ୟର ୨୪ଜଣ ବିଧାୟକଙ୍କୁ ଏକକାଳୀନ ଆଜି ବିଧାନସଭା ପକ୍ଷରୁ ବିଭିନ୍ନ ଵର୍ଗରେ ଶ୍ରେଷ୍ଠ ଵିଧାୟକ ଭାବେ ସମ୍ମାନିତ କରାଯାଇଛି। ବିଧାନସଭା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୦୯ରୁ ୨୦୧୬ ମସିହାର ଶ୍ରେଷ୍ଠ ବିଧାୟକ ଭାବେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପଢ଼ୌକନ ଓ ଅର୍ଥ ରାଶି ଦେଇ ସମ୍ମାନିତ କରିଥିଲେ।
ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉତ୍କଳମଣି ଗୋପବନ୍ଧୁ ଦାସ ସମ୍ମାନରେ ୨୦୦୯ ମସିହା ନିମନ୍ତେ ସଞ୍ଜୟ ଦାସବର୍ମା ଓ ୨୦୧୨ ମସିହା ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉତ୍ତରୀୟ, ଉପଢ଼ୌକନ ସହ ୫୦ହଜାର ଟଙ୍କାର ଚେକ୍ ଦେଇ ସମ୍ମାନିତ କରିଥିଲେ। ଏହି ବର୍ଗରେ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ (୨୦୧୦), ସମୀର ରଞ୍ଜନ ଦାଶ (୨୦୧୧), ବିଜୟ କୁମାର ମହାନ୍ତି (୨୦୧୩), ରାସେଶ୍ୱରୀ ପାଣିଗ୍ରାହୀ (୨୦୧୪), ଦିବ୍ୟଶଙ୍କର ମିଶ୍ର (୨୦୧୫) ଓ ପ୍ରଦୀପ ପୁରୋହିତଙ୍କୁ (୨୦୧୬) ମଧ୍ୟ ସମ୍ମାନିତ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୁବ ବର୍ଗଙ୍କୁ ଅଧିକ ସଂଖ୍ୟାରେ ରାଜନୀତିରେ ସାମିଲ ହେବାକୁ ଆହ୍ବାନ କରିଥିଲେ। ସେ କହିଥିଲେ ଯେ, ଆପଣମାନେ କ୍ଷମତାକୁ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା କାର୍ଯ୍ୟରେ ଲଗାଇବା ଉଚିତ୍। ଯଦି ଲୋକଙ୍କୁ ଭଲ ନପାଇବେ ତେବେ କ୍ଷମତା,ଧନ, ପଦଵୀ ମୂଲ୍ୟହୀନ।

ସେହିପରି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପୁରସ୍କାର ପ୍ରଦାନକୁ ସ୍ବାଗତ କରିଥିଲେ ମଧ୍ୟ ଏକକାଳୀନ ୮ବର୍ଷର ସମ୍ମାନ ପ୍ରଦାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ପୁରସ୍କାର ପାଇବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବାଲିକୁଦା-ଏରସମା ବିଧାୟକ ଶ୍ରୀ ମୁଦୁଲି କହିଥିଲେ ଯେ, ଏହି ସମ୍ମାନ ଆମକୁ ଅଧିକ ଦାୟିତ୍ଵବାନ ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ଦେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଜୀବନଶୈଳୀରେ ସୁଧାର ପାଇଁ ଯେଉଁ ସ୍ଵପ୍ନ ଦେଖୁଛନ୍ତି ତାକୁ ସାକାର କରିବା ପାଇଁ ଅଧିକ ପ୍ରୟାସ କରିବି।

ସେହିପରି ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ବିଷ୍ଣୁ ଚରଣ ଦାସ (୨୦୦୯), ଅରୁଣ କୁମାର ସାହୁ (୨୦୧୦), ପ୍ରଭାତ କୁମାର ବିଶ୍ୱାଳ (୨୦୧୧), ପ୍ରଫୁଲ୍ଲ ମାଝୀ (୨୦୧୨), ଅମର ପ୍ରସାଦ ଶତପଥୀ (୨୦୧୩), ପ୍ରମିଳା ମଲ୍ଲିକ (୨୦୧୪), ରଣେନ୍ଦ୍ର ପ୍ରତାପ ସ୍ୱାଇଁ (୨୦୧୫) ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ (୨୦୧୬) ସମ୍ମାନିତ କରିଥିଲେ। ତେବେ ବିଧାୟକ ପ୍ରଭାତ ବିଶ୍ବାଳ ଅନୁପସ୍ଥିତ ଥିଲେ। ଏହି ବିଧାୟକମାନଙ୍କୁ ଉତ୍ତରୀୟ, ଉପଢ଼ୌକନ ସହ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ସେହିପରି ଉତ୍କଳଗୌରବ ମଧୁସୂଦନ ଦାସ ସମ୍ମାନରେ ସୁରେନ୍ଦ୍ର ନାଥ ନାୟକ (୨୦୦୯), ବିମ୍ବାଧର କୁଅଁର (୨୦୧୦), ନିତ୍ୟାନନ୍ଦ ପ୍ରଧାନ (୨୦୧୧), ଉମେଶ ଚନ୍ଦ୍ର ସ୍ୱାଇଁ (୨୦୧୨), ବିକ୍ରମ କେଶରୀ ବର୍ମା (୨୦୧୩), ରାଜେନ୍ଦ୍ର ଢୋଲକିଆ (୨୦୧୪), ସୁରେନ୍ଦ୍ରନାଥ ପରମାଣିକ (୨୦୧୫) ଓ ଚକ୍ରଧର ପାଇକ (୨୦୧୬) ସମ୍ମାନିତ କରିଥିଲେ । ଏହି ବିଧାୟକମାନଙ୍କୁ ଉତ୍ତରୀୟ, ଉପଢ଼ୌକନ ସହ ୭୫ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ।
ଏହି ଅବସରରେ ବାଚସ୍ପତି ପ୍ରଦୀପ କୁମାର ଅମାତ, ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଓ କ୍ୟାବିନେଟ୍ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top